ପୁଲିସ୍ ଆଗରେ କ’ଣ କହିଲେ ସୁଶାନ୍ତ ସିଂହଙ୍କ ବାନ୍ଧବୀ ରିଆ?

ମୁମ୍ୱାଇ: ବଲିଉଡ କଳାକାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ପୁଲିସ ଜେରାର ସମ୍ମୁଖୀନ ହୋଇଛନ୍ତି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ଗୁରୁବାର ରିଆଙ୍କ ବୟାନ ରେକର୍ଡ କରିଥିଲା ମୁମ୍ୱାଇ ପୁଲିସ୍। ପାଖାପାଖି ୯ ଘଣ୍ଟା ଧରି ରିଆ ଜେରାର ସମ୍ମୁଖୀନ ହୋଇଥିବା ସୂଚନା ରହିଛି। ୟଶ ରାଜ ଫିଲ୍ମ ସହ ସୁଶାନ୍ତ ତାଙ୍କର ଚୁକ୍ତି ବାତିଲ୍ କରି ଦେଇଥିଲେ। ଏମିତିକି ତାଙ୍କୁ (ରିଆଙ୍କୁ) ମଧ୍ୟ ଚୁକ୍ତି ବାତିଲ୍ କରିବାକୁ କହିଥିଲେ। ରିଆ ପୁଲିସ ଆଗରେ ଏହି ମନ୍ତବ୍ୟ […]

SSR_RC

Subhransu Sekhar
  • Published: Friday, 19 June 2020
  • , Updated: 19 June 2020, 07:18 PM IST

ମୁମ୍ୱାଇ: ବଲିଉଡ କଳାକାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ପୁଲିସ ଜେରାର ସମ୍ମୁଖୀନ ହୋଇଛନ୍ତି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ଗୁରୁବାର ରିଆଙ୍କ ବୟାନ ରେକର୍ଡ କରିଥିଲା ମୁମ୍ୱାଇ ପୁଲିସ୍। ପାଖାପାଖି ୯ ଘଣ୍ଟା ଧରି ରିଆ ଜେରାର ସମ୍ମୁଖୀନ ହୋଇଥିବା ସୂଚନା ରହିଛି।

ୟଶ ରାଜ ଫିଲ୍ମ ସହ ସୁଶାନ୍ତ ତାଙ୍କର ଚୁକ୍ତି ବାତିଲ୍ କରି ଦେଇଥିଲେ। ଏମିତିକି ତାଙ୍କୁ (ରିଆଙ୍କୁ) ମଧ୍ୟ ଚୁକ୍ତି ବାତିଲ୍ କରିବାକୁ କହିଥିଲେ। ରିଆ ପୁଲିସ ଆଗରେ ଏହି ମନ୍ତବ୍ୟ ରଖିଥିବା ସୂଚନା ରହିଛି। ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ଆତ୍ମହତ୍ୟା କରିଥିଲେ। ନିଜ ବାନ୍ଦ୍ରାସ୍ଥିତ ବାସଭବନରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡ଼ିଛି। ମାନସିକ ଅବସାଦ କାରଣରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

ତେବେ ବାନ୍ଦ୍ରା ପୁଲିସ ଚୁକ୍ତି ପତ୍ର ମାଗିଥିବା ସୂଚନା ରହିଛି। ସୁଶାନ୍ତ ସିଂହ ୟଶ ରାଜ ଫିଲ୍ମ ସହିତ ଦୁଇଟି ସିନେମା କରିଛନ୍ତି। ଗୋଟିଏ ଶୁଦ୍ଧ ଦେଶୀ ରୋମାନ୍ସ (୨୦୧୩) ଏବଂ ଡିଟେକଟିଭ୍ ବ୍ୟୋମକେଶ ବକ୍ସି! (୨୦୧୫)। ଶୁଦ୍ଧ ଦେଶୀ ରୋମାନ୍ସ ଫିଲ୍ମ ପରେ ୟଶ ରାଜ ସହିତ ଆଉ ତିନୋଟି ଫିଲ୍ମ ଚୁକ୍ତି କରିଥିଲେ ବୋଲି କୁହାଯାଉଛି। ଯାହାକି, ପରବର୍ତ୍ତୀ ସମୟରେ ୟଶ ରାଜ ଫିଲ୍ମ ସଂସ୍ଥା ବାତିଲ୍ କରିଦେଇଥିବା ସୂଚନା ରହିଛି।

ସୁଶାନ୍ତଙ୍କୁ ଅନ୍ତିମ ଥର ଛିଛୋରେ ଫିଲ୍ମରେ ଦେଖିବାକୁ ମିଳିଥିଲା। ୨୦୧୯ରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ଏହାପରେ କରଣ ଜୋହରଙ୍କ ଧର୍ମା ପ୍ରଡକସନ ଦ୍ୱାରା ଡ୍ରାଇଭ୍ ସିନେମାରେ ସେ ଅଭିନୟ କରିଥିଲେ। ହେଲେ ଏହା ହଲରେ ରିଲିଜ୍ ନହୋଇ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା। ତେବେ ତାଙ୍କର ଆଉ ଏକ ଫିଲ୍ମ ଦିଲ୍ ବେଚାରା ମେ’୮ରେ ରିଲିଜ୍ ହେବାର ଥିଲା। କିନ୍ତୁ ଲକଡାଉନ୍ ପାଇଁ ଏହା ରିଲିଜ୍ ହୋଇପାରିନାହିଁ। ଏହି ଫିଲ୍ମକୁ ସେ ହଲରେ ଯାଇ ସମସ୍ତଙ୍କୁ ଦେଖିବାକୁ ଅନୁରୋଧ କରିଥିଲେ। ଯଦି ଫିଲ୍ମ ହିଟ୍ ନହେବ ତା’ହେଲେ ସେ ବଲିଉଡରୁ ଆଉଟ୍ ହୋଇଯିବେ ବୋଲି ସୁଶାନ୍ତ କହିଥିଲେ।

Related story