କୋଲକାତା: ବଙ୍ଗୀୟ ଫିଲ୍ମ ଅଭିନେତ୍ରୀ ରିତୁପର୍ଣ୍ଣା ସେନଗୁପ୍ତାଙ୍କ ଚିଟଫଣ୍ଡ ସ୍କାମରେ ସମ୍ପୃକ୍ତି ଥିବାର ପ୍ରମାଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଛି। ଏ ସମ୍ପର୍କରେ ପଚରାଉଚରା କରିବା ପାଇଁ ଇଡି ରିତୁପର୍ଣ୍ଣାଙ୍କୁ ସମନ୍ କରିଥିବା ଜଣାପଡ଼ିଛି। ଦୁଇ ଦିନ ତଳେଏହି ଚିଟଫଣ୍ଡ ଲିଙ୍କରେ ବେଙ୍ଗଲ ସୁପରଷ୍ଟାର ପ୍ରସେନଜିତ୍ ଚାଟାର୍ଜିଙ୍କୁ ଇଡ଼ି ସମନ୍ କରିଥିଲା ।
ଏହି ବଙ୍ଗୀୟ ଅଭିନେତ୍ରୀ ରିତୁପର୍ଣ୍ଣାଙ୍କ ବିଦେଶ ଭ୍ରମଣ ପାଇଁ ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଚେୟାରମ୍ୟାନ୍ ଗୌତମ କୁଣ୍ଡୁ ସମସ୍ତ ଖର୍ଚ୍ଚ ବହନ କରିବା ସହିତ ତାଙ୍କର ଅନେକ ଫିଲ୍ମରେ ପୁଞ୍ଜିନିବେଶ କରିଥିଲେ।
ଆସନ୍ତା ସପ୍ତାହରେ ରିତୁପର୍ଣ୍ଣାଙ୍କୁ ଇଡ଼ିରେ ହାଜର ହେବା ପାଇଁ କୁହାଯାଇଥିବା ଜଣାପଡ଼ିଛି। ଇଡି ତରଫରୁ ଏହି ବଙ୍ଗୀୟ ଅଭିନେତ୍ରୀଙ୍କୁ ଫୋନ୍ କରାଯାଇଥିଲା ହେଲେ ସେ ଫୋନ୍ ଉଠାଇନଥିଲେ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅମିତ ଶାହଙ୍କୁ 'ନିର୍ବାଚନୀ ମୁସଲମାନ' କହି ଫଟୋ ପୋଷ୍ଟ କଲା ଆପ୍
ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ୍ ଓ ବିଜେପି ମଧ୍ୟରେ ପୋଷ୍ଟର ୱାର୍ ଜାରି ରହିଛି। କିଛିଦିନ ତଳେ କେଜ୍ରିୱାଲଙ୍କୁ ନିର୍ବାଚନୀ ହିନ୍ଦୁ ବୋଲି କଟାକ୍ଷ କରି ଏକ ପୋଷ୍ଟର ଜାରି କରିଥିଲା ବିଜେପି। ଆଜି ଶାହଙ୍କୁ ନିର୍ବାଚନୀ ମୁସଲମାନ କହି ଫଟୋ ପୋଷ୍ଟ କରିଛି ଆପ୍।
National
EVMରେ ନାହିଁ କୌଣସି ତ୍ରୁଟି, ପେପର ବାଲଟ ଭୋଟିଂକୁ ECIଙ୍କ ନା
ଇଭିଏମ ଟ୍ୟାମ୍ପର ଫ୍ରୁଫ। ଇଭିଏମ ଦ୍ୱାରା ରିଗିଂ ଓ ହ୍ୟାକିଂ ଅସମ୍ଭବ। ଇଭିଏମକୁ ନେଇ ଆସିଥିବା ଅନିୟମିତତା ସଂପୂର୍ଣ୍ଣ ଭାବେ ଅମୂଳକ। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ରଖିବା ପାଇଁ ଇସିଆଇ ପ୍ରତିବଦ୍ଧ ବୋଲି ରାଜୀବ କୁମାର କହିଛନ୍ତି।
National
ସ୍ୱାମୀ ଓ ୬ ପିଲାଙ୍କୁ ଛାଡ଼ି ଭିକାରୀ ସହ ଫେରାର ହୋଇଗଲେ ମହିଳା, ଆଉ ତା’ ପରେ...
ପୁଲିସ୍ ଭିକାରୀ ସହ ଫେରାର ହୋଇଥିବା ମହିଳାଙ୍କୁ ଠାବ କରିଛି। ହେଲେ ସେ ଫେରାର ହୋଇ ଯାଇଥିବା ବ୍ୟକ୍ତିଙ୍କର କୌଣସି ପତ୍ତା ମିଳିନି।
Politics
ଫେବୃଆରୀ ୫ରେ ଦିଲ୍ଲୀ ଭୋଟ୍
ଆସନ୍ତା ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ୭୦ଟି ଯାକ ଆସନରେ ଗୋଟିଏ ପର୍ଯ୍ୟାୟରେ ରାଜଧାନୀବାସୀ ଭୋଟ କରିବେ।