ହତ୍ୟାକାଣ୍ଡର ୧୦ ଦିନ ପରେ ଖୋଲିଲା ସ୍କୁଲ୍: ଲିଭିନି ଭୟ, ଥମୁନି ଅସନ୍ତୋଷ

ନୂଆଦିଲ୍ଲୀ: ୭ ବର୍ଷର ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ୧୦ ଦିନ ପରେ ଆଜି ଖୋଲିଛି ଗୁରୁଗ୍ରାମସ୍ଥିତ ରିଆନ୍ ଇଣ୍ଟରନ୍ୟାସନାଲ ସ୍କୁଲ।  ତେବେ ଆଜି ସ୍କୁଲରେ ପିଲାଙ୍କ ସଂଖ୍ୟା କମ ଥିଲା।  କାରଣ ସ୍କୁଲ କ୍ୟାମ୍ପସରେ ଘଟିଥିବା ଏହି ବର୍ବର କାଣ୍ଡ ପରେ ଏବେବି  ଛାତ୍ରଛାତ୍ରୀଙ୍କୁ ମନରୁ ଲିଭିନାହିଁ ଭୟ।  ସେପଟେ  ଅଭିଭାବକଙ୍କ ମହଲରେ ବି  ଥମୁନି ଅସନ୍ତୋଷ।  ଏବେବି କିଛି ଛାତ୍ରଛାତ୍ରୀଙ୍କ ମନରୁ ଲିଭିନଥିଲା ଭୟ।  ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଛାଡିବାକୁ ଆସିଥିଲେ ଅଭିଭାବକ ।  ତେବେ ଭୟରେ […]

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 07:08 PM IST

ନୂଆଦିଲ୍ଲୀ: ୭ ବର୍ଷର ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ୧୦ ଦିନ ପରେ ଆଜି ଖୋଲିଛି ଗୁରୁଗ୍ରାମସ୍ଥିତ ରିଆନ୍ ଇଣ୍ଟରନ୍ୟାସନାଲ ସ୍କୁଲ।  ତେବେ ଆଜି ସ୍କୁଲରେ ପିଲାଙ୍କ ସଂଖ୍ୟା କମ ଥିଲା।  କାରଣ ସ୍କୁଲ କ୍ୟାମ୍ପସରେ ଘଟିଥିବା ଏହି ବର୍ବର କାଣ୍ଡ ପରେ ଏବେବି  ଛାତ୍ରଛାତ୍ରୀଙ୍କୁ ମନରୁ ଲିଭିନାହିଁ ଭୟ।  ସେପଟେ  ଅଭିଭାବକଙ୍କ ମହଲରେ ବି  ଥମୁନି ଅସନ୍ତୋଷ।  ଏବେବି କିଛି ଛାତ୍ରଛାତ୍ରୀଙ୍କ ମନରୁ ଲିଭିନଥିଲା ଭୟ।  ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଛାଡିବାକୁ ଆସିଥିଲେ ଅଭିଭାବକ ।  ତେବେ ଭୟରେ ଥିବା ଅଭିଭାବକମାନେ ସ୍କୁଲ ବସରେ ପିଲାଙ୍କୁ ନ ଛାଡି ଆଜି ନିଜେ ଆସିଥିଲେ ଛାଡିବାକୁ।  ଘଟଣାର ୧୦ ଦିନ ପରେ ବି ଅଭିଭାବକଙ୍କ ମନରେ ଯେତିକି ଆତଙ୍କ ଥିଲା  ସେତିକି ଅସନ୍ତୋଷ ମଧ୍ୟ କୁହୁଳୁଥିଲା।

ଅନ୍ୟପଟେ ଏହି ହତ୍ୟା ଘଟଣା ପରେ ରିଆନ ସ୍କୁଲର ପରିଚାଳନା ଦାୟିତ୍ୱ ନିଜ ହାତକୁ ନେଇଛନ୍ତି ହରିୟାନା ସରକାର।  ପ୍ରଶାସନ ପକ୍ଷରୁ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ନିଯୁକ୍ତ କରାଯାଇଛି ସ୍କୁଲରେ।  ଏଥିସହ ସ୍କୁଲର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।  ଏଣିକି ଅଭିଭାବକମାନଙ୍କୁ ପରିଚୟ ପତ୍ର ଦିଆଯିବ ।  ସ୍କୁଲରେ ଅଧିକ ସିସିଟିଭି କ୍ୟାମେରା ଲାଗିବାର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ହତ୍ୟା ଘଟଣାର ସିବିଅାଇ ତଦନ୍ତ ନିର୍ଦ୍ଦେଶ ଦେଇଛି ହରିୟାନା ସରକାର।  ସେପଟେ ଏହି  ହତ୍ୟାକାଣ୍ଡର ଅଭିଯୁକ୍ତ  ସ୍କୁଲର ବସ କଣ୍ଡର ଅଶୋକକୁ ସ୍ୱତନ୍ତ୍ର କୋର୍ଟରେ ଆଜି ହାଜର କରାଯାଇଛି ।

Related story