ଏମ୍ସ ବେଡରୁ ଇସ୍ତଫା ପତ୍ର ପଠାଇଲେ ରଘୁବଂଶ

ପାଟଣା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ଶକ୍ତ ଝଟକା ଲାଗିଛି। ବରିଷ୍ଠ ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂ ଦଳରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ସେ ନିକଟରେ ଆରଜେଡିର ଜାତୀୟ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ରଘୁବଂଶ ସିଂ ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ ଇସ୍ତଫା ଦଳ ପାଇଁ ଏକ ବଡ କ୍ଷତି ବୋଲି ରାଜନୀତିକ ସମୀକ୍ଷକ ମାନେ ବିଚାର କରୁଛନ୍ତି। ସେ ଆରଜେଡି ସୁପ୍ରିମୋ ଲାଲୁ […]

Raghuvansh-prasad-singh

Raghuvansh-prasad-singh

Subhransu Sekhar
  • Published: Thursday, 10 September 2020
  • Updated: 10 September 2020, 03:08 PM IST

Sports

Latest News

ପାଟଣା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ଶକ୍ତ ଝଟକା ଲାଗିଛି। ବରିଷ୍ଠ ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂ ଦଳରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ସେ ନିକଟରେ ଆରଜେଡିର ଜାତୀୟ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ରଘୁବଂଶ ସିଂ ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ ଇସ୍ତଫା ଦଳ ପାଇଁ ଏକ ବଡ କ୍ଷତି ବୋଲି ରାଜନୀତିକ ସମୀକ୍ଷକ ମାନେ ବିଚାର କରୁଛନ୍ତି।

ସେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନିକଟକୁ ହାତରେ ଚିଠି ଲେଖି ପଠାଇଛନ୍ତି। ସେ ଲେଖିଛନ୍ତି ଯେ ଲାଲୁ ମହାଶୟ କ୍ଷମା କରିବେ। ମୁଁ 32 ବର୍ଷ ଧରି ଆପଣଙ୍କ ସହିତ ରହିଲି। ହେଲେ ଏବେ ନୁହେଁ।

ବୈଷ୍ଣବର ପୂର୍ବତନ ସାଂସଦ ରାମ ସିଂ ଲାଲୁଙ୍କ ବିରୋଧୀ ବୋଲି କୁହାଯାଏ। ଏବେ ସେ ଆରଜେଡିରେ ସାମିଲ୍ ହୋଇଛନ୍ତି। ରାମ ସିଂଙ୍କ ସହିତ ରଘୁବଂଶ ସିଂ ପରସ୍ପର ବିରୋଧୀ। ରାମ ସିଂ ଆରଜେଡିରେ ସାମିଲ୍ ହେବା ବେଳେ ରଘୁବଂଶ ଅସନ୍ତୋଷ ଜାହିର କରିଥିଲେ। ତେଣୁ ଏବେ ରଘୁବଂଶ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି।

ସେ ନିଜ ଅସନ୍ତୋଷ ବ୍ୟକ୍ତ କରି ଆହୁରି କହିଛନ୍ତି, ଦଳ ଏବେ ନର୍କରେ ପରିଣତ ହୋଇଛି। ଲାଲୁଙ୍କୁ ପ୍ରତ୍ୟେକ ସଙ୍କଟରେ ସମର୍ଥନ କରିଛି। ଟଙ୍କା ସହିତ ଟିକେଟ୍ ବିକ୍ରିକୁ କିନ୍ତୁ ବରଦାସ୍ତ କରିପାରୁନି। ଦଳ ପାଇଁ ଉତ୍ସର୍ଗୀକୃତ କର୍ମୀ ଏବଂ ନେତାଙ୍କ ଅବହେଳାକୁ ବରଦାସ୍ତ କରାଯିବାକୁ ଗ୍ରହଣ କରିବା ମୋ ପକ୍ଷରେ ସମ୍ଭବ ନୁହେଁ। ଏଥିସହ ଆପଣଙ୍କ ଆରୋଗ୍ୟ କାମନା କରୁଛି ବୋଲି ଏମ୍ସ ବେଡ଼ରୁ ଚିଠି ଲେଖି କହିଛନ୍ତି ରଘୁବଂଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos