ନୀତୀଶଙ୍କ ବିରୋଧରେ ଲାଲୁଙ୍କ ଦଳ ପାଳୁଛି ‘ବିଶ୍ୱାସଘାତକ ଦିବସ’, ପାଟନା ସମେତ ଅନେକ ସହରରେ ଧାରଣା

ପାଟନା: ବିହାରରେ ମହାମେଣ୍ଟ ଭାଙ୍ଗିବା ପରେ ଆଜି ରାସ୍ତାକୁ ଓହ୍ଲାଇଛି ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)। ଗତକାଲି ରାତିରେ ତେଜସ୍ୱୀ ଯାଦବ ଓ ତାଙ୍କର ସମର୍ଥକମାନେ ରାଜଭବନ ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରିଥିବା ବେଳେ ଆଜି ସାରା ରାଜ୍ୟରେ ଦଳୀୟ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରି ଦେଇଛନ୍ତି। ପୂରା ବିହାରରେ ଆଜି ଆର୍‌ଜେଡି ନୀତୀଶ କୁମାରଙ୍କ ବିରୋଧରେ ‘ବିଶ୍ୱାସଘାତକ’ ଦିବସ ପାଳନ କରୁଛି। ପାଟନାର ଐତିହାସିକ ମହାତ୍ମା ଗାନ୍ଧୀ ସେତୁରେ ଆର୍‌ଜେଡି […]

lalunitish

Rakesh Mallick
  • Published: Thursday, 27 July 2017
  • , Updated: 27 July 2017, 09:37 AM IST

ପାଟନା: ବିହାରରେ ମହାମେଣ୍ଟ ଭାଙ୍ଗିବା ପରେ ଆଜି ରାସ୍ତାକୁ ଓହ୍ଲାଇଛି ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)। ଗତକାଲି ରାତିରେ ତେଜସ୍ୱୀ ଯାଦବ ଓ ତାଙ୍କର ସମର୍ଥକମାନେ ରାଜଭବନ ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରିଥିବା ବେଳେ ଆଜି ସାରା ରାଜ୍ୟରେ ଦଳୀୟ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରି ଦେଇଛନ୍ତି। ପୂରା ବିହାରରେ ଆଜି ଆର୍‌ଜେଡି ନୀତୀଶ କୁମାରଙ୍କ ବିରୋଧରେ ‘ବିଶ୍ୱାସଘାତକ’ ଦିବସ ପାଳନ କରୁଛି। ପାଟନାର ଐତିହାସିକ ମହାତ୍ମା ଗାନ୍ଧୀ ସେତୁରେ ଆର୍‌ଜେଡି ସମର୍ଥକମାନେ ଧାରଣା ଦେଇଛନ୍ତି। ଦଳର ବିକ୍ଷୋଭ ଯୋଗୁଁ ଅନେକ ସ୍ଥାନରେ ରାସ୍ତାରେ ଯିବାଆସିବା ବନ୍ଦ ହୋଇଯାଇଛି।

ଗତକାଲି ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଦଳ ଜେଡିୟୁ ପୁଣି ଥରେ ବିଜେପି ସହ ମିଶି ରାଜ୍ୟରେ ସରକାର ଗଠନ କରିବ। ନୀତୀଶ ପୁଣି ମୁଖ୍ୟମନ୍ତ୍ରୀ ହେବେ।

Related story