ଲଗାତାର ତୃତୀୟ ଦିନରେ ଭଦ୍ରାଙ୍କୁ ଇଡି ଜେରା

ନୂଆଦିଲ୍ଲୀ: ବ୍ୟବସାୟୀ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭଣୋଇ ରବର୍ଟ ଭଦ୍ରାଙ୍କୁ ଲଗାତାର ତୃତୀୟ ଦିନ ପାଇଁ ଜେରା ଚାଲୁ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଭଦ୍ରାଙ୍କୁ ବୁଧବାର ଓ ଗୁରୁବାର ମିଶାଇ ୧୧ ଘଣ୍ଟା ଧରି ଜେରା କରା ସାରିଥିଲା। ରାଜନୀତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଏଭଳି ଜେରା କରାଯାଉଛି ବୋଲି ଦାବି କରି ଆସୁଥିବା ଭଦ୍ରାଙ୍କର ଲଣ୍ଡନରେ ନାମରେ ୧୨ ମିଲିୟନ୍‌ ପାଉଣ୍ଡ ମୂଲ୍ୟର ସମ୍ପତ୍ତି […]

robert

Subrat Kumar Nayak
  • Published: Saturday, 09 February 2019
  • , Updated: 09 February 2019, 01:19 PM IST

ନୂଆଦିଲ୍ଲୀ: ବ୍ୟବସାୟୀ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭଣୋଇ ରବର୍ଟ ଭଦ୍ରାଙ୍କୁ ଲଗାତାର ତୃତୀୟ ଦିନ ପାଇଁ ଜେରା ଚାଲୁ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଭଦ୍ରାଙ୍କୁ ବୁଧବାର ଓ ଗୁରୁବାର ମିଶାଇ ୧୧ ଘଣ୍ଟା ଧରି ଜେରା କରା ସାରିଥିଲା।

ରାଜନୀତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଏଭଳି ଜେରା କରାଯାଉଛି ବୋଲି ଦାବି କରି ଆସୁଥିବା ଭଦ୍ରାଙ୍କର ଲଣ୍ଡନରେ ନାମରେ ୧୨ ମିଲିୟନ୍‌ ପାଉଣ୍ଡ ମୂଲ୍ୟର ସମ୍ପତ୍ତି ରହିଛି ବୋଲି ତଦନ୍ତକାରୀ ସଂସ୍ଥାମାନେ ଦାବି କରି ଆସୁଛନ୍ତି।

ଏହି ଜେରାରେ ଭଦ୍ରାଙ୍କୁ ସେହି ସମସ୍ତ ବ୍ୟକ୍ତିଙ୍କ ବିଷୟରେ ପଚରାଯାଇଛି ଯେଉଁମାନେ ଏହି ମାମଲା ସହିତ ଜଡ଼ିତ। ଏପରି ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଅସ୍ତ୍ର ଡିଲର ସଞ୍ଜୟ ଭଣ୍ଡାରୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଜେରା କରାଯାଇଛି। ଗୁରୁବାର ମଧ୍ୟ ତାଙ୍କୁ କିଛି ମେଲ୍‌ ଦେଖାଇ ଜେରା କରାଯାଇଥିଲା। ଏହି ମେଲଗୁଡ଼ିକ ମଧ୍ୟରେ ଗୋଟିଏ ଥିଲା ସଞ୍ଜୟଙ୍କ ସମ୍ପର୍କୀୟ ସୁମିତ ଚନ୍ଦ୍ରାଙ୍କର।

Related story