ଆମେରିକା ଦୂତାବାସ ଉପରେ ରକେଟ୍ ମାଡ଼

ବାଗଦାଦ: ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକା ଦୂତାବାସ ଉପରେ ରକେଟ୍ ମାଡ଼ ହୋଇଛି। ମଙ୍ଗଳବାର ସକାଳେ ଏହି ରକେଟ ମାଡ଼ ହୋଇଛି। କେହି ମୃତାହତ ହୋଇନଥିବା ସୂଚନା ରହିଛି। ତେବେ କିଏ ରକେଟ ମାଡ଼ କରିଛି ତାହା ଅସ୍ପଷ୍ଟ ରହିଛି। ରକେଟ ମାଡ଼ ପରେ ଆମେରିକା ଦୂତାବାସ ନିକଟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଖବର ସରବରାହ ସଂସ୍ଥା ଏଏଫପିର ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଏହି ରକେଟ ମାଡ଼ ହୋଇଛି। କେହି ମୃତାହତ ହୋଇନଥିବା […]

us-embassy-compound-in-baghdad

Subhransu Sekhar
  • Published: Tuesday, 19 May 2020
  • , Updated: 19 May 2020, 03:46 PM IST

ବାଗଦାଦ: ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକା ଦୂତାବାସ ଉପରେ ରକେଟ୍ ମାଡ଼ ହୋଇଛି। ମଙ୍ଗଳବାର ସକାଳେ ଏହି ରକେଟ ମାଡ଼ ହୋଇଛି। କେହି ମୃତାହତ ହୋଇନଥିବା ସୂଚନା ରହିଛି। ତେବେ କିଏ ରକେଟ ମାଡ଼ କରିଛି ତାହା ଅସ୍ପଷ୍ଟ ରହିଛି। ରକେଟ ମାଡ଼ ପରେ ଆମେରିକା ଦୂତାବାସ ନିକଟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

ଖବର ସରବରାହ ସଂସ୍ଥା ଏଏଫପିର ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଏହି ରକେଟ ମାଡ଼ ହୋଇଛି। କେହି ମୃତାହତ ହୋଇନଥିବା ସୂଚନା ରହିଛି। ହେଲେ ଆମେରିକାର ଗ୍ରୀନ ଜୋନ ଉପରେ ଏହି ରକେଟ ମାଡ଼ ହୋଇଛି। ରକେଟ ବିସ୍ଫୋରଣ କରିବା ପରେ ବହୁଦୂର ପର୍ଯ୍ୟନ୍ତ ଶବ୍ଦ ଶୁଭିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀରେ ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ ଏବେ ଇରାନ ଓ ଆମେରିକା ମଧ୍ୟରେ ବିବାଦ ରହିଛି। ସୁଲେମାନୀ ମୃତ୍ୟୁର ଜବାବ ଦେବାକୁ ଯାଇ ଇରାନ ଅନେକ ଥର ଆମେରିକା ଦୂତାବାସ ଉପରେ ରକେଟ ମାଡ଼ କରିଥିଲା। ତେବେ କିଛି ଦିନ ହେବ ଏହା ନିରବ ଥିଲା। ଏବେ ପୁଣି ଇରାନ ହିଁ ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଥିବା କୁହାଯାଉଛି।

Related story