ବିଧାନ ପରିଷଦ ଗ୍ୟାଲେରିରେ ସବରକରଙ୍କ ଫଟୋ ସ୍ଥାନ ପାଇବାକୁ ନେଇ ବିବାଦ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନ ପରିଷଦର ଫଟୋ ଗ୍ୟାଲେରିରେ ହିନ୍ଦୁତ୍ୱବାଦୀ ନେତା ସବରକରଙ୍କ ଛବି ସ୍ଥାନ ପାଇବାକୁ ନେଇ ବିବାଦ ଦେଖାଯାଇଛି। କଂଗ୍ରେସ ବିଧାନ ପରିଷଦ ସଦସ୍ୟ ଦୀପକ ସିଂହ ଏହା ବିରୋଧରେ ସ୍ୱର ଉଠାଇବା ସହ ଗୃହର ଅଧ୍ୟକ୍ଷଙ୍କୁ ଏହାକୁ ତୁରନ୍ତ ହଠାଇବାକୁ ଦାବି କରି ଚିଠି ଲେଖିଛନ୍ତି। ମଙ୍ଗଳବାର ଏହି ଛବିକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନାବରଣ କରିଥିଲେ। ଦୀପକ ସିଂହ ଗୃହର ଅଧ୍ୟକ୍ଷ ରମେଶ ଯାଦବଙ୍କୁ ଚିଠି ଲେଖି କହିଛନ୍ତି, […]

d

Hemant Lenka
  • Published: Wednesday, 20 January 2021
  • , Updated: 20 January 2021, 05:14 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନ ପରିଷଦର ଫଟୋ ଗ୍ୟାଲେରିରେ ହିନ୍ଦୁତ୍ୱବାଦୀ ନେତା ସବରକରଙ୍କ ଛବି ସ୍ଥାନ ପାଇବାକୁ ନେଇ ବିବାଦ ଦେଖାଯାଇଛି। କଂଗ୍ରେସ ବିଧାନ ପରିଷଦ ସଦସ୍ୟ ଦୀପକ ସିଂହ ଏହା ବିରୋଧରେ ସ୍ୱର ଉଠାଇବା ସହ ଗୃହର ଅଧ୍ୟକ୍ଷଙ୍କୁ ଏହାକୁ ତୁରନ୍ତ ହଠାଇବାକୁ ଦାବି କରି ଚିଠି ଲେଖିଛନ୍ତି। ମଙ୍ଗଳବାର ଏହି ଛବିକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନାବରଣ କରିଥିଲେ।

ଦୀପକ ସିଂହ ଗୃହର ଅଧ୍ୟକ୍ଷ ରମେଶ ଯାଦବଙ୍କୁ ଚିଠି ଲେଖି କହିଛନ୍ତି, “ସ୍ୱାଧୀନତା ସଂଗ୍ରାମର ମହାନ ବ୍ୟକ୍ତିବିଶେଷଙ୍କ ପାଖରେ ସବରକରଙ୍କ ଫୋଟ ଲାଗିଛି। ସ୍ୱାଧୀନତା ସଂଗ୍ରାମର ମହାନ ବ୍ୟକ୍ତିମାନେ ବ୍ରିଟିଶ ଶାସନ ବେଳେ ଅନେକ ନିର୍ଯାତନା ସହିଥିଲେ। କିନ୍ତୁ ସେମାନଙ୍କ ଆଗରେ କେବେ ହେଲେ ମୁଣ୍ଡ ନୁଆଁଇ ନଥିଲେ। ତେଣୁ ସେମାନଙ୍କ ଫଟୋ ପାଖରେ ସବରକରଙ୍କ ଭଳି ବ୍ୟକ୍ତିଙ୍କର ଛବି ଲାଗିବା ନିଶ୍ଚିତ ସେମାନଙ୍କ ପ୍ରତି ଅପମାନ।ସବରକରଙ୍କ ଫଟୋକୁ ଏଠାରୁ କାଢ଼ି ବିଜେପିର ସଂସଦୀୟ ଅଫିସରେ ଲଗା ଗଲେ ଭଲ ହେବ। ଗୃହର ଅଧ୍ୟକ୍ଷ ପରିଷଦର ପ୍ରିନ୍ସିପାଲ ସଚିବଙ୍କୁ ଏହା ଉପରେ ଦୃଷ୍ଟି ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଚିଠିରେ ଦାବି କରିଛନ୍ତି।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଏ ବିଷୟରେ ପ୍ରତିକ୍ରିୟା ଦେବାକୁ କୁହାଯିବାରୁ ସେ କହିଛନ୍ତି, ଦେଶର ବିଭିନ୍ନ ଲୋକମାନେ ସ୍ୱାଧୀନତା ପାଇଁ କ’ଣ ସବୁ କରିଛନ୍ତି, ସେ ବିଷୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଗୋଟିଏ ବିତର୍କ ହେବା ଉଚିତ। ଏହାପରେ ସ୍ୱାଧୀନତା ସଂଗ୍ରାମରେ ଯେଉଁମାନଙ୍କର ଯୋଗଦାନ ଥିଲା, ସେମାନଙ୍କୁ ସମ୍ମାନିତ କରାଯିବା ଦରକାର ବୋଲି ସେ କହିଛନ୍ତି।

ସବରକରଙ୍କ ଛବି ଅନାବରଣ କରିବା ବେଳେ ଯୋଗୀ କହିଥିଲେ ଯେ ସବରକର ହେଉଛନ୍ତି ମହାନ ସ୍ୱାଧୀନତା ସଂଗ୍ରାମୀ। ତାଙ୍କ ବ୍ୟକ୍ତିତ୍ୱ ସମସ୍ତ ଭାରତୀୟଙ୍କୁ ପ୍ରେରଣା ଯୋଗାଇ ଥାଏ। ବିଜେପି ସବରକରଙ୍କୁ ମହାନ ସ୍ୱାଧୀନତା ସଂଗ୍ରାମୀ କହୁଥିଲେ ହେଁ କଂଗ୍ରେସ ଓ ଅନ୍ୟମାନେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟା ପଛରେ ତାଙ୍କ ହାତ ରହିଥିବା ଅଭିଯୋଗ କରୁଛନ୍ତି।

Related story