୭ ଲକ୍ଷ କୋଟିର ଜାତୀୟ ରାଜପଥ ଯୋଜନାକୁ କେନ୍ଦ୍ରର ମଞ୍ଜୁରୀ: ୨୦୨୨ ସୁଦ୍ଧା ବଦଳିବ ୮୩ ହଜାର କିମି ରାଜପଥର ରୂପରେଖ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପ୍ରାୟ ୭ ଲକ୍ଷ କୋଟି ଟଙ୍କାର ଜାତୀୟ ରାଜପଥ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ। ଆସନ୍ତା ୫ ବର୍ଷ ମଧ୍ୟରେ ବଦଳିବ ୮୩ହଜାର କିଲୋମିଟର ରାଜପଥର ରୂପରେଖ। ଜାତୀୟ ରାଜପଥର ଉନ୍ନତିକରଣ ନେଇ ଆଜି କେନ୍ଦ୍ର କ୍ୟାବିନେଟ୍ ଏହି ବଡ଼ ନିଷ୍ପତ୍ତି ନେଇଛି।  ୨୦୨୨ ସୁଦ୍ଧା ଏହି ୮୩ ହଜାର କିଲୋମିଟର ଜାତୀୟ ରାଜପଥର ବିକାଶ ଓ ସମ୍ପ୍ରସାରଣ ପାଇଁ ୬.୯ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ ଉପରେ କେନ୍ଦ୍ର କ୍ୟାବିନେଟର ମୋହର […]

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 05:58 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପ୍ରାୟ ୭ ଲକ୍ଷ କୋଟି ଟଙ୍କାର ଜାତୀୟ ରାଜପଥ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ। ଆସନ୍ତା ୫ ବର୍ଷ ମଧ୍ୟରେ ବଦଳିବ ୮୩ହଜାର କିଲୋମିଟର ରାଜପଥର ରୂପରେଖ। ଜାତୀୟ ରାଜପଥର ଉନ୍ନତିକରଣ ନେଇ ଆଜି କେନ୍ଦ୍ର କ୍ୟାବିନେଟ୍ ଏହି ବଡ଼ ନିଷ୍ପତ୍ତି ନେଇଛି।  ୨୦୨୨ ସୁଦ୍ଧା ଏହି ୮୩ ହଜାର କିଲୋମିଟର ଜାତୀୟ ରାଜପଥର ବିକାଶ ଓ ସମ୍ପ୍ରସାରଣ ପାଇଁ ୬.୯ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ ଉପରେ କେନ୍ଦ୍ର କ୍ୟାବିନେଟର ମୋହର ଲାଗିଛି।

ଦେଶରେ ସଡ଼କପଥର ବିସ୍ତାର ପାଇଁ ଆରମ୍ଭ ହେବ ଭାରତମାଳା ଯୋଜନା। ପ୍ରଥମ ପର୍ଯ୍ୟୟରେ ୩୪, ୮୦୦ କିମି ରାସ୍ତା ନିର୍ମାଣ ହେବ, ଏଥିସହ ଉପୂଳରେ ୨ହଜାର କିଲୋମିଟର ରାସ୍ତା ତିଆରି ହେବ।  ଭାରତର ସୀମାବର୍ତ୍ତି ଅଞ୍ଚଳ ଗୁଡ଼ିକୁ ସଂଯୋଗ କରିବା ପାଇଁ ୨୮ ହଜାର ୪ଶହ କିଲୋମୋଟର ଦୀର୍ଘ ଭାରତମାଳା ରାଜପଥ କାର୍ଯ୍ୟକ୍ରମକୁ ଏଥିରେ ସାମିଲ କରାଯାଇଛି।  ବର୍ତ୍ତମାନ ସୁଦ୍ଧା ଦେଶର ଏହା ସର୍ବବୃହତ ହାଇେଓ୍ୱ ଉନ୍ନତିକରଣ ଯୋଜନା ବୋଲି କୁହାଯାଉଛି। ଏହି ପ୍ରକଳ୍ପରେ ୩୨ କୋଟି ଶ୍ରମଦିବସ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ନିଯୁକ୍ତି ସୃଷ୍ଟି ଦିଗରେ ମଧ୍ୟ ଏହା ଫଳପ୍ରଦ ସାବ୍ୟସ୍ତ ହୋଇପାରିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।

Related story