ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ୭୫ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସଡ଼କ ଦୁର୍ଘଟଣାରେ ଶିକାର ହୋଇଥିବା ଯୁବକଙ୍କୁ ୭୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ଦିଲ୍ଲୀ ପୁଲିସ। ୨୦୧୫ ମସିହାରେ ଯୁବକ ଜଣଙ୍କ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିପାଇଁ ସେ ଦିଲ୍ଲୀ ପୁଲିସ ଦ୍ୱାରା ଲଗାଯାଇଥିବା ସ୍ପୀଡ୍ ବ୍ରେକରକୁ ଦାୟୀ କରିଥିଲେ। ଦୁର୍ଘଟଣା ପରେ ଯୁବକ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ନବୀନ ଚାଓ୍ୱାଲା କହିଛନ୍ତି, ବ୍ୟାରିକେଡରେ ଠିକ୍ ଭାବର ଲାଇଟ୍ ଏବଂ ରିଫ୍ଲେଟର୍ସ ଲାଗିନଥିଲା। […]

accident

Subhransu Sekhar
  • Published: Wednesday, 20 May 2020
  • , Updated: 20 May 2020, 04:37 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସଡ଼କ ଦୁର୍ଘଟଣାରେ ଶିକାର ହୋଇଥିବା ଯୁବକଙ୍କୁ ୭୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ଦିଲ୍ଲୀ ପୁଲିସ। ୨୦୧୫ ମସିହାରେ ଯୁବକ ଜଣଙ୍କ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିପାଇଁ ସେ ଦିଲ୍ଲୀ ପୁଲିସ ଦ୍ୱାରା ଲଗାଯାଇଥିବା ସ୍ପୀଡ୍ ବ୍ରେକରକୁ ଦାୟୀ କରିଥିଲେ। ଦୁର୍ଘଟଣା ପରେ ଯୁବକ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନି।

ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ନବୀନ ଚାଓ୍ୱାଲା କହିଛନ୍ତି, ବ୍ୟାରିକେଡରେ ଠିକ୍ ଭାବର ଲାଇଟ୍ ଏବଂ ରିଫ୍ଲେଟର୍ସ ଲାଗିନଥିଲା। ସେଥିପାଇଁ ଦୂରରୁ ଦେଖାଯାଇନଥିଲା। ଏହି ଦୁର୍ଘଟଣା ୨୦୧୫ରେ ହୋଇଥିଲା। ସେତେବେଳେ ଧିରଜ ଏବଂ ତାଙ୍କ ବାପା ବାଇକରେ ଘରକୁ ଫେରୁଥିଲେ। ରାସ୍ତାକୁ ବନ୍ଦ କରିବା ପାଇଁ ପୁଲିସ ବ୍ୟାରିକେଡ ଲଗାଇଥିଲା। ହେଲେ ଏହା ଦେଖାଯାଉନଥିଲା। ତେଣୁ ଧୀରଜ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାର ଶିକାର ହେବାପରେ ତାଙ୍କର ଅପରେସନ ହୋଇଛି। ହେଲେ ଏବେ ବି ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନି।

ଦିଲ୍ଲୀ ପୁଲିସ ପକ୍ଷ ରଖି କହିଥିଲା ଚାଳକ ଜଣଙ୍କ ବିନା ହେଲମେଟରେ ଗାଡ଼ି ଚଳାଉଥିବାରୁ ଦର୍ଘଟଣାର ଶିକାର ହୋଇଛନ୍ତି। ତେବେ କୋର୍ଟ ଏହାକୁ ଖାରଜ କରି କହିଛନ୍ତି, ବ୍ୟାରିକେଡ ଲଗାଯାଇଥିବା ସ୍ଥାନରେ ପୁଲିସ ନଥିଲା ଜଣାପଡ଼ିଛି। ପ୍ରଥମତଃ ଦିଲ୍ଲୀ ପୁଲିସର ବଡ଼ ଭୁଲ୍ ତେଣୁ ୭୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ।

Related story