ଆର୍‌ଏସ୍‌ଏସ୍‌ର ଦାବି ‘ମନ୍ତ୍ର’ ଜପ କଲେ ହାରିଯିବ ଚୀନ

ନୂଆଦିଲ୍ଲୀ: ଡୋକଲାମରେ ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ସ୍ଥିତିରେ ଅଛନ୍ତି।  ଉତ୍ତେଜନା  ଜାରି ରହିଥିବା ବେଳେ ଚୀନ ସହିତ ଲଢ଼ିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍‌) ଏକ ନୂଆ ଆଇଡିଆ ନେଇ ଆସିଛି। ସଂଘ କହିଛି ଚୀନ ଭଳି ‘ଅସୁର’ ସହିତ ଲଢ଼ିବା ପାଇଁ ମନ୍ତ୍ରର ସାହାଯ୍ୟ ନିଆଯାଉ। ଆଉ ଏହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ଏମିତି ରାଜନୈତିକ ମହଲରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ହେଉଛି। ସଂଘ ପକ୍ଷରୁ […]

china

Rakesh Mallick
  • Published: Sunday, 23 July 2017
  • , Updated: 23 July 2017, 01:20 PM IST

ନୂଆଦିଲ୍ଲୀ: ଡୋକଲାମରେ ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ସ୍ଥିତିରେ ଅଛନ୍ତି।  ଉତ୍ତେଜନା  ଜାରି ରହିଥିବା ବେଳେ ଚୀନ ସହିତ ଲଢ଼ିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍‌) ଏକ ନୂଆ ଆଇଡିଆ ନେଇ ଆସିଛି। ସଂଘ କହିଛି ଚୀନ ଭଳି ‘ଅସୁର’ ସହିତ ଲଢ଼ିବା ପାଇଁ ମନ୍ତ୍ରର ସାହାଯ୍ୟ ନିଆଯାଉ। ଆଉ ଏହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ଏମିତି ରାଜନୈତିକ ମହଲରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ହେଉଛି।

ସଂଘ ପକ୍ଷରୁ କୁହାଯାଇଛି ପ୍ରତ୍ୟେକ ଭାରତୀୟ ଘରେ ପୂଜାର୍ଚ୍ଚନା କରିବା ସହିତ ‘କୈଲାଶ, ହିମାଲୟ ଔର ତିବ୍ବତ ଚୀନ କୀ ଅସୁରୀ ଶକ୍ତି ସେ ମୁକ୍ତ ହୋ’ ମନ୍ତ୍ରକୁ ଜପ କରନ୍ତୁ। ଏହି ମନ୍ତ୍ରକୁ ଦୈନିକ ପାଞ୍ଚ ଥର ଜପ କରିବାକୁ କୁହାଯାଇଛି।  ମୁସଲମାନମାନେ ନମାଜ କରିବା ପୂର୍ବରୁ ଏହି ମନ୍ତ୍ରକୁ ଉଚ୍ଚାରଣ କରନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରି କଲେ ଚୀନର କ୍ଷତି ହେବ ଓ ଭାରତରେ ଏକ ସକାରାତ୍ମକ ଶକ୍ତି ପ୍ରଦାନ କରିବ।

ଏହା ସହିତ ଚୀନରୁ ଆସୁଥିବା ଜିନିଷ ବ୍ୟବହାର ନ କରିବାକୁ ସଂଘ ଓ ଏହାର ସହଯୋଗୀ ସଂଗଠନ ଗୁଡ଼ିକ ଅନୁରୋଧ କରିଛନ୍ତି। ଚୀନର ସମସ୍ତ ଉତ୍ପାଦକକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ସଂଘ ପକ୍ଷରୁ ଅଭିଯାନ କରାଯାଉଛି।

Related story