ସ୍ଥିର ସରକାର ପାଇଁ ଜନାଦେଶକୁ ଆରଏସ୍‌ଏସ୍‌ର ସ୍ୱାଗତ

ନାଗପୁର: ବିଜେପିର ମେ ୨୩ ଐତିହାସିକ ବିଜୟକୁ ରାଷ୍ଟ୍ରବାଦୀଙ୍କର ଏବଂ ସ୍ଥିର ସରକାର ଚାହୁଁଥିବା ଲୋକଙ୍କର ବିଜୟ ବୋଲି ଅଭିହିତ କରିଛି ଦଳର ବିଚାରଗତ ଆଦର୍ଶ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ସଂଘର ସାଧାରଣ ସମ୍ପାଦକ ଭୈୟାଜୀ ଯୋଷୀ କହିଛନ୍ତି, ଗଣତନ୍ତ୍ରର ବିଜୟ ପାଇଁ ଯେଉଁମାନଙ୍କର ଅବଦାନ ରହିଛି ସେସମସ୍ତଙ୍କୁ ଅଭିନନ୍ଦନ। ପୁଣି ଥରେ ଗଣତନ୍ତ୍ରର ଆଦର୍ଶ ପ୍ରତିଷ୍ଠା ହେବା ବିଶ୍ୱ ପାଇଁ ଉଦାହରଣ ସାଜିଛି। ସେ କହିଥିଲେ, ଭାରତର କୋଟି କୋଟି ଲୋକ ଭାଗ୍ୟବାନ ଯେ ସେମାନେ […]

bhaiyaji-joshi

Subrat Kumar Nayak
  • Published: Thursday, 23 May 2019
  • , Updated: 23 May 2019, 10:37 PM IST

ନାଗପୁର: ବିଜେପିର ମେ ୨୩ ଐତିହାସିକ ବିଜୟକୁ ରାଷ୍ଟ୍ରବାଦୀଙ୍କର ଏବଂ ସ୍ଥିର ସରକାର ଚାହୁଁଥିବା ଲୋକଙ୍କର ବିଜୟ ବୋଲି ଅଭିହିତ କରିଛି ଦଳର ବିଚାରଗତ ଆଦର୍ଶ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ସଂଘର ସାଧାରଣ ସମ୍ପାଦକ ଭୈୟାଜୀ ଯୋଷୀ କହିଛନ୍ତି, ଗଣତନ୍ତ୍ରର ବିଜୟ ପାଇଁ ଯେଉଁମାନଙ୍କର ଅବଦାନ ରହିଛି ସେସମସ୍ତଙ୍କୁ ଅଭିନନ୍ଦନ। ପୁଣି ଥରେ ଗଣତନ୍ତ୍ରର ଆଦର୍ଶ ପ୍ରତିଷ୍ଠା ହେବା ବିଶ୍ୱ ପାଇଁ ଉଦାହରଣ ସାଜିଛି।

ସେ କହିଥିଲେ, ଭାରତର କୋଟି କୋଟି ଲୋକ ଭାଗ୍ୟବାନ ଯେ ସେମାନେ ଏକ ସ୍ଥିର ସରକାରକୁ ନିର୍ବାଚିତ କରିଛନ୍ତି।

ସେ ଏହି ଅବସରରେ ଆହରି ମଧ୍ୟ କହିଥିଲେ, ସଂଘ ବିଶ୍ୱାସ କରୁଛି ନୂଆ ସରକାର ସାଧାରଣ ଲୋକଙ୍କ ଆଶା ଓ ବିଶ୍ୱାସକୁ ପୂରଣ କରିବ। ଆମେ ଆଶା କରୁଛୁ ନିର୍ବାଚନୀ ପ୍ରକ୍ରିୟା ସରିବା ସହ ସମସ୍ତ ତିକ୍ତତାର ଅନ୍ତ ଘଟିବ ଏବଂ ଜନାଦେଶକୁ ସମସ୍ତେ ନମ୍ରତାର ସହ ଗ୍ରହଣ କରିବେ।

Related story