ଆଇନ ହାତକୁ ନେବାପାଇଁ କାହାର ମଧ୍ୟ ଅଧିକାର ନାହିଁ: ଆରଏସ୍‌ଏସ୍‌

ନାଗପୁର: ଗୁରୁବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସାଧାରଣ ସମ୍ପାଦକ ସୁରେଶ ଭୈୟାଜୀ ଯୋଷୀ ଦିଲ୍ଲୀ ଦଙ୍ଗାକୁ ନେଇ ପ୍ରତିକ୍ରୟିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସରକାର ଦିଲ୍ଲୀରେ ଶାନ୍ତି ଫେରିବା ନିଶ୍ଚିତ କରନ୍ତୁ। ଗଣମାଧ୍ୟମକୁ ସେ କହିଛନ୍ତି, ଆଇନକୁ ହାତକୁ ନେବାକୁ କାହାରିକୁ ଅଧିକାର ମିଳିନି। ଅଶାନ୍ତ ଥିବା ସ୍ଥାନଗୁଡ଼ିକରେ ଶାନ୍ତି ଫେରାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ହୋଇଥିବା ହିଂସାରେ ୩୫ ଜଣଙ୍କ ଜୀବନ ଗଲାଣି। ୨୦୦ […]

violence

Subrat Kumar Nayak
  • Published: Thursday, 27 February 2020
  • , Updated: 27 February 2020, 06:02 PM IST

ନାଗପୁର: ଗୁରୁବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସାଧାରଣ ସମ୍ପାଦକ ସୁରେଶ ଭୈୟାଜୀ ଯୋଷୀ ଦିଲ୍ଲୀ ଦଙ୍ଗାକୁ ନେଇ ପ୍ରତିକ୍ରୟିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସରକାର ଦିଲ୍ଲୀରେ ଶାନ୍ତି ଫେରିବା ନିଶ୍ଚିତ କରନ୍ତୁ।

ଗଣମାଧ୍ୟମକୁ ସେ କହିଛନ୍ତି, ଆଇନକୁ ହାତକୁ ନେବାକୁ କାହାରିକୁ ଅଧିକାର ମିଳିନି। ଅଶାନ୍ତ ଥିବା ସ୍ଥାନଗୁଡ଼ିକରେ ଶାନ୍ତି ଫେରାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ହୋଇଥିବା ହିଂସାରେ ୩୫ ଜଣଙ୍କ ଜୀବନ ଗଲାଣି। ୨୦୦ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହାକୁ ନେଇ ସାରା ଦେଶରେ ଚିନ୍ତା ପ୍ରକଟ କରାଯାଉଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଲଗାତାର ବୈଠକ କରିଛନ୍ତି।

Related story