ଅଯୋଧ୍ୟା ରାୟ ପୂର୍ବରୁ ସମସ୍ତ କାର୍ଯ୍ୟକ୍ରମ ବାତିଲ କଲା ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି ରାୟ ଆସିବା ପୂର୍ବରୁ ନଭେମ୍ବର ମାସରେ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)। ଏପରକି କାର୍ଯ୍ୟକର୍ତ୍ତାମାନେ ଏହି ସମୟରେ ଗସ୍ତ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ମଧ୍ୟ ସଂଘ ପକ୍ଷରୁ କୁହାଯାଇଛି। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି, ରାୟ ଆସିବାର ଏହି ବହୁ ଗୁରୁତ୍ୱପୂର୍ଣ୍ଣ ସମୟରେ ସଂଘ ଆଲର୍ଟ ରହିବାକୁ ଚାହୁଁଛି। ରାୟ ଆସିବା ପରେ ଯଦି କିଛି ଅଘଟଣ ଘଟେ ଏଥିପାଇଁ […]

rss-1

Subrat Kumar Nayak
  • Published: Wednesday, 30 October 2019
  • , Updated: 30 October 2019, 08:50 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି ରାୟ ଆସିବା ପୂର୍ବରୁ ନଭେମ୍ବର ମାସରେ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)। ଏପରକି କାର୍ଯ୍ୟକର୍ତ୍ତାମାନେ ଏହି ସମୟରେ ଗସ୍ତ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ମଧ୍ୟ ସଂଘ ପକ୍ଷରୁ କୁହାଯାଇଛି।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି, ରାୟ ଆସିବାର ଏହି ବହୁ ଗୁରୁତ୍ୱପୂର୍ଣ୍ଣ ସମୟରେ ସଂଘ ଆଲର୍ଟ ରହିବାକୁ ଚାହୁଁଛି। ରାୟ ଆସିବା ପରେ ଯଦି କିଛି ଅଘଟଣ ଘଟେ ଏଥିପାଇଁ ସଂଘକୁ ଦାୟୀ ନ କରାଯାଉ ବୋଲି ଚିନ୍ତା କରି ଏଭଳି ପଦକ୍ଷେପ ନିଆଯାଇଛି।

ଏପରିକି ହରିଦ୍ୱାରଠାରେ ୩୧ ଅକ୍ଟୋବରରୁ ୪ ନଭେମ୍ବର ଯାଏ ହେବାକୁ ଥିବା ବୈଠକ ମଧ୍ୟ ସ୍ଥଗିତ ରଖାଯାଇଥିବା ନେଇ ପ୍ରଥମେ ଖବର ଆସିଥିଲା। ତେବେ କେବଳ ପ୍ରଚାରକଙ୍କ ପ୍ରଷିକ୍ଷଣ ବର୍ଗ ସ୍ଥଗିତ ରଖାଯାଇଛି, କିନ୍ତୁ ବୈଠକ ହରିଦ୍ୱାର ବଦଳରେ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।

ସଂଘର ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ ଏହା ସହ ଜଡ଼ିତ ରାଜନୀତିକ ସଂଗଠନ ବିଜେପିର କିଛି ଶୀର୍ଷ ନେତା ଏହି ବୈଠକରେ ଯୋଗଦେବାର ଅଛି। ଆରଏସ୍‌ଏସ୍‌ ମୁଖ୍ୟ ବା ସର ସଂଘ ଚାଳକ ମୋହନ ଭାଗବତ, ସୁରେଶ ଭୈୟାଜୀ ଯୋଷୀ ଏବଂ ଦତ୍ତାତ୍ରେୟ ହୋସବଲେ ଏଥିରେ ଯୋଗ ଦେଉଛନ୍ତି। ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଯୋଗଦେବାର ଅଛି। ସୂଚନଯୋଗ୍ୟ ଯେ, ଅଯୋଧ୍ୟା ମାମଲାର ଶୁଣାଣି ସରିଛି। ରାୟ ଆସିବା ଆଗରୁ କିଛି ହିନ୍ଦୁ ସଂଗଠନ ଆଶାବ୍ୟକ୍ତ କରିଛନ୍ତି ରାୟ ରାମ ମନ୍ଦିର ସପକ୍ଷରେ ଯିବ।

Related story