ନୂଆଦିଲ୍ଲୀ: କିଛି ହିନ୍ଦୁ ସଂଗଠନ ଏବଂ ଦକ୍ଷିଣପନ୍ଥୀ ଅଯୋଧ୍ୟା ରାମ ମନ୍ଦିର ଆନ୍ଦୋଳନର ସୀମା କାଶୀ ଏବଂ ମଥୁରା ଆଡ଼କୁ ବଢ଼ାଇବାକୁ ଉତ୍ସୁକ ଥିଲେ ହେଁ ଶନିବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏହାକୁ ନେଇ ମତ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ସଂଘ ଏପରି କରିବନାହିଁ। ଏଥିସହିତ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ସମାନ ମତ ପୋଷଣ କରିଛି।
କାଶୀରେ ଜ୍ଞାନବ୍ୟାପୀ ମସଜିଦ୍ର ଏକ କାନ୍ଥ କାଶୀ ବିଶ୍ୱନାଥଙ୍କ ମନ୍ଦିରକୁ ଲାଗିଛି। ସେହିଭଳି ଶାହି ଇଦ୍ଗା ମସଜିଦ୍ କୃଷ୍ଣ ଜନ୍ମଭୂମି ମନ୍ଦିର ପଛ ଭାଗରେ ରହିଛି।
ଏକ ସାମ୍ବାଦିକ ସମ୍ମିଳନୀରେ ଭାଗବତଙ୍କୁ ପଚରାଯାଇଥିଲା, ଆରଏସ୍ଏସ୍ ଏହି ଆନ୍ଦୋଳନ କାଶୀ ଏବଂ ମଥୁରାକୁ ନେବ କି ନା। ସେ ଉତ୍ତରରେ କହିଥିଲେ, “ସଂଘ କୌଣସି ଆନ୍ଦୋଳନରେ ସାମିଲ ହୁଏନି। ଆମେ ବ୍ୟକ୍ତି ନିର୍ମାଣ ଦିଗରେ କାମ କରୁ।’