ପଞ୍ଜାବରେ କଂଗ୍ରେସର ବାଜିମାତ, ବିଜେପି ନିରାଶ

ଚଣ୍ଡୀଗଡ଼: ପଞ୍ଜାବ ବିଧାନସଭା ଉପନିର୍ବାଚନରେ ୪ଟି ଆସନରୁ ୩ଟିରେ କ୍ଷମତାସୀନ କଂଗ୍ରେସ ବାଜିମାତ କରିଛି। ଅନ୍ୟପକ୍ଷରେ ବିଜେପିର ସହଯୋଗୀ ଦଳ ଶିରୋମଣି ଅକାଳୀ ଦଳ ଗୋଟିଏ ସନ୍ତୁଷ୍ଟ ରହିଛି। କିନ୍ତୁ ବିଜେପି ଗୋଟିଏ ଆସନ ମଧ୍ୟ ଜିତିପାରିନାହିଁ। କଂଗ୍ରେସ ଜଲାଲାବାଦ, ଫଗୱାରା ଏବଂ ମୁକେରିଆନ୍‌ ଜିତିଥିବାବେଳେ ଶିରୋମଣି କେବଳ ଦଖା ଆସନରେ ଜିତିଛି। ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅମରିନ୍ଦର ସିଂହ ଦଳର ବିଜୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସେ କହିଛନ୍ତି, ଶିରୋମଣି ଅକାଳୀ […]

amrinder

Subrat Kumar Nayak
  • Published: Thursday, 24 October 2019
  • , Updated: 24 October 2019, 05:57 PM IST

ଚଣ୍ଡୀଗଡ଼: ପଞ୍ଜାବ ବିଧାନସଭା ଉପନିର୍ବାଚନରେ ୪ଟି ଆସନରୁ ୩ଟିରେ କ୍ଷମତାସୀନ କଂଗ୍ରେସ ବାଜିମାତ କରିଛି। ଅନ୍ୟପକ୍ଷରେ ବିଜେପିର ସହଯୋଗୀ ଦଳ ଶିରୋମଣି ଅକାଳୀ ଦଳ ଗୋଟିଏ ସନ୍ତୁଷ୍ଟ ରହିଛି। କିନ୍ତୁ ବିଜେପି ଗୋଟିଏ ଆସନ ମଧ୍ୟ ଜିତିପାରିନାହିଁ।

କଂଗ୍ରେସ ଜଲାଲାବାଦ, ଫଗୱାରା ଏବଂ ମୁକେରିଆନ୍‌ ଜିତିଥିବାବେଳେ ଶିରୋମଣି କେବଳ ଦଖା ଆସନରେ ଜିତିଛି। ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅମରିନ୍ଦର ସିଂହ ଦଳର ବିଜୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସେ କହିଛନ୍ତି, ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ବାଦଲଙ୍କ ଗଡ଼ କୁହାଯାଉଥିବା ଜଲାଲବାଦର ଲୋକେ ଏହି ଦଳର ନକାରାତ୍ମକ ରାଜନୀତିକୁ ଅଗ୍ରାହ୍ୟ କରିଛନ୍ତି।

ଏହି ଅବସରରେ ସେ ଅକାଳୀଦଳର ରାଜ ସିଂହ ଦିବପୁରା ୧୬,୬୩୩ ଭୋଟ୍‌ରେ ହାରିବାକୁ ପରୋକ୍ଷରେ କଟାକ୍ଷ କରିଛନ୍ତି। ଏହି ଆସନ ବ୍ୟତୀତ ଫଗୱାରାରେ କଂଗ୍ରେସ ପ୍ରାର୍ଥୀ ବଲୱିନ୍ଦର ସିଂହ ଧଲିୱାଲ ବିଜେପି ପ୍ରାର୍ଥୀ ରାଜେଶ ବାଘାଙ୍କୁ ୨୬,୧୧୬ ଭୋଟ୍‌ ବ୍ୟବଧାନରେ ହରାଇଛନ୍ତି।

Related story