ଗୁଜରାଟରେ ଦ୍ୱିତୀୟ ଥର କ୍ୟାବିନେଟ୍‌ ସମ୍ପ୍ରସାରଣ, ମନ୍ତ୍ରୀ ହେଲେ ଚାୱଡ଼ା

ଗାନ୍ଧିନଗର: ୯ ମାସରେ ଦ୍ୱିତୀୟଥର ପାଇଁ କ୍ୟାବିନେଟ୍‌ ସମ୍ପ୍ରସାରଣ କରିଛନ୍ତି ଗୁଜରାଟ ସରକାର । ଜଣେ ବିଜେପିର ବରିଷ୍ଠ ନେତା ଏବଂ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ୨ ଜଣ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ତେବେ ଗୁରୁବାର କଂଗ୍ରେସ ଛାଡି ଶୁକ୍ରବାର ବିଜେପିରେ ମିଶିଥିବା ବିଧାୟକଙ୍କ ଜୱାହର ଚାୱଡ଼ା ହିଁ କ୍ୟାବିନେଟ୍‌ ମନ୍ତ୍ରୀ ହୋଇପାରିଛନ୍ତି, ଅନ୍ୟ ୨ ଜଣ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ୩ ନୂଆ ମନ୍ତ୍ରୀଙ୍କ ସହ ରୂପାନୀ ସରକାରରେ ମନ୍ତ୍ରୀସଂଖ୍ୟା ୨୪ରେ ପହଞ୍ଚିଛି […]

bjp

Subrat Kumar Nayak
  • Published: Saturday, 09 March 2019
  • , Updated: 09 March 2019, 05:03 PM IST

ଗାନ୍ଧିନଗର: ୯ ମାସରେ ଦ୍ୱିତୀୟଥର ପାଇଁ କ୍ୟାବିନେଟ୍‌ ସମ୍ପ୍ରସାରଣ କରିଛନ୍ତି ଗୁଜରାଟ ସରକାର । ଜଣେ ବିଜେପିର ବରିଷ୍ଠ ନେତା ଏବଂ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ୨ ଜଣ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି ।

ତେବେ ଗୁରୁବାର କଂଗ୍ରେସ ଛାଡି ଶୁକ୍ରବାର ବିଜେପିରେ ମିଶିଥିବା ବିଧାୟକଙ୍କ ଜୱାହର ଚାୱଡ଼ା ହିଁ କ୍ୟାବିନେଟ୍‌ ମନ୍ତ୍ରୀ ହୋଇପାରିଛନ୍ତି, ଅନ୍ୟ ୨ ଜଣ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି।

୩ ନୂଆ ମନ୍ତ୍ରୀଙ୍କ ସହ ରୂପାନୀ ସରକାରରେ ମନ୍ତ୍ରୀସଂଖ୍ୟା ୨୪ରେ ପହଞ୍ଚିଛି । ନୂଆ ୩ ମନ୍ତ୍ରୀଙ୍କୁ ବର୍ତ୍ତମାନ ବିଭାଗ ଦିଆଯାଇ ନାହିଁ, ଖୁବଶୀଘ୍ର ବିଭାଗ ବଣ୍ଟାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ କହିଛନ୍ତି ।

ଲୋକସଭା ନିର୍ବାଚନ ଆଗକୁ ଥିବା ବେଳେ କଂଗ୍ରେସ ଓବିସି ନେତା ତଥା ରଧନ୍‌ପୁର ବିଧାୟକ ଅଳ୍ପେଶ ଠାକୁର ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ  ଅଳ୍ପେଶ ଠାକୁର ସମସ୍ତ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଲୋକଙ୍କ ସମସ୍ୟାର ସମାଧାନ କରିବା ତାଙ୍କର ପ୍ରାଥମିକତା, ମନ୍ତ୍ରୀ ହେବା ନୁହେଁ ବୋଲି ସେ କହିଛନ୍ତି ।

Related story