ମସ୍କୋ: ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ରୁଷରେ ଧୀରେ ଧୀରେ କରୋନା କାୟା ବିସ୍ତାର କରିବା ଆରମ୍ଭ କଲାଣି। ବିଶ୍ୱର ଅଧିକାଂଶ ରାଷ୍ଟ୍ର କରୋନା ଯୋଗୁ କଲବଲ ହେଉଥିବା ବେଳେ ରୁଷରେ ସ୍ଥିତି ସାମାନ୍ୟ ଥିଲା। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୫୦୦ କରୋନା ରୋଗୀ ରୁଷରେ ଚିହ୍ନଟ ହେବା ପରେ ସ୍ଥିତି ଜଟିଳ ହୋଇଛି। ୫୦୦ ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୩୭ରେ ପହଞ୍ଚି ଯାଇଛି।
ଏମାନଙ୍କ ମଧ୍ୟରୁ ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ରୁଷ ସରକାର ଦେଶରେ ଏକାଧିକ କଟକଣା ଲଗାଇବା ସହ ସୀମାକୁ ସିଲ କରିଦେଇଛନ୍ତି।