ରୁଷ ପ୍ରଧାନମନ୍ତ୍ରୀଙ୍କୁ କରୋନା, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା

ମସ୍କୋ: ମହାମାରୀ କରୋନା ଭାଇରସ ସ୍ଥିତି ଏବେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ରୁଷରେ ଘାତକ ସ୍ଥିତି ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ ଭାଇରସର ପ୍ରାଣକେନ୍ଦ୍ର କୁହାଯାଉଥିବା ଚାଇନା ସ୍ଥିତିକୁ ମଧ୍ୟ ରୁଷ ବଳି ଯାଇଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ପାର କରିଥିବା ବେଳେ ୧୦୭୩ ଜଣ ପ୍ରାଣ ହରାଇଲେଣି। ଦେଶର ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ ମଧ୍ୟ ଏହି ଘାତକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଏକଥା ସମସ୍ତଙ୍କୁ […]

t

Hemant Lenka
  • Published: Friday, 01 May 2020
  • , Updated: 01 May 2020, 02:53 PM IST

ମସ୍କୋ: ମହାମାରୀ କରୋନା ଭାଇରସ ସ୍ଥିତି ଏବେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ରୁଷରେ ଘାତକ ସ୍ଥିତି ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ ଭାଇରସର ପ୍ରାଣକେନ୍ଦ୍ର କୁହାଯାଉଥିବା ଚାଇନା ସ୍ଥିତିକୁ ମଧ୍ୟ ରୁଷ ବଳି ଯାଇଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ପାର କରିଥିବା ବେଳେ ୧୦୭୩ ଜଣ ପ୍ରାଣ ହରାଇଲେଣି।

ଦେଶର ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ ମଧ୍ୟ ଏହି ଘାତକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଏକଥା ସମସ୍ତଙ୍କୁ ଅବଗତ କରାଇବା ସହ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବି ସତର୍କ ରହିବାକୁ କହିଛନ୍ତି।

ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସେଲଫ ଆଇସୋଲେସନରେ ରହିଛନ୍ତି। ମିଶୁଷ୍ଟିନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭିଡିଓ କଲରେ ସେ କରୋନାରେ ଆକ୍ରାନ୍ତ ଥିବା କହିବା ସହ ଘରେ ରହିଥିବା ଜଣାଇଛନ୍ତି।

ରୁଷରେ କରୋନା କାୟା ବିସ୍ତାର କରୁଥିବାରୁ ରାଷ୍ଟ୍ରପତି ପୁଟିନ ମଧ୍ୟ ଆଉ ଅଧିକ ବୈଠକ କରୁନାହାନ୍ତି। ଦରକାର ସମୟରେ ସେ ଅଧିକାରୀମାନଙ୍କ ସହ ଭିଡିଓ କଲରେ କଥାବାର୍ତ୍ତା ହେଉଛନ୍ତି। ପ୍ରଧାନମନ୍ତ୍ରୀ ମିଶୁଷ୍ଟିନ କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କ ଡେପୁଟି ଆଣ୍ଡ୍ରେ ବେଲୋସୁଭ ସମସ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି।

୫୪ ବର୍ଷୀୟ ମିଶୁଷ୍ଟିନ ଦେଶର ଟ୍ୟାକ୍ସ ଅଫିସର ଥିଲେ। ହେଲେ ରାଷ୍ଟ୍ରପତି ପୁଟିନଙ୍କ ପରାମର୍ଶକ୍ରମେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ରୁଷରେ ୭ ହଜାରରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୪୯୮ରେ ପହଞ୍ଚି ଯାଇଛି।

Related story