କୋଟା ଶିଶୁ ମୃତ୍ୟୁ ପାଇଁ ଅଡ଼ୁଆରେ ଗେହଲଟ୍‌, ବର୍ଷିଲେ ପାଇଲଟ୍‌

କୋଟା: ରାଜସ୍ଥାନର କୋଟାଠାରେ ଘଟିଥିବା ଶିଶୁମୃତ୍ୟୁ କଂଗ୍ରେସ ପାଇଁ ବିଶେଷ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପାଇଁ ବିପଦ ସାଜିଛି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ କଂଗ୍ରେସର ଟାଣୁଆ ନେତା ସଚିନ ପାଇଲଟ୍‌ ମଧ୍ୟ ଗେହଲଟ୍‌ଙ୍କୁ ସମାଲୋଚନା କରିଛନ୍ତି। କୋଟାର ଜେକେ ଲନ୍‌ ହସ୍ପିଟାଲରେ ୧୦୦ ଜଣରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି। ଶନିବାର ସଚିନ୍‌ କହିଛନ୍ତି, “ସଂଖ୍ୟାର ଜାଲ ବୁଣି କେହି ଉତ୍ତରଦାୟିତ୍ୱ ନେବାରୁ ଖସିଯାଇ ପାରିବେନାହିଁ। ଆମେ ଅତୀତରେ କ’ଣ ହୋଇଥିଲା ସେ […]

Rajasthan

Subrat Kumar Nayak
  • Published: Saturday, 04 January 2020
  • , Updated: 04 January 2020, 03:54 PM IST

କୋଟା: ରାଜସ୍ଥାନର କୋଟାଠାରେ ଘଟିଥିବା ଶିଶୁମୃତ୍ୟୁ କଂଗ୍ରେସ ପାଇଁ ବିଶେଷ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପାଇଁ ବିପଦ ସାଜିଛି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ କଂଗ୍ରେସର ଟାଣୁଆ ନେତା ସଚିନ ପାଇଲଟ୍‌ ମଧ୍ୟ ଗେହଲଟ୍‌ଙ୍କୁ ସମାଲୋଚନା କରିଛନ୍ତି। କୋଟାର ଜେକେ ଲନ୍‌ ହସ୍ପିଟାଲରେ ୧୦୦ ଜଣରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି।

ଶନିବାର ସଚିନ୍‌ କହିଛନ୍ତି, “ସଂଖ୍ୟାର ଜାଲ ବୁଣି କେହି ଉତ୍ତରଦାୟିତ୍ୱ ନେବାରୁ ଖସିଯାଇ ପାରିବେନାହିଁ। ଆମେ ଅତୀତରେ କ’ଣ ହୋଇଥିଲା ସେ ବିଷୟରେ କଥା ହେବା ଠିକ୍ ନୁହେଁ। ଆମେ ବର୍ତ୍ତମାନ କ’ଣ ହେଉଛି ସେହି ବିଷୟରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ଠିକ୍‌ ହେବ।”

ଏଭଳି ସମାଲୋଚନା କଂଗ୍ରେସ ବାହାରୁ ପୂର୍ବରୁ ଆସିଥିଲା। କିନ୍ତୁ କଂଗ୍ରେସ ଭିତରୁ ପ୍ରଥମ ଥର ପାଇଁ ଏଭଳି ସ୍ୱର ଆସିଛି। ଅନ୍ୟପକ୍ଷରେ ସମାଲୋଚନା କରିଥିବା ପାଇଲଟ୍‌ ରାଜ୍ୟ କଂଗ୍ରେସର ସଭାପତି ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ।

ସେ କହିଥିଲେ, “ଏତେ ଶିଶୁଙ୍କ ମୃତ୍ୟୁ ହେଲା। ଉତ୍ତରଦାୟିତ୍ୱ ନେବାକୁ ହେବ। ବସୁନ୍ଧରା କିଛି ଭୁଲ୍‌ କରିଥିଲେ ବୋଲି ତ ଲୋକେ ତାଙ୍କୁ ହରାଇଦେଲେ। ଏବେ ଆମର ଉତ୍ତରଦାୟିତ୍ୱ ରହିବା କଥା।”

ସଚିନ୍‌ କହିଛନ୍ତି, ୧୦୦ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କ ପ୍ରାଥମିକ ପ୍ରତିକ୍ରିୟା ଆହୁରି ସମ୍ବେଦନଶୀଳ ହେବା ଦରକାର। ସରକାରଙ୍କ ପ୍ରତିକ୍ରିୟା ଆହୁରି ସହାନୁଭୂତିଶୀଳ ହେବା ଦରକାର। ୧୩ ମାସ ଧରି କ୍ଷମତାରେ ରହିବା ପରେ ପୂର୍ବ ସରକାରଙ୍କୁ ଦୋଷ ଦେବାର କୌଣସି ମାନେ ନାହିଁ।

Related story