କାହିଁକି ବିରୋଧୀଙ୍କ ବେଞ୍ଚ ନିକଟରେ ବସିଲେ ପାଇଲଟ? ସୀମା ଓ ଯୋଦ୍ଧା କଥା ବି ଉଠାଇଲେ

ଜୟପୁର: ବିଦ୍ରୋହ ଘୋଷଣାର ଗୋଟିଏ ମାସ ପରେ ସଚିନ ପାଇଲଟ ପୁଣିଥରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାମ୍ପକୁ ଫେରିଛନ୍ତି। ଗତକାଲି ସେ ଗେହଲଟଙ୍କୁ ଭେଟିବା ପରେ ଆଜି ବିଧାନସଭା ଅଧିବେଶନରେ ଯୋଗଦେଇଛନ୍ତି। ଗେହଲଟ ସରକାର ଆଜି ଟ୍ରଷ୍ଟ ଭୋଟର ସମ୍ମୁଖୀନ ହେବେ। ଏଥିପାଇଁ ବିତର୍କ ମଧ୍ୟ ଚାଲିଛି। ବିବାଦ ପୂର୍ବରୁ ସଚିନ ପାଇଲଟ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏଥିପାଇଁ ସେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପାଖରେ ବସୁଥିଲେ। ହେଲେ ଆଜି ସଚିନ ପାଇଲଟ […]

i

Hemant Lenka
  • Published: Friday, 14 August 2020
  • , Updated: 14 August 2020, 02:47 PM IST

ଜୟପୁର: ବିଦ୍ରୋହ ଘୋଷଣାର ଗୋଟିଏ ମାସ ପରେ ସଚିନ ପାଇଲଟ ପୁଣିଥରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାମ୍ପକୁ ଫେରିଛନ୍ତି। ଗତକାଲି ସେ ଗେହଲଟଙ୍କୁ ଭେଟିବା ପରେ ଆଜି ବିଧାନସଭା ଅଧିବେଶନରେ ଯୋଗଦେଇଛନ୍ତି। ଗେହଲଟ ସରକାର ଆଜି ଟ୍ରଷ୍ଟ ଭୋଟର ସମ୍ମୁଖୀନ ହେବେ। ଏଥିପାଇଁ ବିତର୍କ ମଧ୍ୟ ଚାଲିଛି।

ବିବାଦ ପୂର୍ବରୁ ସଚିନ ପାଇଲଟ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏଥିପାଇଁ ସେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପାଖରେ ବସୁଥିଲେ। ହେଲେ ଆଜି ସଚିନ ପାଇଲଟ ବିରୋଧୀଙ୍କ ବେଞ୍ଚ ପାଖରେ ବସିଥିବା ଦେଖିବାକୁ ମିଳିଛି। ସରକାରୀ ଓ ବିରୋଧୀ ଦଳର ସୀମା ଥିବା ଅଞ୍ଚଳରେ ସଚିନ ପାଇଲଟ ବସିବା ସମସ୍ତଙ୍କୁ ଚକିତ କରିଛି।

ଏହା ଉପରେ ମନ୍ତବ୍ୟ ରଖି ସଚିନ କହିଛନ୍ତି, ବେଞ୍ଚ କଥା ବିଚାରକୁ ନେଲେ ମୁଁ କାହିଁକି ବର୍ଡର ଅଞ୍ଚଳରେ ବସିଛି ସେକଥା ସମସ୍ତେ ଭାବୁଛନ୍ତି। କାହିଁକି ମୁଁ ବିରୋଧୀଙ୍କ ପାଖରେ ବସିଛି? ଏହାର କାରଣ ହେଉଛି ଏହା ସୀମାନ୍ତ ଅଞ୍ଚଳ। କେବଳ ସାହାସୀ ଓ ଯୋଦ୍ଧାମାନଙ୍କୁ ହିଁ ସୀମାକୁ ପଠାଯାଏ।

ଯେତେବେଳେ ମୁଁ ବିଧାନସଭାକୁ ଆସିଲି ସେତେବେଳେ ମୁଁ କାହିଁକି ବିରୋଧୀଙ୍କ ବେଞ୍ଚ ପାଖରେ ବସିବି, ସେକଥା ଚିନ୍ତା କରିଥିଲି। ଏହାପରେ ମୁଁ ଭାବିଲି ଏହା ସୀମାନ୍ତ ଅଞ୍ଚଳ ଓ ମୋତେ ହିଁ ସୀମାନ୍ତକୁ ପଠାଯାଇଛି। ଆଗକୁ ଅନେକ କିଛି ଘଟିବ ଓ ଅନେକ କିଛି ସାମ୍ନାକୁ ଆସିବ। ମୁଁ ପ୍ରଣ୍ଟ ଲାଇନରେ ବସି ସବୁ କିଛି ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ବୋଲି ସଚିନ କହିଛନ୍ତି।

Related story