କଂଗ୍ରେସ ବିଧାୟକଙ୍କୁ ନୋଟିସ ପଠାଇଲେ ସଚିନ୍ ପାଇଲଟ

ଜୟପୁର: କ୍ରସ ଭୋଟିଂ ପାଇଁ ୩୫ କୋଟି ଟଙ୍କା ଲାଞ୍ଚ ଯଚା ଅଭିଯୋଗ ଆଣିଥିବା କଂଗ୍ରେସ ବିଧାୟକଙ୍କୁ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନୋଟିସ ପଠାଇଛନ୍ତି। ବିଧାୟକ ଗିରିରାଜ ସିଂହ ମାଲିଙ୍ଗଙ୍କୁ ପଠାଇଥିବା ନୋଟିସରେ ପାଇଲଟ ଏହାର ସତ୍ୟତାର ପ୍ରମାଣ ଦେବାକୁ ଆହ୍ୱାନ କରିଛନ୍ତି। ଅଭିଯୋଗ ପ୍ରମାଣ ନକରିପାରିଲେ ସମ୍ମାନହାନୀର କ୍ଷତିପୂରଣ ବାବଦ ଏକ ଟଙ୍କା ଜୋରିମାନା ଦେବାକୁ ସେ ନୋଟିସରେ କହିଛନ୍ତି। ସଚିନ ପାଇଲଟ ଦେଇଥିବା ନୋଟିସରେ କହିଛନ୍ତି ଯେ, ତାଙ୍କ ଉପରେ ଲଗାଯାଇଥିବା […]

sachin-pilot

sachin-pilot

Subhransu Sekhar
  • Published: Wednesday, 22 July 2020
  • Updated: 22 July 2020, 08:59 PM IST

Sports

Latest News

ଜୟପୁର: କ୍ରସ ଭୋଟିଂ ପାଇଁ ୩୫ କୋଟି ଟଙ୍କା ଲାଞ୍ଚ ଯଚା ଅଭିଯୋଗ ଆଣିଥିବା କଂଗ୍ରେସ ବିଧାୟକଙ୍କୁ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନୋଟିସ ପଠାଇଛନ୍ତି। ବିଧାୟକ ଗିରିରାଜ ସିଂହ ମାଲିଙ୍ଗଙ୍କୁ ପଠାଇଥିବା ନୋଟିସରେ ପାଇଲଟ ଏହାର ସତ୍ୟତାର ପ୍ରମାଣ ଦେବାକୁ ଆହ୍ୱାନ କରିଛନ୍ତି। ଅଭିଯୋଗ ପ୍ରମାଣ ନକରିପାରିଲେ ସମ୍ମାନହାନୀର କ୍ଷତିପୂରଣ ବାବଦ ଏକ ଟଙ୍କା ଜୋରିମାନା ଦେବାକୁ ସେ ନୋଟିସରେ କହିଛନ୍ତି।

ସଚିନ ପାଇଲଟ ଦେଇଥିବା ନୋଟିସରେ କହିଛନ୍ତି ଯେ, ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗ ଭିତ୍ତିହୀନ ଏବଂ ମିଛ। ନୋଟିସ ପାଇବାର ସାତ ଦିନ ମଧ୍ୟରେ ଏହାର ଜବାବ ଦେବାକୁ ସେ ବିଧାୟକ ଗିରିରାଜଙ୍କୁ ଆହ୍ୱାନ କରିଛନ୍ତି। ଯଦି ଅଭିଯୋଗର ପ୍ରମାଣ ନକରିପାରିବେ ତେବେ ଏହାଦ୍ୱାରା ହୋଇଥିବା ତାଙ୍କ ସମ୍ମାନହାନୀର କ୍ଷତିପୂରଣ ସ୍ୱରୂପ ଏକ ଲିଖିତ କ୍ଷମା ପ୍ରାର୍ଥନା ସହ ଜୋରିମାନା ବାବଦକୁ ଟଙ୍କାଟିଏ ପୈଠ କରିବାକୁ କହିଛନ୍ତି।

ଏପରିକି ଅଡିଓ ଟେପରେ ଥିବା ତାଙ୍କ ବାର୍ତ୍ତାଳପକୁ ଲିଖିତ ଭାବରେ ଦେବାକୁ ପାଇଲଟ ଗିରିରାଜଙ୍କୁ ଏହି ନୋଟିସରେ କହିଛନ୍ତି। ନୋଟିସ ମୁତାବକ ସନ୍ତୋଷଜନକ ଉତ୍ତର ନଦେଲେ ଆଇନ ଅନୁଯାୟୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପାଇଲଟ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ବିଧାୟକ ଗିରିରାଜ ସିଂହ ମାଲିଙ୍ଗ ସୋମବାର ଅଭିଯୋଗ କରିଥିଲେ ଯେ, ରାଜ୍ୟସଭା ନିର୍ବାଚନ ବେଳେ କ୍ରସ ଭୋଟିଂ ପାଇଁ ସଚିନ ୩୫ କୋଟି ଟଙ୍କା ଲାଞ୍ଚ ଯାଚିଥିଲେ। ଏଥିସହ କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ପାଇଁ ପାଇଲଟ କହିଥିଲେ ବୋଲି ଗିରିରାଜ କହିଥିଲେ। ହେଲେ ଅଭିଯୋଗକୁ ସଚିନ ଖାରଜ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos