ପରସ୍ପରକୁ କୁଣ୍ଢାଇ ଧରି କାନ୍ଦିଲେ ସାଧ୍ୱୀ ପ୍ରଜ୍ଞା ଓ ଉମା ଭାରତୀ

ଭୋପାଲ୍‌: ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ତଥା ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଓ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ମଧ୍ୟରେ ଘଟିଥିବା ଏକ ଘଟଣା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭୋପାଲରୁ ପ୍ରାର୍ଥୀ ହୋଇଥିବା ସାଧ୍ୱୀ ଆଜି ପ୍ରଚାର ସମୟରେ ଉମା ଭାରତୀଙ୍କୁ ଭେଟିଥିଲେ। ଏହି ସମୟରେ ଉମା ଭାରତୀ ତାଙ୍କୁ କୁଣ୍ଢାଇ ଧରିବା ପରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ଉଭୟ ଦୀର୍ଘ ସମୟ ପରସ୍ପରକୁ କୁଣ୍ଢାଇ କାନ୍ଦିବା ଆରମ୍ଭ […]

ssaw

Hemant Lenka
  • Published: Monday, 29 April 2019
  • , Updated: 29 April 2019, 06:24 PM IST

ଭୋପାଲ୍‌: ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ତଥା ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଓ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ମଧ୍ୟରେ ଘଟିଥିବା ଏକ ଘଟଣା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭୋପାଲରୁ ପ୍ରାର୍ଥୀ ହୋଇଥିବା ସାଧ୍ୱୀ ଆଜି ପ୍ରଚାର ସମୟରେ ଉମା ଭାରତୀଙ୍କୁ ଭେଟିଥିଲେ। ଏହି ସମୟରେ ଉମା ଭାରତୀ ତାଙ୍କୁ କୁଣ୍ଢାଇ ଧରିବା ପରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ଉଭୟ ଦୀର୍ଘ ସମୟ ପରସ୍ପରକୁ କୁଣ୍ଢାଇ କାନ୍ଦିବା ଆରମ୍ଭ କରିଥିଲେ। ସାଧ୍ୱୀଙ୍କ କାନ୍ଦ ଦେଖି ଉମା ଭାରତୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।

ଶେଷରେ ଉମା ଭାରତୀ ସାଧ୍ୱୀ ପ୍ରଜ୍ଞାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ।

ଦେଖନ୍ତୁ ଭିଡିଓ:

https://twitter.com/i/status/1122762401244254209

Related story