ଅସୁସ୍ଥତାର ଆଳ ଦେଖାଇ ପୁଣି କୋର୍ଟରେ ହାଜର ହେଲେନି ସାଧ୍ୱୀ

ଭୋପାଲ: ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ତଥା ବିଜେପିର ଭୋପାଲ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ କୋର୍ଟରେ ହାଜର ହୋଇନାହାନ୍ତି। ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ସାଧ୍ୱୀ କୋର୍ଟରେ ନିୟମିତ ହାଜର ହେବାକୁ କୁହାଯାଇଥିଲା। ତେବେ ନିର୍ବାଚନ ବେଳେ ବେଶ ସୁସ୍ଥ ଥିବା ସାଧ୍ୱୀ ଏବେ ଅସୁସ୍ଥ ହୋଇ ଯାଇଛନ୍ତି। ଅସୁସ୍ଥତା ଯୋଗୁ ସେ ହସ୍ପିଟାଲ୍‌ରେ ଅଛନ୍ତି। ତେଣୁ ସେ କୋର୍ଟରେ ହାଜର ହୋଇ ପାରି ନଥିବା ତାଙ୍କ ଓକିଲ […]

e

Hemant Lenka
  • Published: Thursday, 06 June 2019
  • , Updated: 06 June 2019, 05:49 PM IST

ଭୋପାଲ: ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ତଥା ବିଜେପିର ଭୋପାଲ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ କୋର୍ଟରେ ହାଜର ହୋଇନାହାନ୍ତି। ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ସାଧ୍ୱୀ କୋର୍ଟରେ ନିୟମିତ ହାଜର ହେବାକୁ କୁହାଯାଇଥିଲା। ତେବେ ନିର୍ବାଚନ ବେଳେ ବେଶ ସୁସ୍ଥ ଥିବା ସାଧ୍ୱୀ ଏବେ ଅସୁସ୍ଥ ହୋଇ ଯାଇଛନ୍ତି। ଅସୁସ୍ଥତା ଯୋଗୁ ସେ ହସ୍ପିଟାଲ୍‌ରେ ଅଛନ୍ତି। ତେଣୁ ସେ କୋର୍ଟରେ ହାଜର ହୋଇ ପାରି ନଥିବା ତାଙ୍କ ଓକିଲ ସଫେଇ ଦେଇଛନ୍ତି।

ଆଜି କୋର୍ଟରେ ସାଧ୍ୱୀଙ୍କ ଓକିଲ ପ୍ରଶାନ୍ତ ମାଗୋ କହିଥିଲେ, “ସାଧ୍ୱୀ ଉକ୍ତ ରକ୍ତଚାପରେ ପଡ଼ିଛନ୍ତି। ତେଣୁ ସେ ଯାତାୟାତ କରିପାରୁ ନାହାନ୍ତି। ଏହି କାରଣରୁ ସେ କୋର୍ଟରେ ହାଜର ହୋଇପାରି ନାହାନ୍ତି।”

କୋର୍ଟ ପ୍ରଶାନ୍ତଙ୍କ କଥା ଶୁଣିବା ପରେ ଆଜି ପାଇଁ ସାଧ୍ୱୀଙ୍କ ହାଜର ନ ହେବା ନିବେଦନକୁ ଗ୍ରହଣ କରିଥିଲେ। କିନ୍ତୁ ଆସନ୍ତାକାଲି ସାଧ୍ୱୀ ଯେମିତି ହେଲେ ବି କୋର୍ଟରେ ହାଜର ହେବା ଦରକାର ବୋଲି ବିଚାରପତି  କହିଛନ୍ତି।

ଭୋପାଲ୍‌ର ଯେଉଁ ହସ୍ପିଟାଲ୍‌ରେ ସାଧ୍ୱୀ ରହିଛନ୍ତି, ତା’ର ନିର୍ଦ୍ଦେଶକ ଡା. ଅଜୟ ରାୟ କହିଛନ୍ତି, “ ମଙ୍ଗଳବାର ସନ୍ଧ୍ୟାରେ ବଦହଜମି ଓ ଗ୍ୟାସ୍‌ ଯୋଗୁ ସାଧ୍ୱୀ ଏଠାରେ ଆଡମିଟ୍‌ ହୋଇଥିଲେ। କିନ୍ତୁ ଆଜି ସେ ୭ରୁ ୮ ଘଣ୍ଟା ପାଇଁ ଘରକୁ ଯାଇଛନ୍ତି। ଗାଧେଇବା ଏବଂ ଅନ୍ୟାନ୍ୟ ନିତ୍ୟକର୍ମ ପାଇଁ ସେ ଯାଇଛନ୍ତି।”

ଅନ୍ୟପକ୍ଷରେ ଅସୁସ୍ଥତାର ଆଳ ଦେଖାଉଥିବା ସାଧ୍ୱୀଙ୍କୁ ଆଜି ମଧ୍ୟପ୍ରଦେଶରେ ମହାରଣା ନଗରରେ ବୁଲୁଥିବା ଦେଖିବାକୁ ମିଳିଛି। ସେ ଏଠାରେ ଆୟୋଜିତ ମହାରଣା ପ୍ରତାପ ଜୟନ୍ତୀରେ ସାମିଲ ହୋଇଥିଲେ।

Related story