କରୋନାକୁ ନେଇ ମନୀଷଙ୍କ ମନ୍ତବ୍ୟକୁ ଖାରଜ କଲେ ଶାହ

ନୂଆଦିଲ୍ଲୀ: ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୫ ଲକ୍ଷ ଟପିଯିବ। ମେ ମାସ ଆରମ୍ଭରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏଭଳି ମନ୍ତବ୍ୟ ଦେଇଥିଲେ। ଏବେ ଏହାକୁ ଖଣ୍ଡନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ଦିଲ୍ଲୀରେ ଜୁଲାଇ ଶେଷ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୫ ଲକ୍ଷରୁ କମ୍ ରହିବ। ମନୀଷଙ୍କ ମନ୍ତବ୍ୟଙ୍କୁ ଖଣ୍ଡନ କରିବାର କାରଣ କହିବାକୁ ଯାଇ ଶାହ କହିଛନ୍ତି, ଦିଲ୍ଲୀରେ କରୋନା କମ୍ୟୁନିଟି […]

manish amit shah

Subhransu Sekhar
  • Published: Sunday, 28 June 2020
  • , Updated: 28 June 2020, 02:44 PM IST

ନୂଆଦିଲ୍ଲୀ: ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୫ ଲକ୍ଷ ଟପିଯିବ। ମେ ମାସ ଆରମ୍ଭରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏଭଳି ମନ୍ତବ୍ୟ ଦେଇଥିଲେ। ଏବେ ଏହାକୁ ଖଣ୍ଡନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ଦିଲ୍ଲୀରେ ଜୁଲାଇ ଶେଷ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୫ ଲକ୍ଷରୁ କମ୍ ରହିବ।

ମନୀଷଙ୍କ ମନ୍ତବ୍ୟଙ୍କୁ ଖଣ୍ଡନ କରିବାର କାରଣ କହିବାକୁ ଯାଇ ଶାହ କହିଛନ୍ତି, ଦିଲ୍ଲୀରେ କରୋନା କମ୍ୟୁନିଟି ସଂକ୍ରମଣ ହୋଇନାହିଁ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଦିଲ୍ଲୀରେ ଟେଷ୍ଟିଂ ସଂଖ୍ୟା ବଢ଼ାଇ ଦିଆଯାଇଛି। ଏବେ ରାଜଧାନୀରେ ପ୍ରତିଦିନ ୧୬ ହଜାର କରୋନା ନମୁନା ଟେଷ୍ଟିଂ ହେଉଛି। ତେଣୁ କରୋନାକୁ ନେଇ ଭୟ କରିବାର ଆବଶ୍ୟକତା ନାହିଁ। ଏହାକୁ ଅଯଥା ତୁଳନା କରାଯାଉଛି। ମନୀଷଙ୍କ ମନ୍ତବ୍ୟ ପରେ ଲୋକମାନେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଏବେ ସମସ୍ତେ ନିଜ ନିଜ ଗାଁକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଶାହ କହିଛନ୍ତି।

ସେହିପରି ଗୃହମନ୍ତ୍ରୀ କେବଳ ଦିଲ୍ଲୀରେ କରୋନା କଥା ବୁଝୁଛନ୍ତି ବୋଲି ଅଭିଯୋଗର ଜବାବ ଦେଇ ଶାହ କହିଛନ୍ତି, ସେମିତି କିଛି ନୁହେଁ। ଉଭୟ ଦିଲ୍ଲୀ ସରକାର ଏବଂ ଏମସିସିଡି ମିଳିମିଶି କରୋନା ମୁକାବିଲା କରୁଛନ୍ତି ବୋଲି ଶାହ କହିଛନ୍ତି।

Related story