ସହିଦ ପିଲାମାନଙ୍କ ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବ କେନ୍ଦ୍ର

ନୂଆଦିଲ୍ଲୀ: ଏଣିକି ସହିଦଙ୍କ ପିଲାମାନଙ୍କ ସମସ୍ତ ପାଠପଢା ଖର୍ଚ୍ଚ  ସରକାର  ବହନ କରିବେ।   ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ  ପାଇଛି।  ଏହାଦ୍ୱାରା ସେନା ବାହିନୀରେ ନିଖୋଜ, ଆହତ କିମ୍ବା ସହିଦ  ହୋଇଥିବା ଯବାନଙ୍କ ପିଲାମାନଙ୍କୁ ପାଠ ପଢିବା ପାଇଁ ଅଧିକ  ପ୍ରୋତ୍ସାହନ ମିଳିବ।   ସରକାରୀ କିମ୍ବା ସରକାରଙ୍କ ଅନୁଦାନ ପ୍ରାପ୍ତ ସ୍କୁଲ, କଲେଜ, ମିଲିଟାରୀ ସ୍କୁଲ ଓ ସୈନିକ ସ୍କୁଲରେ ପଢୁଥିବା  ସହିଦ ଯବାନମାନଙ୍କ ପିଲାମାନଙ୍କୁ ଏହି ସୁବିଧା ମିଳିବ ।  ବର୍ତ୍ତମାନ  ଏହି […]

assistant-assistant-inspector-outskirts-hindustan-inspector-security_f69f8bfa-a90f-11e7-8fa9-3a95f17ae4d1

Rakesh Mallick
  • Published: Thursday, 22 March 2018
  • , Updated: 22 March 2018, 08:48 PM IST

ନୂଆଦିଲ୍ଲୀ: ଏଣିକି ସହିଦଙ୍କ ପିଲାମାନଙ୍କ ସମସ୍ତ ପାଠପଢା ଖର୍ଚ୍ଚ  ସରକାର  ବହନ କରିବେ।   ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ  ପାଇଛି।  ଏହାଦ୍ୱାରା ସେନା ବାହିନୀରେ ନିଖୋଜ, ଆହତ କିମ୍ବା ସହିଦ  ହୋଇଥିବା ଯବାନଙ୍କ ପିଲାମାନଙ୍କୁ ପାଠ ପଢିବା ପାଇଁ ଅଧିକ  ପ୍ରୋତ୍ସାହନ ମିଳିବ।   ସରକାରୀ କିମ୍ବା ସରକାରଙ୍କ ଅନୁଦାନ ପ୍ରାପ୍ତ ସ୍କୁଲ, କଲେଜ, ମିଲିଟାରୀ ସ୍କୁଲ ଓ ସୈନିକ ସ୍କୁଲରେ ପଢୁଥିବା  ସହିଦ ଯବାନମାନଙ୍କ ପିଲାମାନଙ୍କୁ ଏହି ସୁବିଧା ମିଳିବ ।  ବର୍ତ୍ତମାନ  ଏହି ଯୋଜନାରେ ୩୪ଶହ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି।  ଏଥିପାଇଁ  ବାର୍ଷିକ ୫କୋଟି ଟଙ୍କା ଖର୍ଚ୍ଚ ହେଉଛି।  ପୂର୍ବରୁ ସହିଦଙ୍କ ପିଲାମାନଙ୍କ  ପାଠପଢା ପାଇଁ ମାସିକ ୧୦ହଜାର ଟଙ୍କା  ଲେଖାଏଁ ଦିଆଯାଉଥିଲା।    କିନ୍ତୁ ଏହି ସୀମାକୁ ଏବେ ପ୍ରତ୍ୟାହାର କରାଯାଇଛି ।

Related story