ସର୍ବସମ୍ମୁଖରେ ପିଟ୍ରୋଡ଼ା କ୍ଷମା ମାଗନ୍ତୁ: ରାହୁଲ

ଫତେଗଡ଼ ସାହିବ: କଂଗ୍ରେସର ବରିଷ୍ଠ ନେତା ସାମ୍‌ ପିଟ୍ରୋଡ଼ାଙ୍କ ଉପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ଜୋରଦାର ବର୍ଷିଛନ୍ତି। ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ସମ୍ପର୍କରେ ପିଟ୍ରୋଡ଼ା ‘ହୁଆ ତ ହୁଆ’ ମନ୍ତବ୍ୟ ଦେଇଥିବାରୁ ରାହୁଲ ଏହାକୁ ପୁଣିଥରେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସେ କହିଛନ୍ତି, ସାମ ପିଟ୍ରୋଡ଼ା ନିଜର ମନ୍ତବ୍ୟ ପାଇଁ ସର୍ବସମ୍ମୁଖରେ କ୍ଷମା ମାଗିବା ଦରକାର। ପଞ୍ଜାବର ଫତେଗଡ଼ ସାହିବଠାରେ ଆୟୋଜିତ ଏକ ନିର୍ବାଚନ ରାଲିରେ ମତ ରଖି ରାହୁଲ କହିଛନ୍ତି, “ସାମ […]

san

Hemant Lenka
  • Published: Monday, 13 May 2019
  • , Updated: 13 May 2019, 04:05 PM IST

ଫତେଗଡ଼ ସାହିବ: କଂଗ୍ରେସର ବରିଷ୍ଠ ନେତା ସାମ୍‌ ପିଟ୍ରୋଡ଼ାଙ୍କ ଉପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ଜୋରଦାର ବର୍ଷିଛନ୍ତି। ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ସମ୍ପର୍କରେ ପିଟ୍ରୋଡ଼ା ‘ହୁଆ ତ ହୁଆ’ ମନ୍ତବ୍ୟ ଦେଇଥିବାରୁ ରାହୁଲ ଏହାକୁ ପୁଣିଥରେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସେ କହିଛନ୍ତି, ସାମ ପିଟ୍ରୋଡ଼ା ନିଜର ମନ୍ତବ୍ୟ ପାଇଁ ସର୍ବସମ୍ମୁଖରେ କ୍ଷମା ମାଗିବା ଦରକାର।

ପଞ୍ଜାବର ଫତେଗଡ଼ ସାହିବଠାରେ ଆୟୋଜିତ ଏକ ନିର୍ବାଚନ ରାଲିରେ ମତ ରଖି ରାହୁଲ କହିଛନ୍ତି, “ସାମ ପିଟ୍ରୋଡ଼ା ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ସଂପୂର୍ଣ୍ଣ ଭୁଲ। ଏଥିପାଇଁ ତାଙ୍କୁ ଦେଶବାସୀଙ୍କୁ କ୍ଷମା ମାଗିବାକୁ ପଡ଼ିବ। ମୁଁ ତାଙ୍କୁ ଫୋନରେ ଏଭଳି କରିବାକୁ କହିଛି। ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ସେ ଲଜ୍ଜା ବୋଧ କରିବା ଦରକାର। ଖାଲି ସେତିକି ନୁହେଁ, ଏଥିପାଇଁ ପିଟ୍ରୋଡ଼ା ସର୍ବସମ୍ମୁଖରେ କ୍ଷମା ମାଗିବା ଉଚିତ।”

କିଛି ଦିନ ତଳେ ପିଟ୍ରୋଡ଼ା ଗଣମାଧ୍ୟମ ଆଗରେ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ଉପରେ ମନ୍ତବ୍ୟ ଦେଇଥିଲେ। ଏହି ସମୟରେ ସେ ଦଙ୍ଗା ହେଇଥିଲା ତ ହେଇଥିଲା କ’ଣ ହେଲା ବୋଲି କହିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଶେଷରେ ପିଟ୍ରୋଡ଼ା ବାଧ୍ୟ ହୋଇ କ୍ଷମା ମାଗିଥିଲେ।

Related story