କ୍ୟାମେରାରେ କଏଦ ହେଲା ଗୁଳିମାଡ଼, ସପା ନେତା ଓ ପୁଅଙ୍କୁ ହତ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ସମାଜବାଦୀ ପାର୍ଟି(ସପା)ର ଜଣେ ସ୍ଥାନୀୟ ନେତା ଓ ତାଙ୍କ ପୁଅଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ଲକ୍ଷ୍ନୌ ଠାରୁ ୩୭୯ କିମି ଦୂର ସମ୍ବାଲ ଜିଲ୍ଲାରେ ଦୁଇ ଜଣ ବ୍ୟକ୍ତି ସର୍ବସମ୍ମୁଖରେ ବନ୍ଧୁକ ଧରି ବୁଲିବା ସହ ସପା ନେତା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ଏମଜିନରେଗା ଅଧୀନରେ ନିର୍ମାଣ ଚାଲିଥିବା ରାସ୍ତାକୁ ନେଇ ଉଭୟ ପକ୍ଷଙ୍କ ସହ ଯୁକ୍ତିତର୍କ […]

b

Hemant Lenka
  • Published: Tuesday, 19 May 2020
  • , Updated: 19 May 2020, 03:49 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ସମାଜବାଦୀ ପାର୍ଟି(ସପା)ର ଜଣେ ସ୍ଥାନୀୟ ନେତା ଓ ତାଙ୍କ ପୁଅଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ଲକ୍ଷ୍ନୌ ଠାରୁ ୩୭୯ କିମି ଦୂର ସମ୍ବାଲ ଜିଲ୍ଲାରେ ଦୁଇ ଜଣ ବ୍ୟକ୍ତି ସର୍ବସମ୍ମୁଖରେ ବନ୍ଧୁକ ଧରି ବୁଲିବା ସହ ସପା ନେତା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ଏମଜିନରେଗା ଅଧୀନରେ ନିର୍ମାଣ ଚାଲିଥିବା ରାସ୍ତାକୁ ନେଇ ଉଭୟ ପକ୍ଷଙ୍କ ସହ ଯୁକ୍ତିତର୍କ ହେବା ପରେ ଗୁଳି ଫୁଟିଛି।

ସୂଚନା ଅନୁଯାୟୀ, ସମାଜବାଦୀ ପାର୍ଟି ନେତା ଛୋଟେ ଲାଲ ଦିୱାକର ଓ ତାଙ୍କ ପୁଅ ସୁନୀଲ ରାସ୍ତା କାମ ଦେଖିବାକୁ ଯାଇଥିଲେ। ରାସ୍ତା କାମ ଯୋଗୁ କିଛି ଚାଷ ଜମି ନଷ୍ଟ ହେଉଥିବାରୁ ଏହାକୁ ନେଇ ସେମାନେ ଆପତ୍ତି ଉଠାଇଥିଲେ। ଏହାକୁ ନେଇ ସୁନୀଲ ଓ ଛୋଟେ ଲାଲଙ୍କ ସହ ଦୁଇ ଜଣ ଗ୍ରାମାବାସୀଙ୍କ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ସଭିନ୍ଦର ଓ ଆଉ ଜଣେ ବ୍ୟକ୍ତି ରାଇଫଲ ଧରି ସେଠାରେ ପହଞ୍ଚିଥିଲେ।

ସୋଶାଲ ମିଡିଆରେ ଭାଇରଲ ହୋଇଥିବା ୨ ମିନିଟ୍‌ ୩୦ ସେକେଣ୍ଡର ଭିଡିଓରେ ଧଳା ରଙ୍ଗର ଶାର୍ଟ ଓ ପିଙ୍କ ରଙ୍ଗର ଶାର୍ଟ ପିନ୍ଧିଥିବା ବ୍ୟକ୍ତି ରାଇଫଲ ଧରିଥିବା ଦେଖିବାକୁ ମିଳୁଛି। ଜଣେ ବ୍ୟକ୍ତି ସେମାନଙ୍କୁ ଗୁଳି ଚଳାଅ ବୋଲି କହୁଥିବା ଶୁଣିବାକୁ ମିଳୁଛି। ଏହାର କିଛି ସେକେଣ୍ଡ ପରେ ବନ୍ଧୁକଧାରୀ ବ୍ୟକ୍ତିଦ୍ୱୟ ଛୋଟେ ଲାଲ ଓ ତାଙ୍କ ପୁଅ ସୁନୀଲଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ।

ଭିଡିଓର ଶେଷ ଭାଗରେ ଲୋକମାନେ ଚିତ୍କାର କରୁଥିବା ବେଳେ ଜଣେ ବ୍ୟକ୍ତି ତଳେ ପଡ଼ିଥିବା ଦେଖିବାକୁ ମିଳୁଛି। ଛୋଟେ ଲାଲଙ୍କ ପତ୍ନୀ ହେଉଛନ୍ତି ସମ୍ବଲ ଜିଲ୍ଲାର ଶାମସୋଇ ଗାଁର ମୁଖ୍ୟ।

ଭିଡିଓ ଭାଇରାଲ ହୋଇଥିଲେ ହେଁ ଏଯାଏ ଏହି ଘଟଣାରେ କାହାକୁ ବି ଗିରଫ କରାଯାଇନାହିଁ।

Related story