ବାଲାକୋଟ ଏୟାର ଷ୍ଟ୍ରାଇକର ସୂତ୍ରଧର ହେଲେ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ର ମୁଖ୍ୟ

ନୂଆଦିଲ୍ଲୀ: ୧୯୮୪ ମସିହା ପଞ୍ଜାବ କ୍ୟାଡରର ଆଇପିଏସ ଅଧିକାରୀ ସାମନ୍ତ ଗୋଏଲ ହେଲେ ଗୁଇନ୍ଦା ସଂସ୍ଥା ‘ର’ର ମୁଖ୍ୟ। ଫେବୃଆରୀ ୨୬ରେ ହୋଇଥିବା ବାଲାକୋଟ ଏୟାରଷ୍ଟ୍ରାଇକକୁ ସଫଳ କରିବାରେ ପ୍ରମୁଖ ନେତୃତ୍ୱ ନେଇଥିଲେ ସାମନ୍ତ ଗୋଏଲ। ଏବେ ତାଙ୍କୁ ଉପହାର ସ୍ୱରୂପ କେନ୍ଦ୍ର ସରକାର ‘ର’ର ମୁଖ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅନୀଲ କୁମାର ‘ର’ରୁ ଅବସର ଗ୍ରହଣ କରିବା ପରେ ସାମନ୍ତ ପଦ ଭାର ସମ୍ଭାଳିବେ। ୧୩ ଜୁନ ୧୯୬୦ରେ ସାମନ୍ତ ଗୋଏଲ ଜନ୍ମଗ୍ରହଣ […]

samant goel

Subhransu Sekhar
  • Published: Wednesday, 26 June 2019
  • , Updated: 26 June 2019, 03:38 PM IST

ନୂଆଦିଲ୍ଲୀ: ୧୯୮୪ ମସିହା ପଞ୍ଜାବ କ୍ୟାଡରର ଆଇପିଏସ ଅଧିକାରୀ ସାମନ୍ତ ଗୋଏଲ ହେଲେ ଗୁଇନ୍ଦା ସଂସ୍ଥା ‘ର’ର ମୁଖ୍ୟ। ଫେବୃଆରୀ ୨୬ରେ ହୋଇଥିବା ବାଲାକୋଟ ଏୟାରଷ୍ଟ୍ରାଇକକୁ ସଫଳ କରିବାରେ ପ୍ରମୁଖ ନେତୃତ୍ୱ ନେଇଥିଲେ ସାମନ୍ତ ଗୋଏଲ। ଏବେ ତାଙ୍କୁ ଉପହାର ସ୍ୱରୂପ କେନ୍ଦ୍ର ସରକାର ‘ର’ର ମୁଖ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅନୀଲ କୁମାର ‘ର’ରୁ ଅବସର ଗ୍ରହଣ କରିବା ପରେ ସାମନ୍ତ ପଦ ଭାର ସମ୍ଭାଳିବେ।

୧୩ ଜୁନ ୧୯୬୦ରେ ସାମନ୍ତ ଗୋଏଲ ଜନ୍ମଗ୍ରହଣ କରିଥିଲେ। ବାଣିଜ୍ୟ ଏବଂ ଆଇନରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ସ୍ନାତୋକତ୍ତର କରିଥିଲେ। ଏହାପରେ ୨୪ ବର୍ଷ ବୟସରେ ଆଇପିଏସ ପାଇବା ପରେ ପ୍ରଥମେ ପଞ୍ଜାବ ପୁଲିସରେ କାମ କରିଥିଲେ। ଦୀର୍ଘ ୧୭ ବର୍ଷ ଧରି ପଞ୍ଜାବ ପୁଲିସରେ କାମ କରିବା ପରେ କେନ୍ଦ୍ରକୁ ଆସିଥିଲେ ସେ। ୨୦୦୧ ମସିହାରେ ପ୍ରଥମେ କେନ୍ଦ୍ର କ୍ୟାବିନେଟ ସଚିବାଳୟରେ ନିଯୁକ୍ତ ହୋଇଥିଲେ। ଏହାପରେ ଗୁଇନ୍ଦା ସଂସ୍ଥାର ନୀରିକ୍ଷଣ ଦାୟିତ୍ୱରେ ଥିଲେ ସାମନ୍ତ। ଦକ୍ଷ ଆଇପିଏସ ଅଫିସର ଭାବେ ସରକାରଙ୍କ ଦ୍ୱାରା ସାମନ୍ତ ଗୋଏଲ ପୁରସ୍କୃତ ହୋଇସାରିଛନ୍ତି।

Related story