ପରଲୋକରେ ସାମସଙ୍ଗ୍ ଇଲେକ୍ଟ୍ରୋନିକ୍ସର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଲୋକପ୍ରିୟ ଇଲେକ୍ଟ୍ରୋନିକ୍ସ କମ୍ପାନୀ ‘ସାମସଙ୍ଗ’ର ଚେୟାରମ୍ୟାନ୍ ଲି କୁନ୍-ହି’ଙ୍କର ରବିବାର ୭୮ ବର୍ଷ ବୟସରେ ପରଲୋକ ହୋଇଛି। ଏ ନେଇ କମ୍ପାନୀ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି, ‘ବଡ଼ ଦୁଃଖର ସହ କହିବାକୁ ଚାହୁଁଛୁ ଯେ ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଚେୟାରମ୍ୟାନ୍ ଲି କୁନ୍ ହି’ଙ୍କର ଅକ୍ଟୋବର ୨୫ ତାରିଖରେ ଦେହାନ୍ତ ହୋଇଛି। ସେ ସାମସଙ୍ଗକୁ ଦୁନିଆର ଅନ୍ୟତମ ସବୁଠାରୁ ଲୋକପ୍ରିୟ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଭାବେ ପରିବେଷଣ କରିଥିଲେ। ତାଙ୍କର ଏହି […]

samsung

samsung

Ranjit Kumar Jena
  • Published: Sunday, 25 October 2020
  • Updated: 25 October 2020, 10:15 AM IST

ନୂଆଦିଲ୍ଲୀ: ଲୋକପ୍ରିୟ ଇଲେକ୍ଟ୍ରୋନିକ୍ସ କମ୍ପାନୀ 'ସାମସଙ୍ଗ'ର ଚେୟାରମ୍ୟାନ୍ ଲି କୁନ୍-ହି'ଙ୍କର ରବିବାର ୭୮ ବର୍ଷ ବୟସରେ ପରଲୋକ ହୋଇଛି। ଏ ନେଇ କମ୍ପାନୀ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି, 'ବଡ଼ ଦୁଃଖର ସହ କହିବାକୁ ଚାହୁଁଛୁ ଯେ ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଚେୟାରମ୍ୟାନ୍ ଲି କୁନ୍ ହି'ଙ୍କର ଅକ୍ଟୋବର ୨୫ ତାରିଖରେ ଦେହାନ୍ତ ହୋଇଛି। ସେ ସାମସଙ୍ଗକୁ ଦୁନିଆର ଅନ୍ୟତମ ସବୁଠାରୁ ଲୋକପ୍ରିୟ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଭାବେ ପରିବେଷଣ କରିଥିଲେ। ତାଙ୍କର ଏହି ଉତ୍ତରାଧିକାରୀ ସର୍ବଦା ରହିବ।'

ଲି' କୁନଙ୍କୁ ୨୦୧୪ରେ ହୃଦଘାତ ହୋଇଥିଲ, ଯାହା ପରଠାରୁ ସେ ଲଗାତର ଅସୁସ୍ଥ ରହୁଥିଲେ। ତାଙ୍କ ପୁଅ ଭାଇସ୍ ଚେୟାରମ୍ୟାନ୍ ଲି ଜାଏ-ୟଙ୍ଗ ଏବେ କମ୍ପାନୀ ସମ୍ଭାଳୁଛନ୍ତି। ୨୦୧୭ରେ ଲି'ଙ୍କୁ ଲାଞ୍ଚ ଏବଂ ପୂର୍ବତନ ରାଷ୍ଟ୍ରପତି ପାର୍କ-ଜ୍ୟୁନ୍ ହ୍ୟୁଙ୍କ ସମ୍ବନ୍ଧିତ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି କାରଣରୁ ତାଙ୍କୁ ୫ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଯାଇଥିଲା।

ତେବେ ବର୍ଷକ ପରେ ତାଙ୍କୁ ଜାମିନ୍ ମିଳିଯାଇଥିଲା। ଏହି ମାମଲାର ଶୁଣାଣି ପାଇଁ ପୁଣି ପ୍ରୟାସ କରାଯାଉଛି। ତେବେ ସାମସଙ୍ଗ୍ ଆଜି ଯେଉଁ ଲୋକପ୍ରିୟତା ହାସଲ କରିଛି, ତା ପଛରେ ଲି'ଙ୍କ ଭୂମିକା ଅଧିକ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମସଙ୍ଗ ମଧ୍ୟ ଦୁନିଆର ସର୍ବାଧିକ ସ୍ମାର୍ଟଫୋନ୍, ଟେଲିଭିଜନ୍ ଓ ମେମୋରୀ ଚିପ୍ ପ୍ରସ୍ତୁତକାରୀ କମ୍ପାନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos