ସାମସଙ୍ଗ୍‌ର ୬ ଜିବି ବିଶିଷ୍ଟ ଏହି ଫୋନ୍‌ର ଦାମ ୨୦୦୦ ଟଙ୍କା କମିଲା, ଜାଣନ୍ତୁ ନୂଆ ଦର କେତେ

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ମାସରେ ଭାରତରେ ସାମସଙ୍ଗ ଗାଲାକ୍ସି A8 + ସ୍ମାର୍ଟଫୋନ୍‌ ଲଞ୍ଚ ହୋଇଥିଲା। ଏବେ ଏହି ସ୍ମାର୍ଟ ଫୋନ୍‌ର ଦାମ ୨୦୦୦ ଟଙ୍କା ହ୍ରାସ କରାଯାଇଛି। ଲଞ୍ଚ ବେଳେ ଏହି ସ୍ମାର୍ଟ ଫୋନ୍‌ର ମୂଲ୍ୟ ୩୨,୯୯୦ ଟଙ୍କା ଥିଲା। ବର୍ତ୍ତମାନ ଏହି ଫୋନ୍‌ ୩୦,୯୯୦ ଟଙ୍କାରେ ଉପଲବ୍ଧ। ମୁଖ୍ୟତଃ ଏହାର ନିକଟତମ ପ୍ରତିଦ୍ୱନ୍ଦୀ କମ୍ପାନୀ Xiaomi Mi Mix 2, OnePlus 5T ଏବଂ Nokia 8 ଫୋନ୍ ଗୁଡ଼ିକର ଦର ହ୍ରାସ […]

maxresdefault

Rakesh Mallick
  • Published: Saturday, 17 March 2018
  • , Updated: 17 March 2018, 04:38 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ମାସରେ ଭାରତରେ ସାମସଙ୍ଗ ଗାଲାକ୍ସି A8 + ସ୍ମାର୍ଟଫୋନ୍‌ ଲଞ୍ଚ ହୋଇଥିଲା। ଏବେ ଏହି ସ୍ମାର୍ଟ ଫୋନ୍‌ର ଦାମ ୨୦୦୦ ଟଙ୍କା ହ୍ରାସ କରାଯାଇଛି। ଲଞ୍ଚ ବେଳେ ଏହି ସ୍ମାର୍ଟ ଫୋନ୍‌ର ମୂଲ୍ୟ ୩୨,୯୯୦ ଟଙ୍କା ଥିଲା। ବର୍ତ୍ତମାନ ଏହି ଫୋନ୍‌ ୩୦,୯୯୦ ଟଙ୍କାରେ ଉପଲବ୍ଧ। ମୁଖ୍ୟତଃ ଏହାର ନିକଟତମ ପ୍ରତିଦ୍ୱନ୍ଦୀ କମ୍ପାନୀ Xiaomi Mi Mix 2, OnePlus 5T ଏବଂ Nokia 8 ଫୋନ୍ ଗୁଡ଼ିକର ଦର ହ୍ରାସ ଘଟିବାରୁ ଏହାକୁ ଦୃଷ୍ଟିରେ ରଖି ସାମସଙ୍ଗ କମ୍ପାନି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଆମାଜନ୍‌ରେ କିଣିଲେ ଗ୍ରାହକମାନେ ଏହି ଡିସ୍‌କାଉଣ୍ଟର ସୁବିଧା ପାଇପାରିବେ। ସେହିପରି ଯଦି ଏହାକୁ ଗ୍ରାହକମାନେ କ୍ରେଡିଟକାର୍ଡ଼ରେ କିଣିବେ ତେବେ ଇଏମଆଇ ବାବଦରେ କୌଣସି ଡାଉନ୍‌ ପେମେଣ୍ଟ ଦେବାକୁ ପଡ଼ିବ ନାହିଁ। ଏହା ବାଦେ ଆମାଜନ୍‌ରେ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି। ଆମାଜନ୍‌ରେ ଏହି ଫୋନ୍‌କୁ ବଦଳକଲେ ୧୪,୭୭୨ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ରହିଛି। ଫିଚର ଦୃଷ୍ଟିରୁ ଦେଖିଲେ Galaxy A8 + ଫୋନ୍‌ରେ 6-inch full-HD + (1080x2220 pixels) ବିଶିଷ୍ଟ ଉନ୍ନତମାନର ଡିସପ୍ଲେ ରହିଛି। ଏଥିରେ ୨ଟି ଓକ୍ଟା-କୋର ପ୍ରୋସେସର ସୁବିଧା ରହିଛି। ଏଥିରେ 16 megapixel ବ୍ୟାକ୍‌ କ୍ୟାମେରା ସାଙ୍ଗକୁ f / 1.7 aperture ସୁବିଧା ରହିଛି। ଏହାର ଫ୍ରଣ୍ଟରେ 16 megapixel f / 1.9 aperture ସୁବିଧା ରହିଛି।

ଏହି ଫୋନ୍‌ରେ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି। ଏହା Android 7.1.1 ମଡେଲ ବିଷିଷ୍ଟ ଫୋନ୍। ସେହିପରି ଏଥିରେ ୬୪ ଜିବି ଇଣ୍ଟରନାଲ ମେମୋରି ସହ ୬ଜିବି ରାମ ରହିଛି। ତେବେ କାର୍ଡ଼ ସହାୟତାରେ ଏଥିରେ 256GB ପର୍ଯ୍ୟନ୍ତ ମେମୋରି ବୃଦ୍ଧି କରିହେବ। ସେହିପରି ବ୍ୟାଟେରୀ 3500mAh ରହିଛି। ଏଥିସହ Wi-Fi 802.11a / b / g / n / ac, ବ୍ଲୁ-ଟୁଥ୍‌ 5.0 and LE, NFC, USB Type-C, GPS ଏବଂ GLONASS ସପୋର୍ଟ ରହିଛି।

Related story