କଂଗ୍ରେସରୁ ନିଲମ୍ବିତ ହେଲେ ସଞ୍ଜୟ ଝା

ମୁମ୍ବାଇ: କଂଗ୍ରେସର ବରିଷ୍ଠ ମୁଖପାତ୍ର ସଞ୍ଜୟ ଝାଙ୍କୁ ଆଜି କଂଗ୍ରେସ ପକ୍ଷରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାମ ପାଇଁ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି। ତତ୍କାଳ ଭାବେ ଏହି ଆଦେଶ କାର୍ଯ୍ୟକାରୀ ହେବ ବୋଲି କଂଗ୍ରେସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଏହାପୂର୍ବରୁ ସଞ୍ଜୟ ଝା ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେ ଗତ ମାସରେ କଂଗ୍ରେସ ବିରୋଧରେ ଗୋଟିଏ ସ୍ତମ୍ଭ ଲେଖିବାରୁ ସୋନିଆ ଗାନ୍ଧି ତାଙ୍କୁ […]

sa

Hemant Lenka
  • Published: Tuesday, 14 July 2020
  • , Updated: 14 July 2020, 10:11 PM IST

ମୁମ୍ବାଇ: କଂଗ୍ରେସର ବରିଷ୍ଠ ମୁଖପାତ୍ର ସଞ୍ଜୟ ଝାଙ୍କୁ ଆଜି କଂଗ୍ରେସ ପକ୍ଷରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାମ ପାଇଁ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି। ତତ୍କାଳ ଭାବେ ଏହି ଆଦେଶ କାର୍ଯ୍ୟକାରୀ ହେବ ବୋଲି କଂଗ୍ରେସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଏହାପୂର୍ବରୁ ସଞ୍ଜୟ ଝା ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେ ଗତ ମାସରେ କଂଗ୍ରେସ ବିରୋଧରେ ଗୋଟିଏ ସ୍ତମ୍ଭ ଲେଖିବାରୁ ସୋନିଆ ଗାନ୍ଧି ତାଙ୍କୁ ମୁଖପାତ୍ର ପଦରୁ ବରଖାସ୍ତ କରିଥିଲେ। ଏହାକୁ ନେଇ କଂଗ୍ରେସ ଓ ଶ୍ରୀ ଝାଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଏବେ ଏହା ବିସ୍ଫୋରକ ରୂପ ନେଇଛି ଓ ଦଳ ବିରୋଧୀ କାମ ପାଇଁ ଝାଙ୍କୁ ନିଲମ୍ବିତ କରାଯାଇଛି।

ଆଜି ରାଜସ୍ଥାନରେ କଂଗ୍ରେସ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ମନ୍ତ୍ରିମଣ୍ଡଳ ଓ ପ୍ରଦେଶ କଂଗ୍ରେସ କମିଟି ପଦରୁ ବିଦା କରିଥିଲା।

Related story