ସଂସଦର ମୌସୁମୀ ଅଧିବେଶନ ଚାଲି ନପାରିଲେ କ୍ଷତି ହେବ ୨୬୦ କୋଟି

ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ତେବେ ଗତକାଲି (ଶୁକ୍ରବାର) ପର୍ଯ୍ୟନ୍ତ ଉଭୟ ଗୃହରେ ଅଚଳାବସ୍ଥା ଜାରି ରହିଥିଲା। ଲଳିତ ମୋଦି ପ୍ରସଙ୍ଗରେ କଂଗ୍ରେସ ସମେତ ଅନ୍ୟ ବିରୋଧୀମାନେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଇସ୍ତଫା ଦାବିରେ ଅଟଳ ରହିଥିବା ଯୋଗୁ ଏହି ୪ ଦିନରେ କୌଣସି ବିଷୟରେ ଆଲୋଚନା ହୋଇପାରିନାହିଁ। ଗତକାଲି ତ ୧୦ ମିନିଟ୍ ବି ଚାଲିପାରିଲା ନାହିଁ ଲୋକସଭା। ବାଚସ୍ପତି ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରି ଦେଇଥିଲେ। […]

parliament

parliament

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 02:37 AM IST

Sports

Latest News

ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ତେବେ ଗତକାଲି (ଶୁକ୍ରବାର) ପର୍ଯ୍ୟନ୍ତ ଉଭୟ ଗୃହରେ ଅଚଳାବସ୍ଥା ଜାରି ରହିଥିଲା। ଲଳିତ ମୋଦି ପ୍ରସଙ୍ଗରେ କଂଗ୍ରେସ ସମେତ ଅନ୍ୟ ବିରୋଧୀମାନେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଇସ୍ତଫା ଦାବିରେ ଅଟଳ ରହିଥିବା ଯୋଗୁ ଏହି ୪ ଦିନରେ କୌଣସି ବିଷୟରେ ଆଲୋଚନା ହୋଇପାରିନାହିଁ। ଗତକାଲି ତ ୧୦ ମିନିଟ୍ ବି ଚାଲିପାରିଲା ନାହିଁ ଲୋକସଭା। ବାଚସ୍ପତି ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରି ଦେଇଥିଲେ। ସେହିପରି ବାରମ୍ବାର ମୁଲତବି ପରେ ରାଜ୍ୟସଭାର ଅଧ୍ୟକ୍ଷ ଅପରାହ୍ନ ଅଢ଼େଇଟା ବେଳେ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଏହା ସହିତ ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହ ଖାଲି ଖାଲିରେ ଶେଷ ହୋଇଯାଇଛି।

କଂଗ୍ରେସ କହିଛି ଯେ ଲଳିତ ମୋଦି ପ୍ରସଙ୍ଗରେ ସୁଷମାଙ୍କ ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ବ୍ୟାପମ୍ ଦୁର୍ନୀତି ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଇସ୍ତଫା ଦାବି ଜାରି ରଖିବ। ଏମାନଙ୍କ ଇସ୍ତଫା ବ୍ୟତିରକେ ଅନ୍ୟ କୌଣସି ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ। ସଂସଦ ଅଧିବେଶନ ଆରମ୍ଭରୁ ବି କଂଗ୍ରେସ ଏହି ଚେତାବନୀ ଦେଇଥିଲା। ଯଦି ସଂସଦର ମୌସୁମୀ ଅଧିବେଶନ ଚାଲିପାରିବ ନାହିଁ ତା’ହେଲେ ଦେଶକୁ ୨୬୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। ଲୋକସଭାରେ ୧୬୨ କୋଟି ଟଙ୍କା କ୍ଷତି ହେବ ଓ ରାଜ୍ୟସଭାରେ ୯୮ କୋଟି ଟଙ୍କା କ୍ଷତି ହେବ। ଲୋକସଭା ଘଣ୍ଟାଏ ଚାଲିଲେ ୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ସେହିଭଳି ରାଜ୍ୟସଭାରେ ପ୍ରତି ଘଣ୍ଟା ପାଇଁ ୧.୧ କୋଟି ଟଙ୍କା ଖର୍ଚ୍ଚ ହେଉଛି।

ଜୁଲାଇ ୨୧ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଛି। ଏଥି ମଧ୍ୟରେ ସରକାର ୧୧ଟି ଅଟକି ରହିଥିବା ବିଲ୍ ସହିତ ୯ଟି ନୂଆ ବିଲ୍ ଆଗତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଗୋଟିଏ ବିଲକୁ ବିଚାର ଓ ପାରିତ କରାଇବା ଲକ୍ଷ୍ୟରେ ଅଛନ୍ତି ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos