ସାରାବିଶ୍ୱ ପାଳିଲା ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ

ନୂଆଦିଲ୍ଲୀ: ପ୍ରବଳ ଉତ୍ସାହ ଓ ଉଦ୍ଧୀପନା ସହ ବିଶ୍ୱବ୍ୟାପୀ ପାଳନ କରାଯାଇଛି ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ନୂଆଦିଲ୍ଲୀର ରାଜପଥରେ ଆୟୋଜିତ ହୋଇଥିଲା ବିଶାଳ ଯୋଗ ସମାବେଶ। କାର୍ଯ୍ୟକ୍ରମରେ ପ୍ରାୟ ୪୦ ହଜାର ଲୋକ ଅଂଶଗ୍ରହଣ କରିଥିଲେ। ଏଥିରେ ଯୋଗ ଦେଇଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ କହିଥିଲେ, ରାଜପଥ ଯୋଗ ପଥରେ ପରିଣତ ହୋଇଛି। ଅନ୍ତର୍ଜାତୀୟ ଯୋଗ ଦିବସ […]

yoga-day

Rakesh Mallick
  • Published: Sunday, 21 June 2015
  • , Updated: 21 June 2015, 11:21 AM IST

ନୂଆଦିଲ୍ଲୀ: ପ୍ରବଳ ଉତ୍ସାହ ଓ ଉଦ୍ଧୀପନା ସହ ବିଶ୍ୱବ୍ୟାପୀ ପାଳନ କରାଯାଇଛି ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ନୂଆଦିଲ୍ଲୀର ରାଜପଥରେ ଆୟୋଜିତ ହୋଇଥିଲା ବିଶାଳ ଯୋଗ ସମାବେଶ। କାର୍ଯ୍ୟକ୍ରମରେ ପ୍ରାୟ ୪୦ ହଜାର ଲୋକ ଅଂଶଗ୍ରହଣ କରିଥିଲେ। ଏଥିରେ ଯୋଗ ଦେଇଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ କହିଥିଲେ, ରାଜପଥ ଯୋଗ ପଥରେ ପରିଣତ ହୋଇଛି। ଅନ୍ତର୍ଜାତୀୟ ଯୋଗ ଦିବସ ସହ ଶାନ୍ତି ଏବଂ ସଦଭାବନା ପାଇଁ ନୂଆ ଯୁଗର ଆରମ୍ଭ ହୋଇଛି। ଯୋଗଗୁରୁ ବାବା ରାମଦେବଙ୍କ ସମେତ ୪ ଜଣ ପ୍ରଶିକ୍ଷକଙ୍କ ନେତୃତ୍ୱରେ ହୋଇଥିଲା ଏହି ସମାବେଶ। ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ବହୁ କେନ୍ଦ୍ରମନ୍ତ୍ରୀ, ବ୍ୟୁରୋକ୍ରାଟ୍, କୂଟନୈତିଜ୍ଞ ତଥା କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଦର୍ଶନ ପାଇଁ ୨ ହଜାର ଡିଜିଟାଲ୍ ସିନେମା ସ୍କ୍ରିନ୍ ବ୍ୟବସ୍ଥା କରାଯାଇଥିଲା।
ଏହାସହିତ ଦେଶର ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନ, ଅନ୍ୟାନ୍ୟ ଘରୋଇ ଓ ସରାକାରୀ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ଯୋଗ ଦିବସ ପାଳନ କରିଛନ୍ତି।

ସେହିପରି ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ମଧ୍ୟ ଆଜି ଯୋଗ ଦିବସ ପାଳନ କରାଯାଇଛି। ପ୍ରାୟ ୧୯୧ଟି ଦେଶର ୨୫୧ଟି ସହରରେ ଆଜି ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ନିୟୁର୍କ ସ୍ଥିତ ଜାତିସଂଘ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅତିଥି ଭାବେ ଯୋଗ ଦେଇଛନ୍ତି।

Related story