ସରକାରୀ ସୁବିଧା ପାଇଁ ସ୍ୱାମୀଙ୍କୁ ମୃତ ଦର୍ଶାଇଲା ସ୍ତ୍ରୀ, ଫିଲ୍ମ ଷ୍ଟାଇଲ୍‌ରେ ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ: ୨ ବର୍ଷ ହେଲାଣି ଜଣେ ବ୍ୟକ୍ତି ନିଜକୁ ଜୀବିତ ବୋଲି ପ୍ରମାଣିତ କରିବାର ପ୍ରୟାସରେ ଲାଗିଛନ୍ତି। ଆଉ ଏଥିରେ ସଫଳ ନହେବାରୁ ହିନ୍ଦୀ ଫିଲ୍ମ ଶୋଲେର ବୀରୁ ଷ୍ଟାଇଲରେ ପାଣି ଟାଙ୍କି ଉପରେ ଚଢ଼ି ନିଜକୁ ଜୀବିତ ବୋଲି ଘୋଷଣା କରିଛନ୍ତି। ସେ ମରିନଥିଲେ ମଧ୍ୟ ତାଙ୍କ ପତ୍ନୀ ତାଙ୍କୁ ସରକାରୀ କାଗଜପତ୍ରରେ ମୃତ ବୋଲି ଘୋଷଣା କରିବା ପରେ ଏଭଳି ସ୍ଥିତି ଉପୁଜିଛି। ୨ ବର୍ଷ ତଳେ ସୁଖପାଲ କୌର ନାମକ ଜଣେ ମହିଳା […]

sholay

Subrat Kumar Nayak
  • Published: Saturday, 16 November 2019
  • , Updated: 16 November 2019, 04:58 PM IST

ନୂଆଦିଲ୍ଲୀ: ୨ ବର୍ଷ ହେଲାଣି ଜଣେ ବ୍ୟକ୍ତି ନିଜକୁ ଜୀବିତ ବୋଲି ପ୍ରମାଣିତ କରିବାର ପ୍ରୟାସରେ ଲାଗିଛନ୍ତି। ଆଉ ଏଥିରେ ସଫଳ ନହେବାରୁ ହିନ୍ଦୀ ଫିଲ୍ମ ଶୋଲେର ବୀରୁ ଷ୍ଟାଇଲରେ ପାଣି ଟାଙ୍କି ଉପରେ ଚଢ଼ି ନିଜକୁ ଜୀବିତ ବୋଲି ଘୋଷଣା କରିଛନ୍ତି। ସେ ମରିନଥିଲେ ମଧ୍ୟ ତାଙ୍କ ପତ୍ନୀ ତାଙ୍କୁ ସରକାରୀ କାଗଜପତ୍ରରେ ମୃତ ବୋଲି ଘୋଷଣା କରିବା ପରେ ଏଭଳି ସ୍ଥିତି ଉପୁଜିଛି।

୨ ବର୍ଷ ତଳେ ସୁଖପାଲ କୌର ନାମକ ଜଣେ ମହିଳା ବୀରଶଭନ୍‌ ନାମକ ତାଙ୍କ ସ୍ୱାମୀଙ୍କୁ ମୃତ ଘୋଷଣା କରିଥିଲେ। କାରଣ ଏହା ଦ୍ୱାରା ଶଗୁନ୍‌ ଯୋଜନାରେ ତାଙ୍କୁ ଟଙ୍କା ମିଳିବାର ଥିଲା ଏବଂ ଏହି ଟଙ୍କାରେ ତାଙ୍କର ୨ ପିଲାଙ୍କର ବାହାଘର ହେବାର ଥିଲା। ମିଳିଥିବା ସୂଚନା ଅନୁଯାୟୀ ଏପରି ଘଟିବା ଆଗରୁ ଦୁହେଁ ଅଲଗା ଅଲଗା ରହୁଥିଲେ। ଫଳରେ ସୁଖପାଲ ସରକାରଙ୍କ ନିକଟରେ ଆବେଦନ କରିବାଠାରୁ ଟଙ୍କା ପାଇବା ପର୍ଯ୍ୟନ୍ତ ସ୍ୱାମୀ ବୀରଶଭନ୍‌ କିଛି ଜାଣିନଥିଲେ।

ପରେ ପତ୍ନୀଙ୍କ ଚାଲାକି ବାବଦରେ ଜାଣିବା ପରେ ବୀରଶଭନ୍‌ ଥାନାକୁ ଯାଇ ନିଜ ବଞ୍ଚିଥିବାନେଇ ପ୍ରମାଣ ଦେଇଥିଲେ। ଏଥିସହିତ ମିଳିଥିବା ଟଙ୍କାକୁ ଅଟକାଇଥିଲେ। ଏହାପରେ ପତ୍ନୀଙ୍କ ନାମରେ ଠକେଇ ଅଭିଯୋଗ ଆଣିଥିଲେ ଏବଂ ଷଡ଼ଯନ୍ତ୍ରରେ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ତେବେ ପୁଲିସ୍‌ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ଆଣି ଶନିବାର ପାଣି ଟାଙ୍କି ଉପରେ ଚଢ଼ିଯାଇଥିଲେ। ସେଠାରୁ ସେ ଘୋଷଣା କରିଥିଲେ, ସରକାର ମୁଁ ଏବେ ବି ବଞ୍ଚିଛି। ତାଙ୍କର ଏଭଳି ଘୋଷଣା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ସହ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇ ତଳକୁ ଓହ୍ଲାଇବାରେ ସମର୍ଥ ହୋଇଛି।

Related story