ଶେଷ ସମୟରେ ସ୍ୱାମୀଙ୍କୁ ଦେଖିପାରିଲେନି ଶଶୀକଳା

ଚେନ୍ନାଇ: ଏଆଇଏଡିଏମ୍‌କେ ନେତ୍ରୀ ଭିକେ ଶଶୀକଳାଙ୍କ ସ୍ୱାମୀ ଏନ୍‌ ନଟରାଜନଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ଦିନ ପ୍ରାୟ ଦେଢ଼ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସୂଚନା ଅନୁସାରେ ସ୍ୱାମୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ୍‌ ହେବା ପାଇଁ ଶଶୀକଳା ୧୫ ଦିନର ପାରୋଲ୍ ଆବେଦନ କରିଛନ୍ତି। ନଟରାଜନଙ୍କ […]

sasikala-natarajan-2121-600-10-1476099414-09-1507565065

Rakesh Mallick
  • Published: Tuesday, 20 March 2018
  • , Updated: 20 March 2018, 07:00 PM IST

ଚେନ୍ନାଇ: ଏଆଇଏଡିଏମ୍‌କେ ନେତ୍ରୀ ଭିକେ ଶଶୀକଳାଙ୍କ ସ୍ୱାମୀ ଏନ୍‌ ନଟରାଜନଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ଦିନ ପ୍ରାୟ ଦେଢ଼ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

ସୂଚନା ଅନୁସାରେ ସ୍ୱାମୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ୍‌ ହେବା ପାଇଁ ଶଶୀକଳା ୧୫ ଦିନର ପାରୋଲ୍ ଆବେଦନ କରିଛନ୍ତି। ନଟରାଜନଙ୍କ ମରଶରୀର ଚେନ୍ନାଇର ବସନ୍ତନଗର ସ୍ଥିତ ତାଙ୍କ ବାସଭବନରେ ରଖାଯାଇଛି। ସେଠାରେ ବହୁ ରାଜନେତା  ଓ ଅନ୍ୟମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି।

ଛାତ୍ର ରାଜନୀତିରୁ ଆସିଥିବା ନଟରାଜନ୍‌, ଦ୍ରାବିଡ଼ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିଲେ। ୧୯୬୫ରେ ଡିଏମ୍‌କେ ତାମିଲନାଡୁରେ ହିନ୍ଦୀ ଭାଷା ବିରୋଧୀ ଆନ୍ଦୋଳନର ମଙ୍ଗ ଧରିଥିଲେ। ସେତେବେଳେ ନଟରାଜନ୍ ଛାତ୍ର ଭାବରେ ଅନ୍ଦୋଳନରେ ସାମିଲ୍ ହୋଇଥିଲେ। ତାଙ୍କ ନେତୃତ୍ୱରେ ସାଧାରଣ ଯୁବବର୍ଗ ଓ କଲେଜ ଛାତ୍ରଛାତ୍ରୀ ଏହାକୁ ସମର୍ଥନ କରିଥିଲେ। ଶେଷକୃତ୍ୟ ପାଇଁ ତାଙ୍କ ମରଶରୀରକୁ ପୈତୃକ ଗାଁ ଥାଞ୍ଜଭୁର ନିଆଯିବ ବୋଲି ଜଣାପଡ଼ିଛି।

Related story