ମାନିଲା ସାଉଦି: ମୁଥ ମାଡ଼ରେ ହୋଇଥିଲା ସାମ୍ବାଦିକ ଖସୋଗୀଙ୍କ ମୃତ୍ୟୁ!

ରିୟାଦ୍‌ (ଓଡ଼ିଶା ରିପୋର୍ଟର): ସାଉଦି ଆରବ ଦୂତାବାସରେ ଘଟିଥିବା ବିଶ୍ଵ ବିଖ୍ୟାତ ସାମ୍ବାଦିକ ଜମାଲ୍‌ ଖସୋଗୀଙ୍କ ହତ୍ୟା ଉପରୁ ଶେଷରେ ପରଦା ଉଠିଛି। ଇସ୍ତାନ୍‌ବୁଲ୍‌ରେ ଥିବା ସାଉଦି ଦୂତାବାସକୁ ସେ ଯାଇଥିବାବେଳେ ମୁଥ ମରାମରିରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସାଉଦି ବୈଦେଶିକ ମନ୍ତ୍ରଣାଳୟରୁ ଆସିଥିବା ଏକ ଟ୍ୱିଟ୍‌ରେ କୁହାଯାଇଛି, ଦୂତାବାସ ମଧ୍ୟରେ ଲୋକଙ୍କ ସହିତ ଖସୋଗୀ ଆଲୋଚନାରତ ଥିବାବେଳେ କୌଣସି କାରଣରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ଏହା ହାତାହାତି ସ୍ଥିତିକୁ ଚାଲିଯାଇଥିଲା ଓ ମୁଥ […]

journalist-saudi

Subrat Kumar Nayak
  • Published: Saturday, 20 October 2018
  • , Updated: 20 October 2018, 04:54 PM IST

ରିୟାଦ୍‌ (ଓଡ଼ିଶା ରିପୋର୍ଟର): ସାଉଦି ଆରବ ଦୂତାବାସରେ ଘଟିଥିବା ବିଶ୍ଵ ବିଖ୍ୟାତ ସାମ୍ବାଦିକ ଜମାଲ୍‌ ଖସୋଗୀଙ୍କ ହତ୍ୟା ଉପରୁ ଶେଷରେ ପରଦା ଉଠିଛି। ଇସ୍ତାନ୍‌ବୁଲ୍‌ରେ ଥିବା ସାଉଦି ଦୂତାବାସକୁ ସେ ଯାଇଥିବାବେଳେ ମୁଥ ମରାମରିରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସାଉଦି ବୈଦେଶିକ ମନ୍ତ୍ରଣାଳୟରୁ ଆସିଥିବା ଏକ ଟ୍ୱିଟ୍‌ରେ କୁହାଯାଇଛି, ଦୂତାବାସ ମଧ୍ୟରେ ଲୋକଙ୍କ ସହିତ ଖସୋଗୀ ଆଲୋଚନାରତ ଥିବାବେଳେ କୌଣସି କାରଣରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ଏହା ହାତାହାତି ସ୍ଥିତିକୁ ଚାଲିଯାଇଥିଲା ଓ ମୁଥ ମାଡ଼ରେ ଖସୋଗୀଙ୍କ ମୃତ୍ୟୁ ଘଟିଥିଲା ବୋଲି ସରକାରଙ୍କ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଏହି ଘଟଣାରେ ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରାଯାଇଥିବାବେଳେ ୧୮ ଜଣଙ୍କୁ ଗିରଫ କରାଯାଇଛି। ବହିଷ୍କୃତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଯୁବରାଜ ମହମ୍ମଦ ବିନ୍‌ ସଲମାନ୍‌ଙ୍କ ପରାମର୍ଶଦାତା ସାଉଦ୍‌ ଅଲ୍‌ କତାନୀ ଏବଂ ଗୁଇନ୍ଦା ଉପମୁଖ୍ୟ ମେଜର ଜେନେରାଲ ଅହମ୍ମଦ ଅଲ୍‌ ଅସିରି ଅଛନ୍ତି।

ଅକ୍ଟୋବର ୨ ତାରିଖରେ ସାଉଦି ଦୂତାବାସକୁ ଯାଇ ଖସୋଗୀ ନିଖୋଜ ହୋଇଯାଇଥିଲେ। ସେ ଦୂତାବାସରୁ ଫେରି ଯାଇଛନ୍ତି ଓ କୁଆଡ଼େ ଯାଇଛନ୍ତି, ତା'ର ଖବର ଦୂତାବାସ ପାଖରେ ନଥିବା ଅଧିକାରୀମାନେ କହିଥିଲେ। ପୂର୍ବରୁ ତୁର୍କୀ ପକ୍ଷରୁ ଦାବି କରାଯାଉଥିଲା ଯେ ଏକ ୧୫ ଜଣିଆ ସାଉଦି ଗୃପ ଯୋଜନାବଦ୍ଧ ଭାବେ ଖସୋଗୀଙ୍କୁ ହତ୍ୟା କରିଛି। ଏପରିକି ଏ ସମ୍ପର୍କରେ ସେମାନଙ୍କ ପାଖରେ ଅଡିଓ ଓ ଭିଡିଓ ପ୍ରମାଣ ରହିଥିବା ଦାବି କରୁଥିଲେ ମଧ୍ୟ ଏଯାଏ ସେମାନେ ଆମେରିକା କିମ୍ବା ସାଉଦି ସରକାରଙ୍କୁ ଏସବୁ ହସ୍ତାନ୍ତର କରିନାହାନ୍ତି।

Related story