୩୧ ଡିସେମ୍ୱର ପୂର୍ବରୁ ଏହି କାମ କରନ୍ତୁ, ନହେଲେ ଏଟିଏମରୁ ପଇସା ଉଠାଇ ପାରିବେନି

ନୂଆଦିଲ୍ଲୀ: ନୂଆ ବର୍ଷରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ନୂଆ ଏଟିଏମ୍ ସେବା ଯୋଗାଇ ଦେବାକୁ ଯାଉଛି। ଏହା ପୂର୍ବରୁ ଆପଣଙ୍କ ପାଖରେ ଥିବା ମାଗନେଟିକ ଷ୍ଟ୍ରାଇପ ଡେବିଟ କାର୍ଡକୁ ଘରୋଇ ବ୍ୟାଙ୍କ ଶାଖାକୁ ଯାଇ ବଦଳ କରି ଦିଅନ୍ତୁ। ନଚେତ ଆପଣ ଜାନୁଆରୀ ୧ରୁ ମାଗନେଟିକ ଷ୍ଟ୍ରାଇପ ଏଟିଏମରୁ ପଇସା ଉଠାଇ ପାରିବେ ନାହିଁ। କାରଣ ନୂଆ ବର୍ଷରୁ ଏସବିଆଇ ନିଜ ଗ୍ରାହକଙ୍କୁ କେବଳ ଇଏମଭି ଚିପ୍ ଏଟିଏମରୁ ପଇସା ଉଠାଇବା ପାଇଁ ଅନୁମତି […]

ATM

Subhransu Sekhar
  • Published: Sunday, 01 December 2019
  • , Updated: 01 December 2019, 04:34 PM IST

ନୂଆଦିଲ୍ଲୀ: ନୂଆ ବର୍ଷରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ନୂଆ ଏଟିଏମ୍ ସେବା ଯୋଗାଇ ଦେବାକୁ ଯାଉଛି। ଏହା ପୂର୍ବରୁ ଆପଣଙ୍କ ପାଖରେ ଥିବା ମାଗନେଟିକ ଷ୍ଟ୍ରାଇପ ଡେବିଟ କାର୍ଡକୁ ଘରୋଇ ବ୍ୟାଙ୍କ ଶାଖାକୁ ଯାଇ ବଦଳ କରି ଦିଅନ୍ତୁ। ନଚେତ ଆପଣ ଜାନୁଆରୀ ୧ରୁ ମାଗନେଟିକ ଷ୍ଟ୍ରାଇପ ଏଟିଏମରୁ ପଇସା ଉଠାଇ ପାରିବେ ନାହିଁ। କାରଣ ନୂଆ ବର୍ଷରୁ ଏସବିଆଇ ନିଜ ଗ୍ରାହକଙ୍କୁ କେବଳ ଇଏମଭି ଚିପ୍ ଏଟିଏମରୁ ପଇସା ଉଠାଇବା ପାଇଁ ଅନୁମତି ଦେବ। ଏ ନେଇ ଟୁଇଟ କରି ଏସବିଆଇ ସୂଚନା ଦେଇଛି।

https://twitter.com/TheOfficialSBI/status/1200750827180158976

ପୁରୁଣା ଏଟିଏମ୍ ଦେଇ ଇଏମଭି ଚିପ ଆଣିଲେ କୌଣସି ଦେୟ ଦେବାକୁ ପଡ଼ିବନି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏହି ଇଏମବି ଚିପ୍ ଯୁକ୍ତ ଏଟିଏମ୍ କାର୍ଡ ବ୍ୟବହାର କଲେ ସାଇବର ଠକଙ୍କ କବଳରୁ ସୁରକ୍ଷିତ ରହିହେବ ବୋଲି ବ୍ୟାଙ୍କ ତରଫରୁ କୁହାଯାଇଛି।

Related story