ଏଣିକି ଟେଲି ମେସେଞ୍ଜରରେ ଆସିବ ସମନ୍

ନୂଆଦିଲ୍ଲୀ: ଏଣିକି ହ୍ୱାଟସଆପ୍, ଇ-ମେଲ, ଫ୍ୟାକ୍ସ ଏବଂ ଅନ୍ୟାନ୍ୟ ଟେଲି ମେସେଞ୍ଜର ଯୋଗେ ସୁପ୍ରିମକୋର୍ଟ ନୋଟିସ ପଠାଇବେ। ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଚନ୍ଦ୍ର ବୋବଡେ ଆଜି ଏହା କହିଛନ୍ତି। ଅନେକ କ୍ଷେତ୍ରରେ ଡାକ ଯୋଗେ କିମ୍ୱା ଡାକ ଅଧିକାରୀ ସମନ ପହଞ୍ଚାଇବା ସମ୍ଭବ ହେଉ ନାହିଁ। ତେଣୁ ଅନେକ ମାମଲା ପେଣ୍ଡିଂ ରହିଯାଉଛି। ଏସବୁକୁ ନଜରରେ ରଖି ଏଣିକି ତତକ୍ଷଣାତ ନୋଟିସ ବା ସମନ ପଠାଇବା ପାଇଁ ହ୍ୱାଟସଆପ୍, ଇ-ମେଲ, ଫ୍ୟାକ୍ସ ଯୋଗେ ଦିଆଯିବ ବୋଲି […]

whatsapp

Subhransu Sekhar
  • Published: Friday, 10 July 2020
  • , Updated: 10 July 2020, 08:11 PM IST

ନୂଆଦିଲ୍ଲୀ: ଏଣିକି ହ୍ୱାଟସଆପ୍, ଇ-ମେଲ, ଫ୍ୟାକ୍ସ ଏବଂ ଅନ୍ୟାନ୍ୟ ଟେଲି ମେସେଞ୍ଜର ଯୋଗେ ସୁପ୍ରିମକୋର୍ଟ ନୋଟିସ ପଠାଇବେ। ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଚନ୍ଦ୍ର ବୋବଡେ ଆଜି ଏହା କହିଛନ୍ତି। ଅନେକ କ୍ଷେତ୍ରରେ ଡାକ ଯୋଗେ କିମ୍ୱା ଡାକ ଅଧିକାରୀ ସମନ ପହଞ୍ଚାଇବା ସମ୍ଭବ ହେଉ ନାହିଁ। ତେଣୁ ଅନେକ ମାମଲା ପେଣ୍ଡିଂ ରହିଯାଉଛି। ଏସବୁକୁ ନଜରରେ ରଖି ଏଣିକି ତତକ୍ଷଣାତ ନୋଟିସ ବା ସମନ ପଠାଇବା ପାଇଁ ହ୍ୱାଟସଆପ୍, ଇ-ମେଲ, ଫ୍ୟାକ୍ସ ଯୋଗେ ଦିଆଯିବ ବୋଲି ସିଜେଆଇ କହିଛନ୍ତି। ଏଥିସହ କରୋନା ମହାମାରୀ ପାଇଁ ବ୍ୟାଙ୍କ ଚେକ୍‌ର ଅବଧି ବଢ଼ାଇବାକୁ ଆରବିଆଇକୁ କହିଛନ୍ତି ସୁପ୍ରିମକୋର୍ଟ।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ, ଏଏସ ବୋପାନ୍ନା ଏବଂ ସୁବାଷ ରେଡ୍ଡୀ ଏହି ପ୍ରସଙ୍ଗରେ ଶୁଣାଣି କରି କହିଛନ୍ତି, ସମସ୍ତ ମାଧ୍ୟମକୁ ସୁରକ୍ଷିତ ବୋଲି ସୁନିଶ୍ଚିତ କରିବା ଦରକାର।

ଏହାପୂର୍ବରୁ ଜୁଲାଇ 7ରେ ଆଟର୍ଣ୍ଣି ଜେନେରାଲ କେନ୍ଦ୍ର ସରକାରଙ୍କ ଦ୍ୱାରା ପକ୍ଷ ରଖି କହିଥିଲେ, ସମନ ପଠାଇବାକୁ ହ୍ୱାଟସଆପ୍ ବିଶ୍ୱାସଯୋଗ୍ୟ ନୁହେଁ। ତେଣୁ ଏହି ଆପ୍ସକୁ ଅନୁମତି ଦିଆନଯାଉ ବୋଲି ସେ ସରକାର କହିଥିଲେ।

Related story