କାର୍ତ୍ତି ନିର୍ବାଚନମଣ୍ଡଳୀ ପ୍ରତି ଧ୍ୟାନ ଦିଅନ୍ତୁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବୁଧବାର ସୁପ୍ରିମ୍‌କୋର୍ଟ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍‌ଙ୍କ ବିଦେଶ ଗସ୍ତ ଆବେଦନ କରି ଡିପୋଜିଟ୍‌ କରିଥିବା ୧୦ କୋଟି ଟଙ୍କା ଫେରାଇବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଏବଂ ଏୟାରସେଲ ମାକ୍ସିସ୍‌ ମାମଲାରେ ଅଭିଯୁକ୍ତ କାର୍ତ୍ତି କୋର୍ଟର ରେଜିଷ୍ଟ୍ରିରେ ଏହି ପରିମାଣର ଅର୍ଥ ରାଷି ଜମା କରିଥିଲେ। ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍‌ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ କାର୍ତ୍ତିଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ସହ ନିର୍ବାଚନମଣ୍ଡଳୀ ପ୍ରତି ଧ୍ୟନ […]

karti-chidambaram

Niharika Rout
  • Published: Wednesday, 29 May 2019
  • , Updated: 29 May 2019, 04:05 PM IST

ନୂଆଦିଲ୍ଲୀ: ବୁଧବାର ସୁପ୍ରିମ୍‌କୋର୍ଟ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍‌ଙ୍କ ବିଦେଶ ଗସ୍ତ ଆବେଦନ କରି ଡିପୋଜିଟ୍‌ କରିଥିବା ୧୦ କୋଟି ଟଙ୍କା ଫେରାଇବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଏବଂ ଏୟାରସେଲ ମାକ୍ସିସ୍‌ ମାମଲାରେ ଅଭିଯୁକ୍ତ କାର୍ତ୍ତି କୋର୍ଟର ରେଜିଷ୍ଟ୍ରିରେ ଏହି ପରିମାଣର ଅର୍ଥ ରାଷି ଜମା କରିଥିଲେ।

ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍‌ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ କାର୍ତ୍ତିଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ସହ ନିର୍ବାଚନମଣ୍ଡଳୀ ପ୍ରତି ଧ୍ୟନ ଦେବାକୁ କହିଥିଲେ। କାର୍ତ୍ତି ତାମିଲନାଡ଼ୁର ଶିବଗଙ୍ଗା ଆସନରୁ ୩ ଲକ୍ଷ ଭୋଟ୍‌ରେ ଜିତିଛନ୍ତି। ସେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଏଚ୍‌ ରାଜାଙ୍କୁ ହରାଇଛନ୍ତି। ଆବେଦନରେ ସେ ଦର୍ଶାଇଥିଲେ ସେ ଏହି ଟଙ୍କା ଋଣ ଆକାରରେ ଆଣିଥିଲେ ଏବଂ ଏହି ଟଙ୍କା ବାବଦକୁ ସୁଧ ଗଣୁଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ବର୍ତ୍ତମାନ ଆଇଏନ୍‌ଏକ୍ସ ମିଡିଆ ଏବଂ ଏୟାରସେଲ ମାକ୍ସିସ୍‌ ମାମଲାରେ ତଦନ୍ତ ପରିସରଭୁକ୍ତ ଅଛନ୍ତି। ଏହି ଖଣ୍ଡପୀଠ ତାଙ୍କୁ ବିଦେଶ ଯିବାକୁ ଅନୁମତି ଏହି ଅର୍ଥରାଶି ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Related story