ଟେଲିକମ୍‌ କମ୍ପାନୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା, ୧.୪୭ ଲକ୍ଷ କୋଟି ଆଦାୟ ରିଭ୍ୟୁ ଆବେଦନ ଖାରଜ

ନୂଆଦିଲ୍ଲୀ: ଗୁରୁବାର ସୁପ୍ରିମ୍‌କୋର୍ଟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍‌ ଆଇଡିଆ କରିଥିବା ରିଭ୍ୟୁ ଆବେଦନକୁ ଖାରଜ କରିଛନ୍ତି। ସେମାନେ ଜାନୁଆରୀ ୨୩ ସୁଦ୍ଧା ୧.୪୭ ଲକ୍ଷ କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ସୁପ୍ରିମ୍‌କୋର୍ଟ ଦେଇଥିବା ରାୟ ବିରୋଧରେ ଏହି ରିଭ୍ୟୁ ଆବେଦନ କରାଯାଇଥିଲା। ଗତବର୍ଷ ଅକ୍ଟୋବର ୨୪ ତାରିଖରେ ସୁପ୍ରିମ୍‌କୋର୍ଟ କହିଥିଲେ, ଷ୍ଟାଚ୍ୟୁଟୋରୀ ଡ୍ୟୁଜ୍‌ ବା ବୈଧାନିକ ଶୁଳ୍କ ଆଦାୟ ହେବ। ଏଥିସହ ଅଣ ଟେଲିକମ୍‌ ରାଜସ୍ୱ ବା ଡାଡଜଷ୍ଟେଡ୍‌ ଗ୍ରସ୍‌ ରେଭେନ୍ୟୁ ମଧ୍ୟ ଆଦାୟ […]

Telecom

Subrat Kumar Nayak
  • Published: Thursday, 16 January 2020
  • , Updated: 16 January 2020, 09:48 PM IST

ନୂଆଦିଲ୍ଲୀ: ଗୁରୁବାର ସୁପ୍ରିମ୍‌କୋର୍ଟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍‌ ଆଇଡିଆ କରିଥିବା ରିଭ୍ୟୁ ଆବେଦନକୁ ଖାରଜ କରିଛନ୍ତି। ସେମାନେ ଜାନୁଆରୀ ୨୩ ସୁଦ୍ଧା ୧.୪୭ ଲକ୍ଷ କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ସୁପ୍ରିମ୍‌କୋର୍ଟ ଦେଇଥିବା ରାୟ ବିରୋଧରେ ଏହି ରିଭ୍ୟୁ ଆବେଦନ କରାଯାଇଥିଲା।

ଗତବର୍ଷ ଅକ୍ଟୋବର ୨୪ ତାରିଖରେ ସୁପ୍ରିମ୍‌କୋର୍ଟ କହିଥିଲେ, ଷ୍ଟାଚ୍ୟୁଟୋରୀ ଡ୍ୟୁଜ୍‌ ବା ବୈଧାନିକ ଶୁଳ୍କ ଆଦାୟ ହେବ। ଏଥିସହ ଅଣ ଟେଲିକମ୍‌ ରାଜସ୍ୱ ବା ଡାଡଜଷ୍ଟେଡ୍‌ ଗ୍ରସ୍‌ ରେଭେନ୍ୟୁ ମଧ୍ୟ ଆଦାୟ ହେବ। ତେବେ ଏହା ବିରୋଧରେ ଆଗତ ହୋଇଥିବା ରିଭ୍ୟୁ ଆବେଦନକୁ ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ଏସ୍‌ଏ ନାଜୀର ଏବଂ ଜଷ୍ଟିସ୍‌ ଏମ୍‌ଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ରିଭ୍ୟୁ ଆବେଦନର ଯୁକ୍ତିରେ ଅସନ୍ତୋଷ ପ୍ରକାଶ କରି ଖାରଜ କରିଛନ୍ତି।

ଟେଲିକମ୍‌ କମ୍ପାନୀ ଏହି ରିଭ୍ୟୁ ପିଟିସନ୍‌ର ଓପନ୍‌ କୋର୍ଟରେ ଶୁଣାଣି ପାଇଁ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଇନ୍‌-ଚାମ୍ବର ଶୁଣାଣିକୁ ବାଛିଥିଲେ। ଅନ୍ୟପକ୍ଷରେ ଡିରେକ୍ଟୋରେଟ୍‌ ଅଫ୍‌ ଟେଲିକମ୍‌ ନିର୍ଦ୍ଧାରିତ ଏଜିଆରର ସଂଜ୍ଞାକୁ ମଧ୍ୟ କୋର୍ଟ କାଏମ ରଖିଛନ୍ତି। କୋର୍ଟ କହିଛନ୍ତି ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀଙ୍କ ବିରୋଧର ପ୍ରକାର ଗ୍ରହଣୀୟ ନୁହେଁ।

ପୂର୍ବରୁ ସଂସଦରେ ଟେଲିକମ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ, “ଭାରତୀ ଏୟାରଟେଲ, ଭୋଡାଫୋନ୍‌ ଆଇଡିଆ ଏବଂ ଅନ୍ୟ ଟେଲିକମ୍‌ କମ୍ପାନୀ ସରକାରଙ୍କୁ ୧.୪୭ ଲକ୍ଷ କୋଟି ଟଙ୍କା ଗଣିବେ। ବର୍ତ୍ତମାନ ସୁଧ ବା ଦଣ୍ଡ ଛାଡ଼ କରିବାର କୌଣସି ବ୍ୟବସ୍ଥା ନାହିଁ।”

ଅନ୍ୟ ଥରେ ସଂସଦରେ ସେ କହିଥିଲେ, ଟେଲିକମ୍‌ କମ୍ପାନୀ ସରକାରଙ୍କୁ ଲାଇସେନ୍ସ ଫି’ ବାବଦକୁ ବକେୟା ୯୯,୬୪୨ କୋଟି ଟଙ୍କା ଦେବେ। ଅନ୍ୟପକ୍ଷରେ ସ୍ପେକ୍ଟ୍ରମ୍‌ ବ୍ୟବହାର ବାବଦକୁ ୫୫,୦୫୪ କୋଟି ଟଙ୍କା ଦେବେ। ସେହିଭଳି ଟେଲିକମ୍‌ ବିଭାଗ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଏକ ସତ୍ୟପାଠ ଜରିଆରେ କୁହାଯାଇଥିଲା, ଏୟାରଟେଲ୍‌ ସରକାରଙ୍କୁ ଲାଇସେନ୍ସ ଫି’ ବାବଦକୁ ୨୧,୬୮୨.୧୩ କୋଟି ଟଙ୍କା ଦେବ, ଭୋଡାଫୋନ୍‌ ମୋଟ ୧୯,୮୨୩.୭୧ କୋଟି ଟଙ୍କା ଏବଂ ରିଲାଏନ୍ସ କମ୍ୟୁନିକେସନ୍‌ ୧୬,୪୫୬.୪୭ କୋଟି ଟଙ୍କା ଦେବେ। ରାଷ୍ଟ୍ରାୟତ୍ତ କମ୍ପାନୀ ବିଏସ୍‌ଏନ୍‌ଏଲ ୨,୦୯୮.୭୨ କୋଟି ଟଙ୍କା ଏବଂ ଏମ୍‌ଟିଏନ୍‌ଏଲ୍‌ ୨,୫୩୭.୪୮ କୋଟି ଟଙ୍କା ଦେବେ।

ଟେଲିକମ୍‌ କମ୍ପାନୀଙ୍କ ଉପରେ ସୁଧ ଆକଳନ ଏବଂ ଦଣ୍ଡ ନିର୍ଦ୍ଧାରଣ ଠିକ୍‌ରେ ଲାଗୁ କରାଯାଇଛି ବୋଲି ଦର୍ଶାଇବା ସହ କୋର୍ଟ କହିଥିଲେ ଏହି ମାମଲାରେ ଆଉ ମୋକଦ୍ଦମା ହେବନାହିଁ। ଆକଳନ ଓ ପେମେଣ୍ଟ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏକ ଟାଇମ୍‌ ଫ୍ରେମ୍‌ ନିର୍ଦ୍ଧାରଣ କରିବେ ବୋଲି କହିଛନ୍ତି।

Related story