ବାବ୍ରୀ ମସଜିଦ୍ ମାମଲା: ବଢ଼ିଲା ସିବିଆଇ ସ୍ପେଶାଲ ଜଜଙ୍କ କାର୍ଯ୍ୟକାଳ ଅବଧି

ନୂଆଦିଲ୍ଲୀ: ବିବାଦିତ ବାବ୍ରୀ ମସଜିଦ୍ ଭଙ୍ଗା ମାମଲାରେ ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ୍ ଏସ.କେ. ଯାଦବଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଶୁଣାଣି ପ୍ରଥମରୁ ଜଷ୍ଟିସ ଏସ.କେ. ଯାଦବ କରୁଥିବାରୁ ସେ ହିଁ ଶେଷ କରିବା ଠିକ୍ ହେବ ବୋଲି ଚିନ୍ତା କରି ସୁପ୍ରିମକୋର୍ଟ ତାଙ୍କର କାର୍ଯ୍ୟକାଳ ବଢ଼ାଇଛନ୍ତି। ଏଥିପାଇଁ ଆଉ ୯ମାସ ଅଧିକ ସମୟ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ୬ ମାସ ମଧ୍ୟରେ ସମସ୍ତ ଶୁଣାଣି ସମ୍ପୂର୍ଣ୍ଣ କରିବାକୁ ମଧ୍ୟ […]

SUPREMECOURT

Subhransu Sekhar
  • Published: Friday, 19 July 2019
  • , Updated: 19 July 2019, 02:54 PM IST
ନୂଆଦିଲ୍ଲୀ: ବିବାଦିତ ବାବ୍ରୀ ମସଜିଦ୍ ଭଙ୍ଗା ମାମଲାରେ ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ୍ ଏସ.କେ. ଯାଦବଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଶୁଣାଣି ପ୍ରଥମରୁ ଜଷ୍ଟିସ ଏସ.କେ. ଯାଦବ କରୁଥିବାରୁ ସେ ହିଁ ଶେଷ କରିବା ଠିକ୍ ହେବ ବୋଲି ଚିନ୍ତା କରି ସୁପ୍ରିମକୋର୍ଟ ତାଙ୍କର କାର୍ଯ୍ୟକାଳ ବଢ଼ାଇଛନ୍ତି।

ଏଥିପାଇଁ ଆଉ ୯ମାସ ଅଧିକ ସମୟ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ୬ ମାସ ମଧ୍ୟରେ ସମସ୍ତ ଶୁଣାଣି ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଲକ୍ଷ୍ନୌ ସିବିଆଇ ଅଦାଲତରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ ଉମା ଭାରତୀଙ୍କ ସମେତ ୧୨ ଜଣଙ୍କ ବିରୋଧରେ ମସଜିଦ ଭାଙ୍ଗିବା ପଛରେ ସେମାନଙ୍କ ହାତ ଥିବା ଅଭିଯୋଗରେ ଅପରାଧିକ ମାମଲା ରହିଛି। ଏହାର ଶୁଣାଣି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନଥିବା ବେଳେ ମାମଲାର ବିଚାର କରୁଥିବା ଜଷ୍ଟିସ ଏସକେ ଯାଦବଙ୍କ ସେପ୍ଚେମ୍ୱର ୩୦ ତାରିଖରେ ଅବସର ଗ୍ରହଣ କରିବାର ଥିଲା।

ଏହିଁ ଦୃଷ୍ଟିରୁ ବିଚାରପତିଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ ସୁପ୍ରିମକୋର୍ଟ ୟୁପି ସରକାରଙ୍କ ମତାମତ ଲୋଡ଼ିଥିଲେ। ଜବାବରେ ୟୁପି ସରକାର କହିଥିଲେ ରାଜ୍ୟ ସରକାରଙ୍କର କୌଣସି ବିଚାରପତିଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ କ୍ଷମତା ନାହିଁ। ଏହାପରେ ଧାରା ୧୪୨ ଭିତ୍ତିରେ ସୁପ୍ରିମକୋର୍ଟ ବିଚାରପତି ଏସ.କେ. ଯାଦବଙ୍କ କାର୍ଯ୍ୟକାଳ ବଢ଼ାଇ ଦେଇଛନ୍ତି।

Related story