କେରଳ ହାତୀ ମୃତ୍ୟୁ: ଓଡ଼ିଶା ସମେତ ୧୨ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: କେରଳ ହାତୀ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ କେରଳ ସମେତ ୧୨ଟି ରାଜ୍ୟକୁ ନୋଟିସ୍ କରିଛନ୍ତି। ବନ୍ୟଜନ୍ତୁ ଏବଂ ଜାଲରେ ଫସାଇବାକୁ ହେଉଥିବା ପ୍ରୟାସକୁ ରୋକିବା ପାଇଁ ଏକ ଆବେଦନ ହୋଇଥିଲା। ଏହି ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ କେନ୍ଦ୍ର ସରକାରଙ୍କ ସମେତ ୧୨ଟି ରାଜ୍ୟକୁ ନୋଟିସ କରିଛନ୍ତି। ସିଜେଆଇ ଜଷ୍ଟିସ ବୋବଡେ, ଜଷ୍ଟିସ ଏ ଏସ ବୋପନ୍ନା ଏବଂ ଜଷ୍ଟିସ ସୁବାଷ ରେଡ୍ଡୀଙ୍କ ଦ୍ୱାରା ଗଠିତ ତିନି ଜଣିଆ […]

kerala-elephant

Subhransu Sekhar
  • Published: Friday, 10 July 2020
  • , Updated: 10 July 2020, 06:48 PM IST

ନୂଆଦିଲ୍ଲୀ: କେରଳ ହାତୀ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ କେରଳ ସମେତ ୧୨ଟି ରାଜ୍ୟକୁ ନୋଟିସ୍ କରିଛନ୍ତି। ବନ୍ୟଜନ୍ତୁ ଏବଂ ଜାଲରେ ଫସାଇବାକୁ ହେଉଥିବା ପ୍ରୟାସକୁ ରୋକିବା ପାଇଁ ଏକ ଆବେଦନ ହୋଇଥିଲା। ଏହି ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ କେନ୍ଦ୍ର ସରକାରଙ୍କ ସମେତ ୧୨ଟି ରାଜ୍ୟକୁ ନୋଟିସ କରିଛନ୍ତି।

ସିଜେଆଇ ଜଷ୍ଟିସ ବୋବଡେ, ଜଷ୍ଟିସ ଏ ଏସ ବୋପନ୍ନା ଏବଂ ଜଷ୍ଟିସ ସୁବାଷ ରେଡ୍ଡୀଙ୍କ ଦ୍ୱାରା ଗଠିତ ତିନି ଜଣିଆ ଖଣ୍ଡପୀଠ ଆଇନଜୀବୀ ଶୁଭମ ଅବସ୍ତୀଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। ଯେଉଁଥିରେ ଖଣ୍ଡପୀଠ କହିଛନ୍ତି, ବନ୍ୟ ଜନ୍ତୁଙ୍କୁ ଧରିବା ପାଇଁ କିମ୍ୱା ହତ୍ୟା କରିବା ପାଇଁ ଯେଉଁ ସବୁ ପନ୍ଥା ରହିଛି ସେସବୁ ଅସାମ୍ୱିଧାନିକ। ଏହି ସବୁ ଘଟଣାକୁ ଭବିଷ୍ୟତରେ ଏଡାଇବା ପାଇଁ ଏକ ଏସଓପି ଜାରି ହେବା ଦରକାର। ଏହି ଏସଓପି ତିଆରି କରିବା ପାଇଁ କେନ୍ଦ୍ର ସରକାର ସମେତ ୧୨ଟି ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଯେଉଁଥିରେ ଓଡ଼ିଶା ରହିଛି।

ସୂଚନାଯୋଗ୍ୟ, ମେ ୨୭ରେ କେରଳରେ ଏକ ଗର୍ଭବତୀ ହାତୀ ବିସ୍ଫୋରକ ସାମଗ୍ରୀ ଖାଇ ଦେବାରୁ ମୃତ୍ୟୁବରଣ କରିଥିଲା। ଏହି ଘଟଣାକୁ ଉଦ୍ଧୃତ କରି ଆଇନଜୀବୀ ଶୁଭମ ଅଓ୍ୱସ୍ତୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କେରଳ ବ୍ୟତୀତ ଅନେକ ରାଜ୍ୟରେ ହାତୀଙ୍କ ସୁରକ୍ଷା ନେଇ ଅବଗତ କରାଇଥିଲେ ଆବେଦନକାରୀ। ଏହାପରେ ଏହି ଆଦେଶ ଦେଇଛନ୍ତି।

ଓଡ଼ିଶାରେ ମଧ୍ୟ ହାତୀ ମୃତ୍ୟୁ ହାର ବଢ଼ିଛି। ବିଭିନ୍ନ କାରଣରୁ ଅନେକ ହାତୀ ମୃତ୍ୟୁବରଣ କରିଛନ୍ତି। ମାସକ ମଧ୍ୟରେ ରାଜ୍ୟରେ ୧୬ଟି ହାତୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁ ପାଇଁ ଭଏସ ଫର ଏସିଆନ ଏଲିଫ୍ୟାଣ୍ଟସ ସୋସାଇଟି ଓଡ଼ିଶା ମୁଖ୍ୟ ବନ୍ୟପ୍ରାଣୀ ବିଭାଗକୁ ନିକଟରେ ଦାୟୀ କରିଥିଲା।

Related story