ନିର୍ଭୟା ମାମଲାର ଶୁଣାଣି ବେଳେ ଅଚେତ ହୋଇଗଲେ ବିଚାରପତି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଏକ ଅଘଟଣ ଘଟିଛି। ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଚାଲିଥିବା ବେଳେ ଜଷ୍ଟିସ ଆର ଭାନୁମତି ହଠାତ୍‌ ଅଚେତ ହୋଇଯାଇଥିଲେ। ଏହି ସମୟରେ କୋର୍ଟ ରୁମରେ ଜଷ୍ଟିସ୍‌ ଭାନୁମତିଙ୍କ ସହ ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏଏସ୍‌ ବୋପାନ୍ନା ଉପସ୍ଥିତ ରହିଥିଲେ। ଜଷ୍ଟିସ ଭାନୁମତି ଅଚେତ ହୋଇଯିବାରୁ ତାଙ୍କୁ ଅନ୍ୟ ଦୁଇ ବିଚାରପତି ଚ୍ୟାମ୍ବରକୁ ନେଇ ଯାଇଥିଲେ। ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ନିର୍ଭୟା ଦୋଷୀଙ୍କୁ […]

yt

Hemant Lenka
  • Published: Friday, 14 February 2020
  • , Updated: 14 February 2020, 05:01 PM IST

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଏକ ଅଘଟଣ ଘଟିଛି। ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଚାଲିଥିବା ବେଳେ ଜଷ୍ଟିସ ଆର ଭାନୁମତି ହଠାତ୍‌ ଅଚେତ ହୋଇଯାଇଥିଲେ। ଏହି ସମୟରେ କୋର୍ଟ ରୁମରେ ଜଷ୍ଟିସ୍‌ ଭାନୁମତିଙ୍କ ସହ ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏଏସ୍‌ ବୋପାନ୍ନା ଉପସ୍ଥିତ ରହିଥିଲେ।

ଜଷ୍ଟିସ ଭାନୁମତି ଅଚେତ ହୋଇଯିବାରୁ ତାଙ୍କୁ ଅନ୍ୟ ଦୁଇ ବିଚାରପତି ଚ୍ୟାମ୍ବରକୁ ନେଇ ଯାଇଥିଲେ। ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।

ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଆବେଦନ କରି କେନ୍ଦ୍ର ଓ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଜଷ୍ଟିସ୍‌ ଆର ଭାନୁମତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହା ଉପରେ ରାୟ ଶୁଣାଇବାର ଥିଲା।

ରାୟ ମଧ୍ୟ ଜଷ୍ଟିସ୍‌ ଭାନୁମତି ପଢ଼ିବା ଆରମ୍ଭ କରିଥିଲେ। ତେବେ ହଠାତ୍‌ ସେ କୋର୍ଟ ରୁମରେ ଅଚେତ ହୋଇଯାଇଥିଲେ। ତାଙ୍କ ସହ ଖଣ୍ଡପୀଠରେ ବସିଥିବା ଦୁଇ ବିଚାରପତି ତାଙ୍କୁ ତୁରନ୍ତ ଚ୍ୟାମ୍ବରକୁ ନେଇଥିଲେ। ଏହାପରେ ସେଠାରୁ ତାଙ୍କୁ ହ୍ୱିଲ ଚେୟାର ଯୋଗେ ହସ୍ପିଟାଲ ନିଆଯାଇଥିଲା। ଏବେ ଏହି ଆବେଦନ ଉପରେ ରାୟ ଚ୍ୟାମ୍ବର ମଧ୍ୟରେ ପ୍ରକାଶ ପାଇବ ବୋଲି ଜଷ୍ଟିସ ବୋପାନ୍ନା କହିଛନ୍ତି।

Related story