ବଢ଼ିଲା ରାଜୀବ କୁମାରଙ୍କ ଅଡ଼ୁଆ, ପୂର୍ବ ଆଦେଶ ଉଠାଇ ନେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମ ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ରାଜୀବଙ୍କୁ ଗିରଫ ନ କରିବାକୁ ଫେବୃଆରୀ ୫ ତାରିଖରେ ସୁପ୍ରିମକୋର୍ଟ ଯେଉଁ ଆଦେଶ ଦେଇଥିଲେ ତାହା ଆଜି ଉଠାଇ ଦେଇଛନ୍ତି। ତେବେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ତାଙ୍କୁ ୭ ଦିନ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ଯଦି ୭ ଦିନ ମଧ୍ୟରେ ତାଙ୍କୁ ଆଗୁଆ ଜାମିନ ନମିଳେ ତା’ହେଲେ ସିବିଆଇ ରାଜୀବଙ୍କୁ ଗିରଫ କରିପାରିବ ବୋଲି ଜଣାପଡ଼ିଛି। ପ୍ରଧାନ […]

rajeev kumar

rajeev kumar

Subhransu Sekhar
  • Published: Friday, 17 May 2019
  • Updated: 17 May 2019, 09:17 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମ ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ରାଜୀବଙ୍କୁ ଗିରଫ ନ କରିବାକୁ ଫେବୃଆରୀ ୫ ତାରିଖରେ ସୁପ୍ରିମକୋର୍ଟ ଯେଉଁ ଆଦେଶ ଦେଇଥିଲେ ତାହା ଆଜି ଉଠାଇ ଦେଇଛନ୍ତି। ତେବେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ତାଙ୍କୁ ୭ ଦିନ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ଯଦି ୭ ଦିନ ମଧ୍ୟରେ ତାଙ୍କୁ ଆଗୁଆ ଜାମିନ ନମିଳେ ତା'ହେଲେ ସିବିଆଇ ରାଜୀବଙ୍କୁ ଗିରଫ କରିପାରିବ ବୋଲି ଜଣାପଡ଼ିଛି।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି। ତାଙ୍କ ସହିତ ଜଷ୍ଟିସ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖାନ୍ନା ମଧ୍ୟ ରହିଛନ୍ତି।

ଶୁକ୍ରବାର ସୁପ୍ରିମକୋର୍ଟ ସିବିଆଇକୁ ରାଜୀବ କୁମାରଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ, କାର୍ଯ୍ୟ କରିବାକୁ କହିଛନ୍ତି। ସିବିଆଇ ରାଜୀବ କୁମାରଙ୍କୁ ନିଜ ହେପାଜତକୁ ନେଇ ଜେରା କରିବାକୁ ନିବେଦନ କରିବାକୁ କୋର୍ଟ ଏଭଳି କହିଛନ୍ତି। ବହୁ ଚର୍ଚ୍ଚିତ ଶାରଦ ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ରାଜୀବ କୁମାର ଏକାଧିକ ପ୍ରମାଣ ନଷ୍ଟ କରିଥିବା ଆଜି ସିବିଆଇ ପୁଣିଥରେ କୋର୍ଟଙ୍କୁ ଜଣାଇଥିଲା। ଏହି ସମୟରେ ଖଣ୍ଡପୀଠରେ ଥିବା ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏହାକୁ ଅତି ସମ୍ବେଦନଶୀଳ ଘଟଣା ବୋଲି କହିଥିଲେ।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କୁ ଆଗୁଆ ଜାମିନ୍‌ ପାଇଁ ୭ ଦିନର ସମୟ ଦେଇଛନ୍ତି। ଏଥିପାଇଁ ତାଙ୍କ ଲିଗାଲ ଟିମ୍‌ କୋଲକାତା ହାଇକୋର୍ଟରେ ଆବେଦନ କରିପାରେ। ଏଥିପାଇଁ ରାଜୀବ କୁମାରଙ୍କୁ କୋଲକାତା ଯିବାକୁ ପଡ଼ିବ। ହେଲେ ଏଥିପାଇଁ ରାଜୀବ କୁମାରଙ୍କୁ ନିର୍ବାଚନ କମିଶନଙ୍କ ଅନୁମତି ଆଣିବାକୁ ପଡ଼ିବ। କାରଣ ପଶ୍ଚିମବଙ୍ଗରେ ଦେଖାଦେଇଥିବା ନିର୍ବାଚନୀ ହିଂସା ଯୋଗୁ ରାଜୀବ କୁମାରଙ୍କୁ ନିର୍ବାଚନ କମିଶନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ବଦଳି କରିଥିଲେ। ଏବେ ସେ ଦିଲ୍ଲୀରେ ଅବସ୍ଥାପିତ ହୋଇଛନ୍ତି।  ସେହିପରି ବର୍ତ୍ତମାନ କୋଲକାତାର ସବୁ ଆଇନ୍‌ଜୀବୀ ଏବେ ଆନ୍ଦୋଳନରେ ବସିଛନ୍ତି। ତେଣୁ ରାଜୀବ କୁମାରଙ୍କୁ ଜାମିନ୍‌ ମିଳିବା ସହଜ ନୁହେଁ। ଆଗୁଆ ଜାମିନ୍‌ ପାଇଁ ତାଙ୍କୁ ହାଇକୋର୍ଟ ବିଚାରପତିଙ୍କୁ ବ୍ୟକ୍ତିଗତ ଭାବେ ନିବେଦନ କରିବାକୁ ପଡ଼ିପାରେ।

ସୂଚନା ଥାଉକି ଶାରଦା ଚିଟଫଣ୍ଡ ଘୋଟଲାର ତଦନ୍ତ କରୁଥିବା ବେଳେ ରାଜୀବ କୁମାର ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ଛନ୍ଦି ହୋଇଯାଇଛନ୍ତି। ଯାହାର ପ୍ରମାଣ ସିବିଆଇ ପାଇଛି। ଫେବୃଆରୀ ୩ ତାରିଖରେ ସିବିଆଇ ରାଜୀବଙ୍କ ବିରୋଧରେ ପ୍ରମାଣ ପାଇବା ପରେ ପଚରା ଉଚରା କରିବା ପାଇଁ ଯାଇଥିଲା। ହେଲେ ସେତେବେଳେ ଏହାକୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଥିଲେ। ଶେଷରେ ସିବିଆଇକୁ ନେଇ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିବାଦ ବଢ଼ିଥିଲା। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ରାଜୀବଙ୍କ ଗିରଫଦାରୀ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ ଏବଂ ତଦନ୍ତରେ ସହଯୋଗ କରିବା ପାଇଁ ରାଜୀବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସିବିଆଇ ରାଜୀବ କୁମାରଙ୍କୁ ଫେବୃଆରୀ ୮ରୁ ୧୩ ମଧ୍ୟରେ ଶିଲଂ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ପଚରା ଉଚରା କରିଥିଲା। ଏହି ସମୟରେ ଅନେକ ପ୍ରମାଣ ସିବିଆଇ ପାଇଥିଲା। ଯାହା ସିବିଆଇ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ଏବଂ ଗିରଫ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ସୁପ୍ରିମକୋର୍ଟ ନିକଟରେ ଆବେଦନ କରିଥିଲା ସିବିଆଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story