କୃଷି ଆଇନ୍: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଜବାବ ମାଗିଛନ୍ତି। ଛଅ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୋର୍ଟ ମୋଦି ସରକାରଙ୍କୁ କହିଛନ୍ତି। କୃଷି ଆଇନ୍ ରାଜ୍ୟର ଅଧିକାର, ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ଆଇନ୍ ଆଣିପାରିବେ ନାହିଁ ବୋଲି ଯୁକ୍ତି ରଖି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିରୋଧୀ। ଦାଖଲ ହୋଇଥିବା ଆବେଦନରେ କୃଷି ଆଇନର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରାଯାଇଛି। ଆବେଦନରେ କୁହାଯାଇଛି ଯେ ଏହା ରାଜ୍ୟମାନଙ୍କର ପ୍ରସଙ୍ଗ ଏବଂ ସଂସଦ ଏଥିରେ କୌଣସି ଆଇନ […]

Farmer-protest

Farmer-protest

Subhransu Sekhar
  • Published: Monday, 12 October 2020
  • Updated: 12 October 2020, 03:58 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଜବାବ ମାଗିଛନ୍ତି। ଛଅ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୋର୍ଟ ମୋଦି ସରକାରଙ୍କୁ କହିଛନ୍ତି। କୃଷି ଆଇନ୍ ରାଜ୍ୟର ଅଧିକାର, ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ଆଇନ୍ ଆଣିପାରିବେ ନାହିଁ ବୋଲି ଯୁକ୍ତି ରଖି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିରୋଧୀ। ଦାଖଲ ହୋଇଥିବା ଆବେଦନରେ କୃଷି ଆଇନର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରାଯାଇଛି। ଆବେଦନରେ କୁହାଯାଇଛି ଯେ ଏହା ରାଜ୍ୟମାନଙ୍କର ପ୍ରସଙ୍ଗ ଏବଂ ସଂସଦ ଏଥିରେ କୌଣସି ଆଇନ ପାରିତ କରିପାରିବ ନାହିଁ। ଏହା ଉପରେ କେନ୍ଦ୍ରର ଉତ୍ତର ମାଗିଛନ୍ତି ସୁପ୍ରିମକୋର୍ଟ।

କେନ୍ଦ୍ର ସରକାର ନିକଟରେ ସଂସଦରେ ତିନୋଟି ବିଲ୍ ପାସ୍ କରି ଆଇନ ପ୍ରଣୟନ କରିଛନ୍ତି। ଯେଉଁଥିରେ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା, କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ (ପଦୋନ୍ନତି ଏବଂ ସୁବିଧା) ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଅନ୍ତର୍ଭୁକ୍ତ ରହିଛି। ଏହି ତିନୋଟି ଯାକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।

ସୂଚନାଯୋଗ୍ୟ, କୃଷି ଆଇନଂ ରାଜ୍ୟସଭାରେ ଆଗତ ହେବା ପରେ ଚାଷୀ ଏବଂ ବିରୋଧୀ ଏହି କୃଷି ବିଲକୁ ବିରୋଧ କରୁଛନ୍ତି।  ଏହାପରେ ବିରୋଧୀ ଦଳ ବିଶେଷ କରି କଂଗ୍ରେସ ଚାଷୀଙ୍କ ସହ ମିଶି ବିରୋଧ କରୁଛି। ହରିଆଣା ଏବଂ ପଞ୍ଜାବର ଚାଷୀଙ୍କ ଏକ ବିଭାଗ ମଧ୍ୟ ଏହାକୁ ବିରୋଧ କରୁଛନ୍ତି, ଯାହା ଏବେ ବି ଜାରି ରହିଛି। ଅନ୍ୟପକ୍ଷରେ ସରକାର କହିଛନ୍ତି ଯେ ବିରୋଧୀ ଚାଷୀଙ୍କୁ ଦ୍ୱନ୍ଦ୍ୱରେ ପକାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos