ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ସରକାର ରଖିଲେ ଜବାବ

ନୂଆଦିଲ୍ଲୀ: ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବାବଦରେ ଆଜି ଲୋକସଭାରେ ମତ ରଖିଛନ୍ତି କେନ୍ଦ୍ର ସରକାର। ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦେବାପାଇଁ ବାଧ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ ରାୟ ଦେବାପରେ ସରକାର ଉତ୍ତର ରଖିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ସରକାର ଏହି ମାମଲାର ପକ୍ଷ ନଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱରଚନ୍ଦ ଗେହଲଟ୍‌ କହିଛନ୍ତି, କେନ୍ଦ୍ରକୁ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ କୁହାଯାଇନଥିଲା। ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କ […]

Gehlat

Subrat Kumar Nayak
  • Published: Monday, 10 February 2020
  • , Updated: 10 February 2020, 05:50 PM IST

ନୂଆଦିଲ୍ଲୀ: ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବାବଦରେ ଆଜି ଲୋକସଭାରେ ମତ ରଖିଛନ୍ତି କେନ୍ଦ୍ର ସରକାର। ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦେବାପାଇଁ ବାଧ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ ରାୟ ଦେବାପରେ ସରକାର ଉତ୍ତର ରଖିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ସରକାର ଏହି ମାମଲାର ପକ୍ଷ ନଥିଲେ।

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱରଚନ୍ଦ ଗେହଲଟ୍‌ କହିଛନ୍ତି, କେନ୍ଦ୍ରକୁ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ କୁହାଯାଇନଥିଲା।

ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କ ଏକ ନିଷ୍ପତ୍ତିକୁ ନେଇ ଏହି ରାୟ ଦେଇଥିଲେ। ୨୦୧୨ ମସିହାରେ ଏପରି ଆବେଦନ ହୋଇଥିଲା, ସେତେବେଳେ କଂଗ୍ରେସ ରାଜ୍ୟରେ କ୍ଷମତାରେ ଥିଲା। ସୂଚନାଯୋଗ୍ୟ ଯେ, ଆଜି ଏହି ରାୟକୁ ନେଇ ମୋଦି ସରକାରଙ୍କ ବିରୋଧରେ ନାରା ଦେବା ସହ କଂଗ୍ରେସ ଗୃହତ୍ୟାଗ କରିଥିଲା।

ତେବେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସରକାର ଏହି ପ୍ରସଙ୍ଗକୁ ନେଇ ଉଚ୍ଚ ସ୍ତରରେ ଆଲୋଚନା ଜାରି ରଖିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ସଂରକ୍ଷଣ ହଟାଇବା ବିଜେପି ଏବଂ ଆରଏସ୍‌ଏସ୍‌ର ଡିଏନ୍‌ଏରେ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଯେତେ ସ୍ୱପ୍ନ ଦେଖିଲେ ବି ତାଙ୍କ ଦଳ ଏପରି ହେବାକୁ ଦେବନି ବୋଲି ସେ କହିଥିଲେ।
ବିଜେପି ଓ ଆରଏସ୍‌ଏସ୍‌ର ଆଦର୍ଶ ସଂରକ୍ଷଣ ବିରୋଧୀ ବୋଲି ସେ ମତ ଦେଇଛନ୍ତି। ସେ କହିଛନ୍ତି ବିଜେପି-ଆରଏସ୍‌ଏସ୍‌ ଲୋକେ ସବୁଦିନ ସକାଳୁ ଉଠିଲେ ହିଁ ସଂରକ୍ଷଣ ସେମାନଙ୍କୁ ବିରକ୍ତ କରେ।

Related story