ଶୁକ୍ରବାର ମଧ୍ୟପ୍ରଦେଶରେ ଆସ୍ଥା ଭୋଟ୍, ଅଡୁଆରେ କମଲନାଥ ସରକାର

ନୂଆଦିଲ୍ଲୀ: ଶୁକ୍ରବାର ମଧ୍ୟପ୍ରଦେଶ ବିଧାନସଭାରେ କମଲନାଥ ସରକାର ଆସ୍ଥା ଭୋଟର ସାମ୍ନା କରିବେ। ଏ ନେଇ ସୁପ୍ରିମକୋର୍ଟ ବାଚସ୍ପତି ଏନ୍.ପି. ପ୍ରଜାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂଧ୍ୟା ୫ଟାରେ ଏହି ଆସ୍ଥା ଭୋଟ୍ ହେବ। ଇସ୍ତଫା ଦେଇଥିବା କଂଗ୍ରେସର ୧୬ ବିଦ୍ରୋହୀ ବିଧାୟକ ଆସ୍ଥା ଭୋଟରେ ଅଂଶ ଗ୍ରହଣ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଯଦି ଏହି ବିଧାୟକମାନେ ଆସ୍ଥା ଭୋଟରେ ଭାଗ ନେବେ, ତେବେ ବିଦ୍ରୋହୀ ବିଧାୟକଙ୍କୁ ସମସ୍ତ ପ୍ରକାର ସୁରକ୍ଷା […]

kamalnath

Subhransu Sekhar
  • Published: Thursday, 19 March 2020
  • , Updated: 19 March 2020, 06:51 PM IST

ନୂଆଦିଲ୍ଲୀ: ଶୁକ୍ରବାର ମଧ୍ୟପ୍ରଦେଶ ବିଧାନସଭାରେ କମଲନାଥ ସରକାର ଆସ୍ଥା ଭୋଟର ସାମ୍ନା କରିବେ। ଏ ନେଇ ସୁପ୍ରିମକୋର୍ଟ ବାଚସ୍ପତି ଏନ୍.ପି. ପ୍ରଜାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂଧ୍ୟା ୫ଟାରେ ଏହି ଆସ୍ଥା ଭୋଟ୍ ହେବ। ଇସ୍ତଫା ଦେଇଥିବା କଂଗ୍ରେସର ୧୬ ବିଦ୍ରୋହୀ ବିଧାୟକ ଆସ୍ଥା ଭୋଟରେ ଅଂଶ ଗ୍ରହଣ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଯଦି ଏହି ବିଧାୟକମାନେ ଆସ୍ଥା ଭୋଟରେ ଭାଗ ନେବେ, ତେବେ ବିଦ୍ରୋହୀ ବିଧାୟକଙ୍କୁ ସମସ୍ତ ପ୍ରକାର ସୁରକ୍ଷା କର୍ଣ୍ଣାଟକ ଡିଜିପି ଯୋଗାଇଦେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆସ୍ଥା ଭୋଟ୍ ବେଳର ଭିଡିଓ ରେକର୍ଡିଂ ସାଙ୍ଗକୁ ଟିଭିରେ ସିଧା ପ୍ରସାରଣ ହୋଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ସମୟରେ ଆଇନ ଓ ଶୃଙ୍ଖଳା ଠିକ୍ ରଖିବାକୁ କୁହାଯାଇଛି।

ପୂର୍ବରୁ ରାଜ୍ୟପାଳ ଲାଲଜି ଟଣ୍ଡନ ବିଧାନସଭାରେ ଆସ୍ଥା ଭୋଟ୍ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ କରୋନା ଭାଇରସକୁ ପ୍ରସଙ୍ଗ କରି ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଏହାପରେ ବିଜେପି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଆସ୍ଥା ଭୋଟ୍ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

୧୯ ତାରିଖରେ ଉଭୟ ବିଜେପି, କଂଗ୍ରେସ ଏବଂ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ପକ୍ଷ ରଖିଥିଲେ। ଏହି ସମୟରେ ପରସ୍ପର ବିରୋଧରେ ଦୋଷାରପ କରିଥିଲେ। ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଓକିଲ ମନିନ୍ଦର ସିଂ ପକ୍ଷ ରଖି କହିଥିଲେ, 'ଆମକୁ ଅପହରଣ କରାଯାଇ ନାହିଁ। ଆମେ ଏହି ପ୍ରମାଣକୁ କୋର୍ଟରେ ଏକ ସିଡି ଜରିଆରେ ଦେଉଛୁ। ଗଣତନ୍ତ୍ରକୁ ମଜବୁତ କରିବା ଆମ ଇସ୍ତଫା ପଛର ଉଦ୍ଦେଶ୍ୟ। ବିଚାରଗତ ପାର୍ଥକ୍ୟ ହେତୁ ଆମେ ଇସ୍ତଫା ଦେଇଛୁ । ଇସ୍ତଫା ଦେବାର ଅଧିକାର ଏକ ସାମ୍ବିଧାନିକ ଅଧିକାର’।

ଦୁଇ ଦିନ ଧରି ଶୁଣାଣି ଚାଲିଥିଲା। ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସକାଳ ୧୦ଟା ୩୦ରୁ କୋର୍ଟ ଶୁଣାଣି ଆରମ୍ଭ କରିଥିଲେ ଶେଷରେ ସଂଧ୍ୟା ୬ଟାରେ ଆସ୍ଥା ଭୋଟ୍ ପାଇଁ ରାୟ ଶୁଣାଇଛନ୍ତି।

ମାର୍ଚ୍ଚ ୧୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ସମର୍ଥନ କରି କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେଇଛନ୍ତି। ଏହାପରେ କମଲନାଥ ସରକାର ସଙ୍କଟରେ ପଡ଼ିଛନ୍ତି।

Related story