Advertisment

ପୁଲିସର ଦମନଲୀଳା ଉପରେ ବର୍ଷିଲେ କୋର୍ଟ, କହିଲେ ସୀମା ଭିତରେ ରୁହ

ନୂଆଦିଲ୍ଲୀ: ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପୁଲିସର ଦମନଲୀଳା ଚାଲି ପାରିବନି। ଫେସବୁକ ୟୁଜରଙ୍କ ମତକୁ ଆଧାର କରି ପୁଲିସ ଯାହା କରୁଛି ତାହା ନିନ୍ଦନୀୟ। ନିଜ ସୀମା ଭିତରେ ରହି କାମ କରିବା ଦରକାର ବୋଲି ସୁପ୍ରିମକୋର୍ଟ ଦେଶର ପୁଲିସ ମାନଙ୍କୁ କହିଛନ୍ତି। କୋଲକାତା ପୁଲିସକୁ ତାଗିଦ କରିବାକୁ ଯାଇ ଏଭଳି କଡ଼ା ମନ୍ତବ୍ୟ ରଖିଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ଦିଲ୍ଲୀର ଜଣେ ମହିଳା ଆପତ୍ତିଜନକ ଫେସବୁକ୍ ପୋଷ୍ଟ କରିଥିଲେ ଯେଉଁଥିରେ କୋଲକାତା ପୁଲିସ ତାଙ୍କୁ ସମନ […]

ଅଦ୍ୟତନ ହୋଇଛି
ମିଳିଲାନି ସ୍ଥଗିତାଦେଶ, ଆସନ୍ତାକାଲି ଓଡ଼ିଶାରେ ଆନ୍ଧ୍ର କରିବ ନିର୍ବାଚନ

SupremeCourt

Advertisment

ନୂଆଦିଲ୍ଲୀ: ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପୁଲିସର ଦମନଲୀଳା ଚାଲି ପାରିବନି। ଫେସବୁକ ୟୁଜରଙ୍କ ମତକୁ ଆଧାର କରି ପୁଲିସ ଯାହା କରୁଛି ତାହା ନିନ୍ଦନୀୟ। ନିଜ ସୀମା ଭିତରେ ରହି କାମ କରିବା ଦରକାର ବୋଲି ସୁପ୍ରିମକୋର୍ଟ ଦେଶର ପୁଲିସ ମାନଙ୍କୁ କହିଛନ୍ତି। କୋଲକାତା ପୁଲିସକୁ ତାଗିଦ କରିବାକୁ ଯାଇ ଏଭଳି କଡ଼ା ମନ୍ତବ୍ୟ ରଖିଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ଦିଲ୍ଲୀର ଜଣେ ମହିଳା ଆପତ୍ତିଜନକ ଫେସବୁକ୍ ପୋଷ୍ଟ କରିଥିଲେ ଯେଉଁଥିରେ କୋଲକାତା ପୁଲିସ ତାଙ୍କୁ ସମନ କରିଥିଲା।

Advertisment

ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ସୋଶାଲ ମିଡିଆ ପୋଷ୍ଟ ସହିତ ଦେଶର ନାଗରିକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସମନ୍ କରାଯାଇପାରିବନି। ଏହା ଜଣେ ନାଗରିକଙ୍କ ବାକ୍ ସ୍ୱାଧୀନତାର ଅଧିକାର। ସମନ ହେଲେ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରତି ବିପଦ ରହିବ। ସ୍ୱାଧୀନତା ଦେବା ପାଇଁ କୋର୍ଟ ଉପସ୍ଥିତ ରହିଛି ବୋଲି ବେଞ୍ଚ କହିଛନ୍ତି।

ସମ୍ବିଧାନର ଧାରା ୧୯ (୧) (କ) ଅନୁଯାୟୀ ନାଗରିକମାନଙ୍କୁ ଦିଆଯାଇଥିବା ବକ୍ତବ୍ୟର ସ୍ୱାଧୀନତା ଉପରେ ମତ ରଖି ଜଷ୍ଟିସ୍ ଡିଏ ଚନ୍ଦ୍ରଚୁଡ ଏବଂ ଇନ୍ଦିରା ବାନାର୍ଜୀ କହିଛନ୍ତି ଯେ ଯଦି ରାଜ୍ୟ ପୁଲିସ୍ ସାଧାରଣ ଲୋକଙ୍କୁ ଏଭଳି ସମନ କରିବ ତାହା ବିପଦଜ୍ଜନକ ହେବ। ପୁଲିସ ସୀମା ଅତିକ୍ରମ ନକରିବା ଦରକାର। ଭାରତ ଏକ ସ୍ୱାଧୀନ ଅଭିବ୍ୟକ୍ତିର ଦେଶ। ସୁପ୍ରିମକୋର୍ଟ ଭାବେ, ସ୍ୱାଧୀନତାର ଅଧିକାର ବା ସୁରକ୍ଷା ପାଇଁ ଏଠାରେ ଆମେ ଅଛୁ ବୋଲି ବେଞ୍ଚ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଦିଲ୍ଲୀର ରୋଶନୀ ବିଶ୍ୱାସ ନାମକ ଜଣେ ୨୯ ବର୍ଷ ବୟସ୍କା ମହିଳା ତାଙ୍କୁ ସମନ ହେବା ନେଇ କୋଲକାତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ତାଙ୍କ ଓକିଲ ମହେଶ ଜେଠମାଲାନି କୋର୍ଟରେ ପକ୍ଷ ରଖିଥିଲେ। ରାଜା ବଜାର ଅଞ୍ଚଳରେ ବିରାଟ ସମାବେଶର ଫେସବୁକ ଫଟୋକୁ ନେଇ ମହିଳାଙ୍କୁ ପଚରାଉଚରା କରିବା ପାଇଁ ପୁଲିସ ହାଜର ହେବାକୁ କହିଥିଲା। ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଘୃଣା କରୁଥିବା ଅଭିଯୋଗ କରି ପୁଲିସ ଏ ସମ୍ପର୍କରେ ମହିଳାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲା। ବେଞ୍ଚ ପରାମର୍ଶ ଦେଇଛି ଯେ ପୁଲିସ ତାଙ୍କୁ ଇମେଲ ମାଧ୍ୟମରେ ପ୍ରଶ୍ନ ପଠାଇପାରେ କିମ୍ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଚରାଉଚରା କରିପାରିଥାନ୍ତା।

ବେଞ୍ଚ କହିଛନ୍ତି ଯେ ଏହା ନାଗରିକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରତି ବିପଦ ସୃଷ୍ଟି କରିବ। କାହାରି ବିରୋଧରେ ମାମଲା ରୁଜୁ ହୋଇପାରିବ ନାହିଁ କାରଣ ଲକଡାଉନ୍ ନିୟମ ଠିକ୍ ଭାବରେ ପରିଚାଳିତ ହେଉନାହିଁ। ଜେଠମାଲାନି କହିଛନ୍ତି ଯେ କୋଲକାତା ପୁଲିସ ଉକ୍ତ ମହିଳାଙ୍କୁ ସାମ୍ନାରେ ଡାକି ସେମାନଙ୍କୁ ଧମକ ଦେଉଛି। ରାଜ୍ୟ ସରକାରଙ୍କ ଓକିଲ କହିଛନ୍ତି ଯେ ମହିଳାଙ୍କୁ ପୁଲିସ ସମ୍ମୁଖରେ ହାଜର ହେବାକୁ ପଡ଼ିବ। ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ପାଇଁ ରାଜ୍ୟ ସରକାରଙ୍କ ଓକିଲଙ୍କ ଉପରେ ବର୍ଷିଛନ୍ତି।

ପଢ଼ନ୍ତୁ : ମୁଙ୍ଗେର ଗୁଳିକାଣ୍ଡ: ବ୍ୟାପକ ପୋଡ଼ାଜଳା, ପଦରୁ ବିଦା ହେଲେ ଡିଏମ-ଏସପି

Odia News Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe