ସୋମବାର ଚାଷୀ ଆଇନ୍ ଉପରେ ‘ସୁପ୍ରିମ୍’ ଶୁଣାଣି
ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ଚ୍ୟାଲେଞ୍ଜ ହୋଇଥିବା ସମସ୍ତ ଆବେଦନ ଉପରେ ଶୁଣାଣି କରିଛନ୍ତି ଦେଶର ପ୍ରଧାନ ବିଚରପତି ଜଷ୍ଟିସ ଏସ ଏ ବୋବଡେ। ସୋମବାର ସମସ୍ତ ଆବେଦନର ଶୁଣାଣି କରିବେ ବୋଲି ନ୍ୟାୟମୂର୍ତ୍ତୀ କହିଛନ୍ତି। ଏଥିସହ ଚାଷୀଙ୍କ ସମସ୍ୟା ବାବଦରେ କୋର୍ଟ ଅବଗତ ରହିଛନ୍ତି ବୋଲି କହିଛନ୍ତି।
Supreme Court today adjourned the hearing to January 11, while noting that "we understand the farmers' situation", during the hearing in a petition filed by a lawyer, seeking quashing of Centre's three farm laws
— ANI (@ANI) January 6, 2021
ଅନ୍ୟପଟେ ଆବେଦନକାରୀ ଏମ.ଏଲ୍ ଶର୍ମାଙ୍କ ଆବେଦନ ଉପରେ ବିଚାର କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠୁ ଜବାବ ମାଗିଛନ୍ତି। ଆଟର୍ଣ୍ଣି ଜେନେରାଲ ଏବଂ ସଲିସିଟର ଜେନେରାଲ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇ ପକ୍ଷ ରଖିଥିଲେ।
ସୂଚନାଯୋଗ୍ୟ, ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ୪୨ ଦିନରେ ପହଞ୍ଚିଛି। ସୋମବାର ଚାଷୀ ଏବଂ ସରକାରଙ୍କ ମଧ୍ୟରେ ହୋଇଥିବା ବିଫଳ ହୋଇଛି। ପରବର୍ତ୍ତୀ ବୈଠକ ଶୁକ୍ରବାର (ଜାନୁଆରୀ ୮)ରେ ବସିବ। ଏହା ପୂର୍ବରୁ ଆନ୍ଦୋଳନରତ ଚାଷୀ ଗୁରୁବାର (ଜାନୁଆରୀ ୭)ରେ ଟ୍ରାକ୍ଟର ରାଲି କରିବେ ବୋଲି ଘୋଷଣା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।